ଲଣ୍ଡନ ରାସ୍ତାରେ ନୋରାଙ୍କ ଡ୍ୟାନ୍ସ

ମୁମ୍ବାଇ: ଫ୍ୟାନ୍‌ମାନଙ୍କୁ କିଭଳି ଏଣ୍ଟରଟେନ୍‌ କରିବାକୁ ହୁଏ ସେ କଳା ନୋରା ଫତେହିଙ୍କୁ ଭଲ ଭାବେ ଜଣା। ଆକର୍ଷଣୀୟ ବ୍ୟକ୍ତିତ୍ୱ ସାଙ୍ଗକୁ ଉଚ୍ଚକୋଟୀର ନୃତ୍ୟରେ ସେ ଫ୍ୟାନ୍‌ମାନଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅକ୍ତିଆର କରିସାରିଲେଣି। ଏହାସହ ସୋସିଆଲ ମିିଡିଆରେ ମଧ୍ୟ ନୋରାଙ୍କ ଲକ୍ଷ ଲକ୍ଷ ଫ୍ୟାନ୍‌୍‌, ଫଲୋଅର୍ସ ରହିଛନ୍ତି, ଯେଉଁମାନେ ତାଙ୍କ କୌଣସି ଅପ୍‌ଡେଟ୍‌କୁ ଲାଇକ୍‌, ଶେୟାର ଓ କମେଣ୍ଟ କରିବାକୁ ଭୁଲନ୍ତି ନାହିଁ। ନିକଟରେ ନୋରାଙ୍କ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ ରିଲିଜ୍‌ ହୋଇଯାଇଛି। ପ୍ରତିଥର ଭଳି ଏହି ଫିଲ୍ମରେ ମଧ୍ୟ ତାଙ୍କ ଡ୍ୟାନ୍ସକୁ ଲୋକେ ମନଖୋଲି ପ୍ରଶଂସା କରୁଛନ୍ତି। ନୋରାଙ୍କ ଡ୍ୟାନ୍ସ ଷ୍ଟାଇଲ୍‌ରେ ଅଛି ଯାଦୁ, ଯାହାକୁ ଦେଖିଲେ ଯେ କେହି ବି ତାଙ୍କ ପ୍ରେମରେ ପଡ଼ିଯିବ। ଏବେ ପୁଣି ତାଙ୍କର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଲଣ୍ଡନର ରାସ୍ତାକଡ଼ରେ ନୋରା ସଲ୍‌ମାନ ୟୁସୁଫ୍‌ ଖାନ୍‌ଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଉଭୟେ ବେଶ୍‌ ଏନର୍ଜେଟିକ୍‌ ଓ ଫ୍ରି ଦେଖାଯାଉଛନ୍ତି। ସେମାନେ ଏକ ଇଣ୍ଟରନ୍ୟାଶନାଲ୍‌ ଗୀତରେ ନାଚୁଛନ୍ତି। ରାସ୍ତାରେ ଯାଉଥିବା ଲୋକ ଏମାନଙ୍କ ଡ୍ୟାନ୍ସର ମଜା ଉଠାଉଛନ୍ତି। ତେବେ ନାଚୁ ନାଚୁ ନୋରାଙ୍କ ଜୋତାର ଫିତା ବାହାରିଯାଇଛି। ଭିଡିଓ ଶେଷରେ ସଲ୍‌ମାନ ନୋରାଙ୍କ ଜୋତାର ଫିତା ବାନ୍ଧିଦେଇଥିବା ଦେଖିବାକୁ ମିଳିଛି, ଯାହାକୁ ଲୋକେ ଖୁବ୍‌ ତାରିଫ୍‌ କରୁଛନ୍ତି। ଭିଡିଓଟି ନିଜ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ଶେୟାର କରି ନୋରା ଲେଖିଛନ୍ତି, “ସଲ୍‌ମାନଙ୍କ ସହ ଡ୍ୟାନ୍ସ ଷ୍ଟେପ୍‌ ମ୍ୟାଚ୍‌ କରିବାକୁ ଚେଷ୍ଟା କରୁଛି।” ପ୍ରକୃତରେ ନୋରାଙ୍କ ଏହି ଡ୍ୟାନ୍ସ ଭିଡିଓଟି ଏକ ପୁରୁଣା ଭିଡିଓ। ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ର ଲଣ୍ଡନ ଶୁଟିଂ ସେଡ୍ୟୁଲ୍‌ ସମୟରେ ଏହା ରେକର୍ଡ କରାଯାଇଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ରେମୋ ଡି’ସୁଜା ଦେଇଥିବାବେଳେ ବରୁଣ ଧାଓ୍ବନ, ଶ୍ରଦ୍ଧା କପୁର, ପ୍ରଭୁଦେବା ଓ ନୋରା ମୁଖ୍ୟ ଭୂମିକାରେ ନଜରକୁ ଆସିିଛନ୍ତି। ଅନ୍ୟପଟେ ‘ଭୁଜ୍‌: ଦି ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ ଏବଂ ‘ବାଗୀ-୩’ ଫିଲ୍ମରେ ମଧ୍ୟ ନୋରାଙ୍କୁ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri