ଶକ୍ତି ବିଭାଗ ଖର୍ଚ୍ଚଦାବି ଆଲୋଚନା : ରାଜଧାନୀରେ ଅପଚୟ, ଦୁର୍ଗମ ଅଞ୍ଚଳରେ ମିଳୁନି

ଭୁବନେଶ୍ୱର,୩୧।୭(ବ୍ୟୁରୋ)

ରାଜ୍ୟର ବହୁ ପାହାଡ଼ିଆ ଅଞ୍ଚଳରେ ବିଦ୍ୟୁତ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ହେଲେ ରାଜଧାନୀର ସଚିବାଳୟରେ ଶକ୍ତି ଅପଚୟ ହେଉଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି। ବିଧାନସଭାର ମଙ୍ଗଳବାର ଦ୍ୱିତୀୟାର୍ଦ୍ଧରେ ହୋଇଥିବା ଶକ୍ତି ବିଭାଗ ଖର୍ଚ୍ଚଦାବି ଆଲୋଚନାରେ ମୋହନ କହିଛନ୍ତି ଯେ, ସଚିବାଳୟ ସରକାରଙ୍କ ଏକ ସୁଖଶାଳା। ଥରେ କୌଣସି କାର୍ଯ୍ୟରେ ଜଣେ ଅଧିକାରୀଙ୍କୁ ଦେଖା କରିବାକୁ ଯାଇଥିଲି, ହେଲେ ଅଧିକାରୀ ଜଣଙ୍କ ଅଫିସରେ ନ ଥିଲେ। ହେଲେ ତାଙ୍କ କାର୍ଯ୍ୟାଳୟର ୨ଟି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, ଲାଇଟ୍‌, ଫ୍ୟାନ୍‌ ଇତ୍ୟାଦି ଚାଲୁ ରହିଥିଲା। ସେଠାରେ ଥିବା ତଳିଆ କର୍ମଚାରୀ କହିଥିଲେ ଯେ, ସେମାନଙ୍କୁ ନିର୍ଦ୍ଦେଶ ରହିଛି, ବାବୁ ନ ଥିଲେ ବି ୪ ଘଣ୍ଟା ଚାଲୁ ରହିବ। ସରକାରଙ୍କ ଏପରି ନିୟମ ଅଛି କି । ରାଜ୍ୟ ପ୍ରଶାସନର ମୁଖ୍ୟାଳୟରେ ଯଦି ଶକ୍ତି ସଂରକ୍ଷଣ ଏପରି ହୋଇଥାଏ, ତେବେ ରାଜ୍ୟ କଥା ସହଜରେ ଅନୁମେୟ। ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ତାପମାତ୍ରା ୨୪ ଡିଗ୍ରୀରେ ରଖିବାକୁ କୁହାଯାଇଥିଲେ ବି ଏହାକୁ ପାଳନ କରାଯାଉନାହିଁ। ଜିଲାସ୍ତରରେ କରାଯାଉଥିବା ନିୟମ ସଚିବମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ କି ବୋଲି ମୋହନ ପ୍ରଶ୍ନ କରିଥିଲେ। ରାଜ୍ୟର ଉପକୂଳରେ ବିସ୍ତୀର୍ଣ୍ଣ ସମୁଦ୍ର ରହିଛି, ଏହାର ବିନିଯୋଗ କରାଯାଇ ସରକାର ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ମୋହନ କହିଥିଲେ। ସେହିପରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ, ଫନୀ ପରେ ଅଧିକାଂଶ ପୋଲ ଭାଙ୍ଗି ପଡ଼ିଛି, ଏହାର ପୁନରୁଦ୍ଧାର ପାଇଁ ଉଚ୍ଚମାନର ସାମଗ୍ରୀ ଆବଶ୍ୟକତା ରହିଛି। ଏହା ନ ହୋଇ ପାରିଲେ, ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ନ ପାରେ। କଟକ, ପୁରୀ ଇତ୍ୟାଦି ସହରରେ ଭୂତଳ କେବଲିଂର ଆବଶ୍ୟକତା ରହିଛି। କଟକରେ ଥିବା ରାସ୍ତାଗୁଡ଼ିକର ଚଉଡା ୧୪ ଫୁଟ୍‌ ଥିବାବେଳେ ବିଦ୍ୟୁତ ଖୁଣ୍ଟ ଏବଂ ଡ୍ରେନେଜ ୬ ଫୁଟ୍‌ ଅକ୍ତିଆର କରୁଛି, ଏହା ଦ୍ୱାରା ରାସ୍ତା ସଙ୍କୁଚିତ ହୋଇଯାଉଛି। ନେସ୍କୋ, ସାଉଥ୍‌କୋ, ୱେସ୍କୋ ଏବଂ ସେସୁ ଭଳି ସଂସ୍ଥା ବହୁତ ବକେୟା ରଖିଛନ୍ତି। ସେମାନେ ନିଜ ନିଜ କାର୍ଯ୍ୟରେ ସଫଳତା ପାଉ ନ ଥିବା ମୋକିମ କହିଥିଲେ। ଅପରପକ୍ଷରେ ଶାସକ ଦଳ ସଭ୍ୟ ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି ପ୍ରମୁଖ ସରକାରଙ୍କ ସପକ୍ଷରେ ବକ୍ତବ୍ୟ ରଖିଥିଲେ। ହେଲେ ପ୍ରଶାନ୍ତ ମେଡିକାଲ ଏବଂ ପର୍ଯ୍ୟଟନ ସ୍ଥଳୀଗଡ଼ିକରେ ସ୍ବତନ୍ତ୍ର ଆଲୋକ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୪୮ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର, ୨୧ା୨ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୪୮ ଘଣ୍ଟାରେ ଏହାର ସ୍ଥିତି ଓ ପ୍ରଭାବ ସ୍ପଷ୍ଟ ହେବ। ଏବେ ରାଜ୍ୟରେ ପାଗ ମୁଖ୍ୟତଃ…

ଝିଅର ଟିକ୍‌ଟକ୍‌ ନିଶା, ୫୧ ଲକ୍ଷର ବିଲ୍‌ ଗଣିଲେ ଦମ୍ପତି

ଲଣ୍ଡନ,୨୧।୨: ମୋବାଇଲ ଫୋନ୍‌ରେ ଟିକ୍‌ଟକ୍‌ ଦେଖିବାକୁ ୫୧ ଲକ୍ଷ ଟଙ୍କାର ବିଲ୍‌ ଭରିବା କଥା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି କଥା ଆଶ୍ଚର୍ଯ୍ୟ ଲାଗୁ ଥିଲେ…

ସୁପ୍ରିମକୋର୍ଟଙ୍କ ଉପରେ ବର୍ଷିଲେ ଟ୍ରମ୍ପ, କହିଲେ ବ୍ୟାକଅପ୍ ପ୍ଲାନ ପ୍ରସ୍ତୁତ…

ନୂଆଦିଲ୍ଲୀ,୨୧।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ସୁପ୍ରିମକୋର୍ଟଙ୍କ ଶୁଳ୍କ ଉପରେ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ କୋର୍ଟଙ୍କ ନିଷ୍ପତ୍ତି ନିରାଶାଜନକ।…

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri