Posted inଖେଳ

ଲାଞ୍ଚ ଦେଇ ମ୍ୟାଚ୍‌ ଦେଖିଥିଲେ ବାଂଲାଦେଶ ଟାଇଗର

ଢାକା,୩୦।୫(ଏଏଫ୍‌ପି)- ବାଂଲାଦେଶ କ୍ରିକେଟ ଦଳର ସୁପରଫ୍ୟାନ ଭାବେ ପରିଚିତ ଶୋୟାବ ଅଲି ବିଶ୍ୱର ବିଭିନ୍ନ ଦେଶ ଭ୍ରମଣ କରି ଜାତୀୟ ଦଳକୁ ସମର୍ଥନ କରନ୍ତି। ଦେହ ଓ ମୁହଁରେ ବାଘ ଭଳି ରଙ୍ଗ କରି ମ୍ୟାଚ୍‌ ଦେଖୁଥିବା ୩୧ ବର୍ଷୀୟ କାର ମେକାନିକ୍‌ ନିଜ ଉତ୍ସାହ ଲାଗି ଲାଞ୍ଚ ଦେବାଠାରୁ ଆରମ୍ଭ କରି ନିଜକୁ ଆଘାତ ଦେବାରୁ ପଛାଇ ଯାଇ ନାହାନ୍ତି। ବାଂଲାଦେଶ ବୋଲର ଶାହାଦାଦ ହୋସେନଙ୍କ ଗାଡ଼ି ସଜାଡ଼ି ପ୍ରଥମ ଥର ଅନ୍ତର୍ଜାତୀୟ ମ୍ୟାଚ୍‌ ଦେଖିବାକୁ ଟିକେଟ୍‌ ପାଇଥିଲେ। ଭାରତ ବିପକ୍ଷ ମ୍ୟାଚ୍‌କୁ ବାଂଲାଦେଶ ଦଳ ୫ ଉଇକେଟରେ ଜିତି ନେଇଥିଲା। ଏହି ମ୍ୟାଚ୍‌ରେ ସଚିନ ତେନ୍ଦୁଲକର ବହୁ ପ୍ରତୀକ୍ଷିତ ୧୦୦ତମ ଶତକ ଅର୍ଜନ କରିଥିଲେ। ମ୍ୟାଚ୍‌ ପରେ ମୁଁ ବହୁ ସମୟ ଧରି ଗ୍ରାଉଣ୍ଡରେ କାନ୍ଦିଥିଲି। ସେଠାରେ ମୁଁ ଭାରତୀୟ ସୁପରଫ୍ୟାନ ସୁଧିର ଗୌତମଙ୍କୁ ଦେଖିଥିଲି, ଯିଏକି ଦେହରେ ଭାରତୀୟ ପତାକା ରଙ୍ଗ ଲଗାଇ ସମଗ୍ର ବିଶ୍ୱରେ ଟିମ୍‌ ଇଣ୍ଡିଆକୁ ସମର୍ଥନ କରନ୍ତି। ସେହିଠାରୁ ମୁଁ ତାଙ୍କ ଭଳି ଦେହରେ ରଙ୍ଗ ଲଗାଇ ପ୍ରତ୍ୟେକ ମ୍ୟାଚ୍‌ ଦେଖିବା ପାଇଁ ନିଷ୍ପତ୍ତି ନେଇଥିଲି ବୋଲି ସେ କହିଛନ୍ତି। ୧୩ ବର୍ଷରୁ ପାଠପଢ଼ା ଛାଡ଼ି ଦେଇଥିବା ଅଲି ଏପର୍ଯ୍ୟନ୍ତ ନିଜ ଦେଶରେ ଖେଳାଯାଇଥିବା ଗୋଟିଏ ମ୍ୟାଚ୍‌ ହାତଛଡ଼ା କରିଛନ୍ତି। ୨୦୧୩ଠାରୁ ସେ ବିଦେଶରେ ମଧ୍ୟ ଟିମ୍‌ ବାଂଲାଦେଶକୁ ଉତ୍ସାହିତ କରିବାକୁ ଯାଉଛନ୍ତି। ୨୦୧୩ରେ ସେ ଜିମ୍ବାଓ୍ବେ ଗସ୍ତ କରିଥିଲେ। କିନ୍ତୁ ଭିଜା, ପାସପୋର୍ଟ ଢାକା ବିମାନବନ୍ଦରରେ ଛାଡ଼ି ଦେଇଥିବାରୁ ହରାରେ ଆପ୍ରବାସନ କର୍ମକର୍ତ୍ତା ଅଲିଙ୍କୁ ସେଠାରୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏଣୁ ସେ ୧୦ ଡଲାର ଲାଞ୍ଚ ଦେଇ ବାଂଲାଦେଶ ଦଳକୁ ଫୋନ କରିଥିଲେ। ହେଲେ ସେମାନେ ଏ ସମ୍ପର୍କରେ କିଛି ବିଶେଷ ସହାୟତା କରିପାରି ନ ଥିଲେ। ନିୟମ ଅନୁଯାୟୀ କୌଣସି ଅସୁସ୍ଥ ବ୍ୟକ୍ତିଙ୍କୁ ଆପ୍ରବାସନ କର୍ମକର୍ତ୍ତା ଫେରାଇ ଦେଇ ପାରିବେ ନାହିଁ। ଏହା ଜାଣିବା ପରେ ମୁଁ ମୁଣ୍ଡକୁ କାନ୍ଥରେ ପିଟି ଅଚେତ ହେବାର ନାଟକ କରିଥିଲି। ବିମାନବନ୍ଦରରେ ଗୋଟିଏ ରାତି ରହିବା ପରେ ବାଂଲାଦେଶ ଅଫିସିଆଲ ମୋ ଭିଜା ନେଇ ଆସିଥିଲେ। ତାଙ୍କୁ ୨୦୧୫ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଭିଜା ମିଳି ନ ଥିଲା। ଏବେ ତାଙ୍କ ଗସ୍ତ ବାବଦ ଖର୍ଚ୍ଚକୁ ବାଂଲାଦେଶ କ୍ରିକେଟ ବୋର୍ଡ ବହନ କରୁଛି। ସେ ବର୍ତ୍ତମାନ ଇଂଲଣ୍ଡରେ ବାଂଲାଦେଶ ଦଳକୁ ଉତ୍ସାହିତ କରିବାକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri