ଲାଞ୍ଜିଗଡର ଅନନ୍ୟ ପରମ୍ପରା, ବିଶ୍ୱାସର ପ୍ରତୀକ: ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଳିତ

ଲାଞ୍ଜିଗଡ,୨୦।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା ଲାଞ୍ଜିଗଡସ୍ଥିତ ପ୍ରସିଦ୍ଧ ଭୈରବଦେବ ପୀଠରେ ଝାମୁଯାତ୍ରା ଗୁରୁବାର ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥା ଅନୁଯାୟୀ ଲାଞ୍ଜିଗଡର ଦଶମୀ ନୂଅଁାଖାଇ ପରେ ତ୍ରୟୋଦଶୀ ଦିନ ଭୈରବ ମନ୍ଦିରରୁ ଭୈରବ ଦେବଙ୍କ ଖଣ୍ଡା ବାହାର କରାଯାଇ ସ୍ଥାନୀୟ ରାଜ ଉଆସକୁ ନିଆଯାଇଥିଲା । ସେଠାରେ ପୂଜାର୍ଚ୍ଚନା ପରେ ଅଗ୍ନି ଭୈରବଙ୍କ ଗୋଟିଏ ଖଣ୍ଡା, ବାଲି ଭୈରବଙ୍କ ଗୋଟିଏ ଖଣ୍ଡା ଓ ବୁଢା ଭୈରବଙ୍କ ଦୁଇଟି ଖଣ୍ଡାକୁ ବାଲି ଘରକୁ ନିଆଯାଇଥିଲା । ସ୍ଥାନୀୟ ଶୁକ୍ଲିନାଳକୁ ପୂଜକମାନେ ଯାଇ ନଅଟି ଚାଙ୍ଗୁଡିରେ ବାଲି ଭର୍ତ୍ତି କରି ଆଣିବା ସହିତ ଲୋକଙ୍କ ଘରୁ ନଅ ପ୍ରକାର ଶସ୍ୟ ସଂଗ୍ରହ କରି ତାକୁ ବାଲି ଘରେ ରଖି ସାତ ଦିନ ଧରି ପୂଜାର୍ଚ୍ଚନା ଜାରି ରଖିଥିଲେ। ଏହା ପରେ ଗୁରୁବାର ଅଶ୍ୱପଞ୍ଚମୀ ତିଥିରେ ତିନି ଭୈରବଙ୍କ ପ୍ରତୀକ ବାଲି ଘରୁ ମୁଖ୍ୟ ମନ୍ଦିରକୁ ଯିବା ସହିତ ସେଠାରୁ ଆଜ୍ଞାମାଳ ଆଣିବା ପରେ ନିଆଁରେ ତିଆରି ଖନ୍ଦା(ଝାମି)ଙ୍କୁ ତିନିଥର ପ୍ରଦକ୍ଷିଣ କରି ସାରିବା ପରେ ଠାକୁରାଣୀ ଗୁଡି଼(ମନ୍ଦିର)କୁ ଯାଇ ଦେବୀଙ୍କୁ ଆମନ୍ତ୍ରଣ ଜଣାଇଥିଲେ। ଏହି ସମୟରେ ଚାରୋଟି କଟା କଦଳୀ ଗଛକୁ ଧଳା କପଡା ଘୋଡାଇ ପ୍ରସ୍ତୁତ କରାଯାଇଥିଲା ଗଉରୀଘର। ଯେଉଁଠି ପାରା ବଳି ଦେବା ପରେ ଝାମୁଯାତ୍ରା ଆରମ୍ଭ ହୋଇଥିଲା। ଏହା ପରେ ବାଲି ଭୈରବ ଓ ଅଗ୍ନି ଭୈରବଙ୍କ କାଳସି ନିଆଁ ଉପରେ ଚାଲିଥିଲେ। ସେହିପରି ଝାମେରା କଣ୍ଟାରେ ତିଆରି ଦୋଳିରେ ଭୈରବଙ୍କ କାଳଶି ବସିଥିଲେ। ଏହା ପୂର୍ବରୁ କାଳଶି ଝାମୁଯାତ୍ରା ପୂର୍ବ ଦିନ ଏକ କଞ୍ଚା ମାଠିଆରେ ବସି ଲୋକଙ୍କୁ ଦର୍ଶନ ଦେଇଥିଲେ। ଯାତ୍ରା ସରିବା ପରେ ଏଠାରେ ଯୋଗଦେଇଥିବା ତଥା ମାନସିକଧାରୀଙ୍କ ଦ୍ୱାରା ଶହ ଶହ କୁକୁଡା, ପାରା, ବତକ ଛେଳି ବଳି ଦିଆଯାଇଥିଲା। ମନ୍ଦିର ପୂଜକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପର୍ବ ମହାସମାରୋହରେ ପାଳିତ ହୋଇଥିଲା। ଝାମୁଯାତ୍ରାକୁ ସଫଳ ପାଇଁ ଭୈରବ ମନ୍ଦିର ପୂଜା କମଟି ଓ ଲାଞ୍ଜିଗଡ ପୋଲିସ ପକ୍ଷରୁ ଆଇଆଇସି ସତ୍ୟ କୁମାର ନନ୍ଦ ଓ ଏସ୍‌ଆଇ ରମା ରମଣି ମିଶ୍ରଙ୍କ ନେତୃତ୍ୱରେ ସିଆରପିଏଫ୍‌ ପେଲିସ ଏବଂ ଜବାନମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଝାମୁଯାତ୍ରାରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଝାମୁଯାତ୍ରାରେ ନିୟମଗିରି ଅଞ୍ଚଳରୁ ଶତାଧିକ ଝରଣିଆ ଓ ଡଙ୍ଗରିଆ ରମଣିମାନେ ନିଜର ପାରମ୍ପାରିକ ବେସଭୁଷାରେ ସଜ୍ଜିତ ହୋଇ ଯାତ୍ରାର ଶୋଭାବର୍ଦ୍ଧନ କରିଥିଲେ। ଝାମୁଯାତ୍ରାରେ ପୂର୍ବତନ ମନ୍ତ୍ରୀ ଡ.ବଳଭଦ୍ର ମାଝି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଖିରାବ୍ଧୀ ସାହୁ, ଲାଞ୍ଜିଗଡ ସରପଞ୍ଚ ସୁଶ୍ରୀ ମଣି ମାଝି, ରାକେଶ ମୋହନ, ହେମନ୍ତ କୁମାର ଭାଟିଆ, ଆଲୋକ ଗୟା, ଶେସଦେବ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଭୈରବ ଦେବଙ୍କ ଦର୍ଶନ କରିଥିଲେ। ଏହି ଯାତ୍ରାରେ ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଂଦେଓ, ଚନ୍ଦ୍ରଧ୍ୱଜ ପେସନିଆ, ଲାଞ୍ଜିଗଡ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆ, କାମରାଜ ଦଳବେହେରା, ବିଶ୍ୱମ୍ବର ନାୟକ, ବଳରାମ ପୂଜାରୀ, ଶିଶୀର ପୂଜାରୀ ପ୍ରମୁଖ ଯାତ୍ର ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri