Posted inଜାତୀୟ

ଶପଥ ନେବେ ହେମନ୍ତ ସୋରେନ

ରାଞ୍ଚତ୍,୨୯ା୧୨(ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡର ଏକାଦଶ ମୁଖ୍ୟମନ୍ତ୍ରୀ ଭାବେ ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ ରବିବାର ଶପଥ ଗ୍ରହଣ କରିବେ। ଏହି ଅବସରରେ ବିରୋଧୀ ଦଳ ଶକ୍ତିପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ ହେଉଛି। ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୋରାବାଡ଼ି ମଇଦାନରେ ଅପରାହ୍ନ ୨ଟାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ, ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ, ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ, ଆର୍‌ଜେଡିର କାର୍ଯ୍ୟକାରୀ ଅଧ୍ୟକ୍ଷ ତେଜସ୍ବୀ ଯାଦବ ପ୍ରମୁଖ ମଧ୍ୟ ଯୋଗଦେବେ।
କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଏଚ୍‌.ଡି. ଦେବେଗୌଡା ଶପଥ ନେବାବେଳେ ସବୁ ବିରୋଧୀ ଦଳ ନେତା ଏକାଠି ହୋଇଥିଲେ। ସେଠାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ବିଏସ୍‌ପି ନେତ୍ରୀ ମାୟାବତୀ ମଧ୍ୟ ଉପସ୍ଥିତ ଥିଲେ। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମ୍‌ଏମ୍‌-କଂଗ୍ରେସ-ଆର୍‌ଜେଡି ମେଣ୍ଟକୁ ୪୭ ଆସନ ମିଳିଥିଲା। ଏହା ବ୍ୟତୀତ ଜେଭିଏମ୍‌-ପି ଏବଂ ସିପିଆଇ-ଏମ୍‌ଏଲ୍‌ ମଧ୍ୟ ଉକ୍ତ ମେଣ୍ଟକୁ ସମର୍ଥନ ଜଣାଇଛନ୍ତି। ଫଳରେ ପ୍ରଥମ ଥର ପାଇଁ ୫୧ ସଦସ୍ୟଙ୍କ ସମର୍ଥନରେ ଝାଡ଼ଖଣ୍ଡରେ ସରକାର ଗଠନ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Ramayan ର ୭୮ଟି ଏପିସୋଡ୍‌ରୁ ଦୂରଦର୍ଶନ କମାଇଥିଲା ୩୧,୨୦,୦୦,୦୦୦ କୋଟି ଟଙ୍କା! ଜାଣନ୍ତୁ ଗୋଟିଏ ଦିନର କେତେ ଥିଲା ବଜେଟ୍‌…

ନୂଆଦିଲ୍ଲୀ,୪।୮: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ‘ରାମାୟଣ’ ଆଜି ବି ଲୋକଙ୍କ ହୃଦୟରେ ରାଜ୍ କରୁଛି। ଏପରି ସ୍ଥିତିରେ ଆସନ୍ତୁ ଏହା ସହ ଜଡ଼ିତ କିଛି ଖାସ୍…

LPG ସବସିଡି ଚେକ୍‌ କରିବାକୁ ଯାଇଥିଲେ ବ୍ୟାଙ୍କ, ଖାତାରେ ଏତେ କୋଟି ଦେଖି ଉଡିଗଲା ହୋସ୍‌!

ନୂଆଦିଲ୍ଲୀ,୪।୮: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍‌ ୧୦୦ କୋଟି ଟଙ୍କା ଆସିଯାଏ, ତେବେ ବୋଧହୁଏ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ପଶ୍ଚିମବଙ୍ଗର ଜଣେ…

ସ୍ବର୍ଣ୍ଣ ପଦକ ହାତଛଡ଼ା ହେବାର ବଡ଼ କାରଣ କହିଲେ ଏହି ଆଥଲେଟ୍‌

ନୂଆଦିଲ୍ଲୀ,୪ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକଧାରୀ ସେଲଭା ପ୍ରଭୁଙ୍କ ମତରେ ଫୁଡ୍‌ ପଏଜନିଂ କାରଣରୁ ସେ ଗ୍ଲାସଗୋରେ ସ୍ବର୍ଣ୍ଣ ପଦକ ହାତଛଡ଼ା କରିଛନ୍ତି। ସେଲଭା ପୁରୁଷ ଟ୍ରିପଲ…

ଇସ୍ତଫା ଦେଲେ ୨ ବିଧାୟକ: ରାଗିଗଲେ ମୁଖ୍ୟମନ୍ତ୍ରୀ, ସିଧା କହିଦେଲେ…

ନୂଆଦିଲ୍ଲୀ,୪।୮: କର୍ନାଟକରେ ଡିକେ ଶିବକୁମାରଙ୍କ ସରକାରର କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ମୋଟ ୨୦ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। କଂଗ୍ରେସ ସରକାର କ୍ୟାବିନେଟ୍…

ରାସ୍ତାରେ ଅଟକି ଦିଗପହଣ୍ଡି କଲେଜ ଆଗରେ ଛାତ୍ରୀମାନଙ୍କୁ ଚକୋଲେଟ୍‌ ବାଣ୍ଟିଲେ ରାଷ୍ଟ୍ରପତି

ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ…

ଉଦୟନିଧି ଷ୍ଟାଲିନଙ୍କ ମାମଲାରେ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ! ପଚରାଉଚରା ପରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନିକଟତର ବନ୍ଧୁ ଏବଂ ଅଭିନେତ୍ରୀ ତ୍ରିଷାଙ୍କ ଉପରେ କଥିତ…

ଚୋରିର ୧୫ ଦିନ ପରେ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଫେରାଇଦେଲେ ଚୋର; ଚିଠିରେ ଲେଖିଲେ..

ହାଇଦ୍ରାବାଦ୍‌,୪।୮: ଆନ୍ଧ୍ରପ୍ରଦେଶର କାକିନାଡା ଜିଲାରୁ ଏକ ଅତ୍ୟନ୍ତ ଅସାଧାରଣ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚୋରି କରିଥିବା ଚୋରମାନେ ଅପରାଧର ପ୍ରାୟ ୧୫ ଦିନ ପରେ ଅଧିକାଂଶ…

ମଝି ଆକାଶରେ ହଠାତ୍‌ ତଳକୁ ଖସିଲା ବିମାନ, ଛାତରେ ବାଜିଲା ଯାତ୍ରୀଙ୍କ ମୁଣ୍ଡ, ଅନେକ ଯାତ୍ରୀ…

ନୂଆଦିଲ୍ଲୀ,୪।୮: ଦିଲ୍ଲୀ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ହଠାତ୍‌ ପ୍ରବଳ ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri