ରୌଦ୍ରତାପରେ ଜଳୁଛି ଟିଟିଲାଗଡ଼, ବଲାଙ୍ଗୀର

 

ବଲାଙ୍ଗୀର ଅଫିସ, ୨୬ା୫
ବଲାଙ୍ଗୀର ଜିଲାରେ ଗତ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ଜାରି ରହିଛି ା ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ରେ ରେକର୍ଡ କରାଯାଇଛି ା ଟିଟିଲାଗଡ଼ରେ ରବିବାର ୪୫.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସୋମବାର ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ କରାଯାଇଛି ା ଉଭୟ ଦିନ ବଲାଙ୍ଗୀର ତାପମାତ୍ରା ସମାନ ଭାବେ ୪୪.୮ ଡିଗ୍ରୀ ରେକର୍ଡ କରାଯାଇଛି ା ଜିଲାର ପ୍ରାୟ ସମସ୍ତ ଅଞ୍ଚଳରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ସ୍ବାଭାବିକ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ା ପୂର୍ବାହ୍ନ ୧୦ଟାରୁ ଟାଣଖରା ଅନୁଭୂତ ହେଉଛି ା ଲକ୍‌ଡାଉନ୍‌ ଯୋଗୁ ପ୍ରଶାସନ ପକ୍ଷରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ା ଗତ ୩ ଦିନରୁ ଉର୍ଦ୍ଧ୍ୱ ହେଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜିଲାରେ ଅଂଶୁଘାତ ଆଶଙ୍କା ବୃଦ୍ଧି ପାଇଛି ା ଆଖପାଖ ଗ୍ରାମରୁ ପ୍ରତ୍ୟହ ବଲାଙ୍ଗୀର ଡେଲିମାର୍କେଟକୁ ପନିପରିବା, ଦୁଗ୍ଧ ଓ ଅନ୍ୟାନ୍ୟ ସାମଗ୍ରୀ ଆଣୁଥିବା ଚାଷୀ, ବ୍ୟବସାୟୀମାନେ ଘରକୁ ଫେରିବା ବେଳେ ଟାଣ ଖରା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଖରା ଯୋଗୁ ପୂର୍ବାହ୍ନ ୧୧ଟାରୁ ଟିଟିଲାଗଡ଼ ଓ ବଲାଙ୍ଗୀର ସହର ସମେତ ପାଟଣାଗଡ଼, କଣ୍ଟାବାଞ୍ଜି, ତୁଷୁରା ସହରାଞ୍ଚଳ ଓ ଅନ୍ୟ ଗ୍ରାମାଞ୍ଚଳର ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇପଡୁଛି ା ଜରୁରୀ କାମ ଥିଲେ ଲୋକେ ମୁଣ୍ଡରେ ଗାମୁଛା ଗୁଡାଇ, ଟୋପି ପିନ୍ଧି ଯାତାୟାତ କରୁଛନ୍ତି। ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଛକ ଓ ରାସ୍ତାକଡ଼ରେ ଜଳଛତ୍ର ଖୋଲାଯାଇଛି ା ତୃଣମୂଳ ସ୍ତରରେ କାର୍ଯ୍ୟକରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲା ଜରୁରୀ ଅଧିକାରୀ ଶଙ୍କର୍ଷଣ ପ୍ରଧାନ ସୂଚନା ଦେଇଛନ୍ତି ା
କରୋନା ଲକ୍‌ଡାଉନ ଘୋଷଣା ପରଠାରୁ ବଲାଙ୍ଗୀର ଜିଲାକୁ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ପ୍ରବାସୀ, ଦାଦନ ଶ୍ରମିକ ଟ୍ରେନ୍‌ ଓ ବସ୍‌ରେ ଫେରୁଛନ୍ତି ା ସେମାନଙ୍କୁ ବିଭିନ୍ନ ଯାନବାହନରେ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନେବା ପ୍ରଶାସନ ପାଇଁ ବଡ ଆହ୍ବାନ ପାଲଟିଛି ା ଯେଉଁମାନେ ଟ୍ରେନ୍‌ରେ ଫେରୁଛନ୍ତି ସେମାନଙ୍କୁ ପରିଚାଳାନା କରିବା ସହଜ ହେଉଥିବାବେଳେ ବସ୍‌ ଓ ଅନ୍ୟ ଯାନବାହନରେ ଫେରୁଥିବା ପ୍ରବାସୀମାନଙ୍କୁ ବିଭିନ୍ନ ସ୍ଥାନରେ ବସ୍‌ଗୁଡିକ ଛାଡି ପଳାଇ ଯାଉଥିବାରୁ ପ୍ରଚଣ୍ଡ ଖରାରେ ସେମାନେ ବହୁ କଷ୍ଟ ଭୋଗୁଛନ୍ତି ା ଦୀର୍ଘଦିନ ହେଲା ଖାଇବା, ପିଇବାରେ ଅବ୍ୟବସ୍ଥିତ ଥିବା ଏଭଳି ପ୍ରବାସୀଙ୍କ ଅଂଶୁଘାତ ଆଶଙ୍କା ବଢ଼ି ଯାଉଛି ା ସହରର ବିଭିନ୍ନ ରାସ୍ତାରେ ପ୍ରବାସୀମାନେ ସେମାନଙ୍କ ଜିନିଷପତ୍ର ବୋହି ଖରାରେ ଚାଲୁଥିବା ଦୃଶ୍ୟ ଦେଖାଯାଉଛି ା ଖରାଯୋଗୁ ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଓ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମଧ୍ୟ ପ୍ରବାସୀ ଅନ୍ତେବାସୀମାନେ କଷ୍ଟ ଭୋଗୁଥିବା ଖବର ମିଳୁଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

ସୁନାବେଶକୁ ନେଇ ବଡ଼ ସୂଚନା, ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ…

ପୁରୀ,୨୩।୭: ଶୁକ୍ରବାର ପବିତ୍ର ବାହୁଡ଼ାଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରଥଯାତ୍ରା ପରିଚାଳନା…

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଉପକୋଷାଗାର ପୂର୍ବତନ କର୍ମଚାରୀଙ୍କୁ ଜେଲ୍‌ଦଣ୍ଡ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଉପକୋଷାଗାର କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ତଥା ବରିଷ୍ଠ କିରାଣି ନାରାୟଣ ମେହେରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri