ଲୋକଙ୍କ ଉପରେ ପ୍ରଥମ କରୋନା ଭାଇରସ୍‌ ଟିକା ପ୍ରୟୋଗ କରିବ ଆମେରିକା

ଓ୍ବାଶିଂଟନ୍‌,୧୬।୩: ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇ ଚାଲିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପ୍ରକାରର ଉଦ୍ୟମ ଚଳାଇଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏହାକୁ ମାହାମାରୀ ବୋଲି ଘୋଷଣା କରିସାରିଥିବା ବେଳେ ବିଭିନ୍ନ ଦେଶର ବୈଜ୍ଞାନିକ ଏହାର ଚିକିତ୍ସା ପାଇଁ ଟିକା ତିଆରି କରିବାରେ ଲାଗିପଡ଼ିଛନ୍ତି। କାରଣ ଟିକା ହିଁ କରୋନାର ଶେଷ ଚିକିତ୍ସା ବୋଲି କୁହାଯାଉଛି। ବିଭିନ୍ନ ଦେଶରେ କରୋନାରେ ସଂକ୍ରମିତ ହୋଇ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଆମେରିକାରେ କରୋନା ଭାଇରସ୍‌ରେ ୨୭୯୪ ଲୋକ ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ୫୬ଜଣଙ୍କର ମୃତ୍ୟୁ ହୋଇସାରିଛି। ତେବେ ଏହାର ମୁକାବିଲା ପାଇଁ ଆମେରିକା ଆଉ ଗୋଟିଏ ପାଦ ଆଗେଇଛି। ଆମେରିକାର ବୈଜ୍ଞାନିକମାନେ ମାର୍ଚ୍ଚ ୧୬ ସୋମବାର କରୋନା ଟିକା ମଣିଷ ଉପରେ ପରୀକ୍ଷା କରିବାକୁ ଯାଉଛନ୍ତି। ଏନେଇ ଆମେରିକା ସରକାର ନିଜେ ଘୋଷଣା କରିଛନ୍ତି। ଏବେ ଏହି ଟିକାକୁ ପରୀକ୍ଷାମୂଳକ ଭାବେ ପରୀକ୍ଷଣ କରାଯିବ। ଯଦି ଏଥିରୁ ସଫଳତା ମିଳେ ତେବେ ଏହାକୁ ସାରା ବିଶ୍ୱରେ ବଣ୍ଟନ କରାଯିବ। ଆମେରିକାର ଦ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହେଲଥ୍‌ ଏହି ପରୀକ୍ଷାକୁ ଫଣ୍ଡିଂ କରୁଥିବା ବେଳେ ଏନ୍‌ଆଇଏଚ୍‌ ଓ ମର୍ଡେନା ଇଙ୍କ୍‌ ଏହାକୁ ମିଳିତ ଭାବେ ତିଆରି କରିଥିବା ଜଣାପଡ଼ିଛି। ତେବେ ଏହି ଟିକାକୁ ପ୍ରୟୋଗ କରିବା ପାଇଁ ୪୫ଜଣ ଯୁବକଙ୍କୁ ଚିହ୍ନଟ କରାଯାଇଛି। ଏମାନେ ସ୍ବେଚ୍ଛାକୃତ ଭାବେ ଏଥିପାଇଁ ରାଜି ହୋଇଛନ୍ତି। ସିଏଟଲ୍‌ରେ ଥିବା କାଇଜର୍‌ ପରମାନେଣ୍ଟ ଓ୍ବାଶିଂଟନ୍‌ ହେଲଥ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ ଉକ୍ତ ୪୫ଜଣଙ୍କୁ ଭିନ୍ନ ମାତ୍ରାରେ ଟିକା ଦିଆଯିବ। ଏହାପରେ ଉକ୍ତ ଟିକା ସେମାନଙ୍କ ଉପରେ କିଭଳି କାର୍ଯ୍ୟ କରୁଛି କିଛି କୁପ୍ରଭାବ ପକାଉଛି କି ନାହିଁ ସେନେଇ ଯାଞ୍ଚ କରାଯିବ। ତେବେ ଏହି ଟିକା ଦ୍ୱାରା କେହି ସଂକ୍ରମିତ ହେବାର ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଷ୍ଟ ଟ୍ରାକ କୋର୍ଟ ଗଠନକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ଉପରେ ଆସିଲା CJPର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ ପେପର ଲିକ ପାଇଁ ଦାୟୀ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଫାଷ୍ଟ-ଟ୍ରାକ କୋର୍ଟ ଗଠନ କରାଯିବ। ସେ…

‘କ୍ଷମା କରନ୍ତୁ…’, କାହିଁକି ଏମିତି କହି ଜନ୍ତର ମନ୍ତରରୁ ହଟିଗଲେ ଅଭିଜିତ ଦୀପକେ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତର ମନ୍ତରରେ ଏକ ମାସରୁ ଅଧିକ ସମୟ ଧରି ପ୍ରତିବାଦ କରୁଥିବା କୋକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ଅଭିଜିତ ଦୀପକେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଥୁଆମୂଳ ରାମପୁରକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ…

NEET ପେପର ଲିକ ମାମଲାରେ ସଞ୍ଜୀବ ମୁଖିଆଙ୍କୁ କ୍ଲିନଚିଟ୍‌: ମିଳିଲାନି କୌଣସି ପ୍ରମାଣ

ନୂଆଦିଲ୍ଲୀ,୨୩।୭: NEET-UG 2024 ପେପର୍‌ ଲିକ ମାମଲାରେ CBI ସଞ୍ଜୀବ ମୁଖିଆଙ୍କୁ କ୍ଲିନ ଚିଟ ଦେଇଛି। ତଦନ୍ତକାରୀ ସଂସ୍ଥା କହିଛି ଯେ, ସଞ୍ଜୀବ କୁମାର ଓରଫ ସଞ୍ଜୀବ…

CJP Protest: ସର୍ତ୍ତ ମାନିନେଲେ ମୋଦି ସରକାର, ଜନ୍ତରମନ୍ତର ଯାଇ କରିବେ…

ନୂଆଦିଲ୍ଲୀ,୨୩।୭: NEET ପେପର ଲିକ୍ ପ୍ରସଙ୍ଗକୁ ନେଇ ରାଜରାସ୍ତାରୁ ସଂସଦ ପର୍ଯ୍ୟନ୍ତ ରାଜନୈତିକ ଉଷ୍ମତା ଜାରି ରହିଛି ।ଜନ୍ତରମନ୍ତରରେ CJP ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ…

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

Dharmendra Pradhan Love Story: ରାଜନୀତି ପଛରେ ଲୁଚିଥିବା ପ୍ରେମ କାହାଣୀ! ମଞ୍ଚରୁ ଆରମ୍ଭ ହୋଇଥିଲା….

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପ୍ରତି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ସାଜିଛନ୍ତି । ତାଙ୍କ ରାଜନୈତିକ ଯାତ୍ରା ସହିତ, ତାଙ୍କ ବ୍ୟକ୍ତିଗତ ଜୀବନର…

ମୋତେ ଚୁମ୍ବନ ଦେଇ… କରଣଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସାନଭି ତଲୱାର ଅଭିନେତା କରଣ କୁନ୍ଦ୍ରାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ‘ୟେ କହାନ ଆ ଗୟେ ହମ’ ଟିଭି ଶୋ’ର ଶୁଟିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri