ଶବ୍ଦରେ ଛନ୍ଦି ହେବାକୁ ଦିଅନ୍ତିନି ଖୋକାଭାଇ

ଓଡ଼ିଆ ଭଜନ ହେଉ କି ଆଧୁନିକ ସଙ୍ଗୀତ, ନିଜର ଯାଦୁକରି କଣ୍ଠ ସାହାଯ୍ୟରେ ଯିଏ ଅଗଣିତ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମନରେ ଜାଗା ସୃଷ୍ଟି କରି ପାରିଛନ୍ତି ସିଏ ହେଲେ ଖ୍ୟାତନାମା କଣ୍ଠଶିଳ୍ପୀ ତୃପ୍ତି ଦାସ। ତୃପ୍ତିଙ୍କ ଅନୁଭୂତିରୁ କିଛି..

ପ୍ରତ୍ୟେକ କଳାକାର ଜୀବନରେ ଅନେକ ସ୍ମୃତି ସାଉଁଟିଥାଆନ୍ତି। ଭଲ ହେଉ କି ମନ୍ଦ, କଳାକାର ସ୍ମୃତିକୁ ସଜେଇ ରଖିବା କିଛି ବଡ଼କଥା ନୁହେଁ। ସଙ୍ଗୀତ କ୍ଷେତ୍ରରେ ମୁଁ ବହୁ ବଡବଡ ସଙ୍ଗୀତ ସାଧକଙ୍କ ସହିତ କାମ କରିଛି। ଅକ୍ଷୟ ମହାନ୍ତି ତଥା ଖୋକାଭାଇଙ୍କ ସହ କାମ କରିବା ସମୟରେ ଅନେକ କଥା ଶିଖିବାକୁ ମିଳିଛି। ଖୋକାଭାଇ ସ୍ବତନ୍ତ୍ର। ଗୀତ କିପରି ଶ୍ରୋତାଙ୍କୁ ଭଲ ଲାଗିବ ସେ ପ୍ରଥମେ ଜାଣିପାରନ୍ତି। ଥରେ ଏକ ଷ୍ଟୁଡିଓରେ ଗୀତ ରେକର୍ଡିଂ ପାଇଁ ଯାଇଥାଏ। ଗୀତଟିର ଶୀର୍ଷକ କ’ଣ ଥିଲା ମନେପଡ଼ୁନି। ସେହି ଗୀତ ରେକର୍ଡିଂ ସମୟର ଅନୁଭୂତି। ଗୀତ ଗାଇବା ବେଳେ ଏହାର ଗୋଟିଏ ଶବ୍ଦ ମୁଁ ଆଦୌ ଭଲଭାବେ ଉଚ୍ଚାରଣ କରି ପାରୁ ନ ଥିଲି। ବାରମ୍ବାର ଭୁଲ ହେଲା। ଗୀତ ଭଲରେ ଗାଇଲେ ମଧ୍ୟ ସେହି ଶବ୍ଦ ପାଖରେ ମୁଁ ଅଟକି ଯାଉଥାଏ। ହଠାତ୍‌ ଖୋକାଭାଇ ମୋ ଉପରେ ରାଗିଗଲେ। କିଛି ସମୟ ପାଇଁ ମୋତେ ଗାଳି ଦେଇଥିଲେ। ଡରରେ ତାଙ୍କୁ ଚାହିଁବାକୁ ମୋର ସାହସ ହେଉ ନ ଥାଏ। ମୁଁ ସେହି ଶବ୍ଦଟିକୁ ସହଜରେ ଉଚ୍ଚାରଣ କରିପାରିବି ନାହିଁ ବୋଲି ସେ ଜାଣି ସାରିଥିଲେ। ଏଣୁ ଖୋକାଭାଇ ଶବ୍ଦକୁ ବଦଳାଇ ଦେଇଥିଲେ। ସେ ଏମିତି ଏକ ଶବ୍ଦ ଲେଖିଥିଲେ ଯାହା ମୁଁ ସହଜରେ ଗାଇ ପାରିଥିଲି। ଥରେ ନୁହେଁ, ବହୁବାର ଏମିତି ହୋଇଛି। ମୁଁ ଅନେକ ଶବ୍ଦରେ ଛନ୍ଦି ହୋଇଛି ଆଉ ସେ ମୋ ସୁବିଧା ପାଇଁ ଗୀତରେ ଶବ୍ଦ ବଦଳାଇ ଦେଇଛନ୍ତି। ଖୋକାଭାଇଙ୍କ ସହ କାମ କରିବାର ଅନୁଭୂତି ସତରେ ଅଭୁଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri