ଲୋକଙ୍କ ଭିଡ଼କୁ ଦେଖି ଚିନ୍ତା ପ୍ରକଟ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୦।୬: ଦେଶରେ କରୋନା ଭାଇରସ୍‌ର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ପଡ଼ିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ହଜାରରୁ ଊର୍ଦ୍ଧ୍ୱ ଟପିଥିବା ବେଳେ ୩ହଜାର ଊର୍ଦ୍ଧ୍ୱ ମୃତ୍ୟୁ ସଂଖ୍ୟା ରହିଛି। ଇତିମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ଜାରି ରହିଥିବା ଲକ୍‌ଡାଉନ କଟକଣାକୁ କୋହଳ କରିଛନ୍ତି। କଟକଣା କୋହଳ ହେବା ପରେ ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା ନ କରି ପ୍ରବଳ ମାତ୍ରାରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି। ଏହି ଭିଡ଼କୁ ଦେଖି ମୁଖ୍ୟମନ୍ତ୍ରୀ ଏବେ ଚିନ୍ତା ପ୍ରକାଶ କରିଛନ୍ତି। ଯଦି ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା ନ କରନ୍ତି ଏବଂ ଏଭଳି ଭିଡ଼ ଜମାନ୍ତି, ତେବେ ପୁଣିଥରେ କଟକଣାକୁ କଡ଼ାକଡ଼ି କରାଯିବ। ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି ଏଥିରୁ ବର୍ତ୍ତିବା ପାଇଁ ଓ ସୁରକ୍ଷିତ ରହିବାକୁ ହେଲେ ସାମାଜିକ ଦୂରତ୍ୱ ନିୟମ କଡ଼ା ଭାବେ ପାଳନ କରିବାକୁ ହେବ ବୋଲି ଉଦ୍ଧବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକଚ୍ଛତ୍ରବାଦ ବିରୋଧରେ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୧୧ା୫(ପି.ଟି.): ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିବାର କିଛି ଘଣ୍ଟା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତିହାର ଜେଲରୁ ମୁକୁଳିଛନ୍ତି। ସେ ଭଗବାନ ହନୁମାନଙ୍କୁ...

ଭୋଟିଂ ତଥ୍ୟ ୪୮ ଘଣ୍ଟାରେ ପ୍ରକାଶ କରାଯାଉ

ନୂଆଦିଲ୍ଲୀ,୧୧ା୫(ପି.ଟି.): ଲୋକ ସଭା ନିର୍ବାଚନ ଚାଲିଥିବା ବେଳେ ପ୍ରତି ପର୍ଯ୍ୟାୟ ଭୋଟିଂ ଶେଷ ହେବାର ୪୮ ଘଣ୍ଟା ମଧ୍ୟରେ ବୁଥ୍‌ଓ୍ବାରି ମତଦାନ ହାର ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ...

୨୮ ହଜାର ମୋବାଇଲରେ ୨୦ ଲକ୍ଷ ନମ୍ବର

ନୂଆଦିଲ୍ଲୀ,୧୧ା୫: ସାଇବର ଅପରାଧରେ ବ୍ୟବହୃତ ହେଉଥିବା ୨୮,୨୦୦ ମୋବାଇଲ ଫୋନ୍‌କୁ ବ୍ଲକ୍‌ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ଟେଲିକମ୍‌ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି...

ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ, କହିଲେ ଏଥର…

ଭୁବନେଶ୍ୱର, ୧୦।୫: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ...

କେଜରିଓ୍ବାଲଙ୍କୁ ଜାମିନ ମିଳିବା ନେଇ ଶାହାଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ମିଳିଛି ଜାମିନ। ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ଆନ୍ତରୀଣ ଜାମିନ ମିଳିଛି। ତେବେ ଏହାକୁ ନେଇ...

ଜେଲ୍‌ରୁ ବାହାରିବା ପରେ କେଜରିଓ୍ବାଲଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲଙ୍କୁ ଶେଷରେ ଜାମିନ ମିଳିଛି। ତାଙ୍କୁ ଜୁନ ୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ...

ବ୍ରିଜଭୂଷଣ ସିଂହଙ୍କୁ ଝଟ୍‌କା, ଚାର୍ଜଫ୍ରେମ କଲେ କୋର୍ଟ

ନୂଆଦିଲ୍ଲୀ,୧୦।୫: ବଢିଲା ବିଜେପି ଭାଜପା ଏମପି ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ। ଶୁକ୍ରବାର ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର...

ଛତିଶଗଡରେ ବଡ଼ ଏନକାଉଣ୍ଟର, ୮ ମାଓବାଦୀ ନିହତ

ବିଜାପୁର,୧୦।୫: ଛତିଶଗଡ ବିଜାପୁରରେ ବଡ଼ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ୮ ମାଓବାଦୀ । ଦାର୍ଘ ୧୧ଘଣ୍ଟା ଧରି ଏହି ଏନକାଉଣ୍ଟର ଚାଲିଥିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri