ଲାଞ୍ଜିଗଡ ପଞ୍ଚାୟତ ସମିତି ବୈଠକ: ବେଦାନ୍ତ ନନ୍ଦଘରକୁ ନେଇ ହୋହାଲ୍ଲା

ଲାଞ୍ଜିଗଡ଼,୧୪।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ଅଧ୍ୟକ୍ଷ ଇଂ.ଫକୀର ମୋହନ ମାଝିଙ୍କ ସଭାପତିତ୍ୱରେ ଲାଞ୍ଜିଗଡ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ବୈଠକରେ ବ୍ଲକର ୨୬ଟି ପଞ୍ଚାୟତରୁ ସରପଞ୍ଚ ଏବଂ ସମିତି ସଭ୍ୟମାନେ ଯୋଗଦେଇଥିଲେ। ପ୍ରଥମେ ବୈଠକରେ ବେଦାନ୍ତ ପକ୍ଷରୁ ନିର୍ମାଣ ହେଉଥିବା ନନ୍ଦଘରକୁ ନେଇ ହୋହାଲ୍ଲା ହୋଇଥିଲା। ବ୍ଲକରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକୁ ବ୍ଲକ ତରଫରୁ ନିର୍ମାଣ କରାଯାଇଥିଲା। ବେଦାନ୍ତ କମ୍ପାନୀ ପୁରୁଣା ଅଙ୍ଗନଓ୍ବାଡି କୋଠାଗୁଡାକୁ ରଙ୍ଗବେରଙ୍ଗ କରି ନନ୍ଦଘର ବୋଲି ନାମ ଦେଇଛି ଓ ବଡବଡ ଅକ୍ଷରରେ ବେଦାନ୍ତ ଲେଖି ଲୋଗୋ ଲଗାଇଛି । ବିନା ପଞ୍ଚାୟତ ସମିତି ଅନିମୋଦନରେ ଏହା କାହିଁକି କରାଯାଉଛି ବୋଲି ସମିତି ସଭ୍ୟମାନେ ବିରୋଧ କରିଥିଲେ। ଲାଞ୍ଜିଗଡ ପଞ୍ଚାୟତ ସମିତିରେ ଥିବା ସମିତି ସଭ୍ୟମାନଙ୍କୁ କମ୍ପାନୀ ଅଣଦେଖା କରୁଛି। ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା କୋମର୍ଦ୍ଧା ସମିତିସଭ୍ୟ ଜଗଦିଶ ବେନିଆ ଚେତାବନୀ ଦେଇଥିଲେ। ସେହିପରି ବ୍ଲକରେ ଥିବା ଆରଡି ବିଭାଗ ଯନ୍ତ୍ରୀ, ପିଡବ୍ଲ୍ୟୁଡି ଯନ୍ତ୍ରୀ, ଏମଆଇ ଡିଭିଜନ ଯନ୍ତ୍ରୀ ରହିବା ପାଇଁ ଘର ତିଆରି ହୋଇଛି । ହେଲେ ସେମାନେ ବ୍ଲକରେ ନ ରହି ଭବାନୀପାଟଣାରେ ରହୁଛନ୍ତି । ଫଳରେ ସେମାନଙ୍କୁ ଦେଖା କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ବୋଲି ସଭ୍ୟମାନେ ଅଭିଯୋଗ କରିଥିଲେ । ସମିତି ବୈଠକରେ ସମସ୍ତ ବିଭାଗ କର୍ମଚାରୀ ଉପସ୍ଥିତ ରହି ନିଜ ବିଭାଗରେ ଚାଲିଥିବା ଉନ୍ନୟନମୂଳକ କାମ ଉପରେ ଉପସ୍ଥାପନା କରିବା କଥା । କିନ୍ତୁ ବନବିଭାଗ, ଆଇଟିଡିଏ, ପିଡବ୍ଲ୍ୟୁଡ ଓ ବିଦ୍ୟୁତ ବିଭାଗ ବୈଠକରେ ଯୋଗଦେଇ ନ ଥିଲେ। ଏହାକୁ ନେଇ ଗୃହରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ବୈଠକରେ ଲାଞ୍ଜିଗଡ ବିଧାୟକ ପ୍ରଦିପ ଦିଶାରୀ ଯୋଗଦେଇ ଅନେକ ଉନ୍ନୟନମୂଳକ କାମର ସମିକ୍ଷା କରିଥିଲେ। ବିଡିଓ ମୁନିନ୍ଦ୍ର ହୋନାଗାଁ, ଏବିଡିଓ ବିଭୁତି ଭୁଷଣ ଶତପଥୀ, ଆସିଷ୍ଟାଣ୍ଡ ଇଞ୍ଜିନିୟର ବିଶ୍ୱନାଥ ପାଥ୍ର, ସିଡିପିଓ କୁସୁମ କୁମାରୀ ପ୍ରହରାଜ, ଜିପିଇଓ ଧର୍ମେନ୍ଦ୍ର ପ୍ରଧାନ, ଏସିଓ ଶଙ୍କର୍ଷଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ରୁ ମାଡ଼ି ଆସିଲା ବର୍ଷା ପାଣି, ଧସିଲା ପଥର, ଭାସିଗଲା ଘର

ରାଇକିଆ,୨୯ା୧୦(ପ୍ରଦୀପ ବେହେରା): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗେସି ଗ୍ରାମରେ ଏକ ବଡ଼ଧରଣର…

ଗାଜଲବାଡ଼ି ଘାଟିରେ ପୁଣି ଭୂସ୍ଖଳନ: ଫନିରେ ଯେଉଁଠି ଧସିଥିଲା ପାହାଡ଼, ସେହି ସ୍ଥାନରେ ପୁଣି ଅଘଟଣ

ଦାରିଙ୍ଗବାଡ଼ି, ୨୯।୧୦(ଅରୁଣ ସାହୁ):୨୦୧୯ ମସିହାରେ ବାତ୍ୟା ‘ଫନି’ ସମୟରେ ଗାଜଲବାଡ଼ି ଘାଟିରେ ଘଟିଥିବା ଭୂସ୍ଖଳନର ସ୍ମୃତି ପୁଣି ତାଜା ହୋଇଛି। ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଏହି ଘାଟିରେ…

ଭାରତ ଉପରେ ‘ଏଲ ନିନୋ’ (El Ni୦o) ର ଗମ୍ଭୀର ପ୍ରଭାବ; ଦେଶରେ ୬ ମାସ ମଧ୍ୟରେ ୫୫ହଜାର ଲୋକଙ୍କର ହୋଇପାରେ ମୃତ୍ୟୁ!

ନୂଆଦିଲ୍ଲୀ,୨୯।୧୦: ‘ସୁପର’ ଏଲ ନିନୋ ଯୋଗୁ, ବିଶ୍ୱ ବୃଷ୍ଟିପାତ ଢାଞ୍ଚା ପରିବର୍ତ୍ତନ ହେଉଛି ଏବଂ 2026 ରେ ତାପମାତ୍ରା ବୃଦ୍ଧି ପାଉଛି। ପ୍ରତିକ୍ରିୟା ସ୍ବରୂପ, ‘କ୍ଲାଇମେଟ ଇମ୍ପାକ୍ଟ…

ଖବର ପ୍ରସାରଣ ପରେ ସନ୍ତୋଷୀଙ୍କ ନିକଟରେ ପହଞ୍ଚିଲା ପ୍ରଶାସନ

ଗଞ୍ଜାମ,୨୯ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଓ ପବନ ଯୋଗୁ ଗଞ୍ଜାମ ସହର ସାନ ବଜାରସ୍ଥିତ ଓ୍ବାର୍ଡ ନଂ ୭ ବାଲିସାହି ସନ୍ତୋଷୀ…

ନିର୍ଜନ ଜଙ୍ଗଲ ଭିତରକୁ ଆଲିଆଙ୍କୁ ନେଇଗଲେ ରଣବୀର, ହଠାତ୍‌ ଗାଡ଼ି ରଖି କହିଲେ…

ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀକୁ ନେଇ ପୁଣି ଚର୍ଚ୍ଚା। ୧୪ ଏପ୍ରିଲ ୨୦୨୨ରେ ବିବାହ କରିଥିବା ଏହି ଯୋଡ଼ିଙ୍କ…

ଏହି ବ୍ୟାଙ୍କ୍‌ ଖାତାରେ ଟଙ୍କା ଅଛି କି? ଡିସେମ୍ୱର ୧ରୁ ବଦଳିବ ନିୟମ, ଜାଣନ୍ତୁ ନଚେତ୍‌ ପସ୍ତେଇବେ

ନୂଆଦିଲ୍ଲୀ,୨୯।୧୦: ଆକ୍ସିସ ବ୍ୟାଙ୍କ (Axis Bank) ନିଜର କୋଟି କୋଟି ଖାତାଧାରୀଙ୍କ ପାଇଁ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି। ଏବେ ଆକାଉଣ୍ଟରେ କମ ଟଙ୍କା ରଖିବା, ନଗଦ…

ଧସିଲା ପାହାଡ଼: ମା’ ସିଦ୍ଧ ବାଙ୍କେଶ୍ୱରୀଙ୍କ ପୀଠକୁ ଯୋଗାଯୋଗ ବିଚ୍ଛିନ୍ନ

ଦିଗପହଣ୍ଡି,୨୯ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ଗ୍ରାମ ନିକଟସ୍ଥ କେରାଣ୍ଡିମାଳ ପର୍ବତ ଶୀର୍ଷରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ…

ଚତୁର୍ଥ ଟି-୨୦ରୁ ବୈଭବଙ୍କୁ ବାହାର କରିବାକୁ ପଡିବ? କାହିଁକି ଏପରି କହିଲେ ଅଶ୍ୱିନ, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୨୯।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ପରବର୍ତ୍ତୀ ମୁକାବିଲା ଏବେ ଅକଲାଣ୍ଡରେ ଖେଳାଯିବ। ଶୁକ୍ରବାର, ଅକ୍ଟୋବର ୩୦ ତାରିଖରେ ଉଭୟ ଦଳ ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?