Posted inଖେଳ

ରୋନାଲ୍ଡୋଙ୍କ ଏକାଧିକ କିର୍ତ୍ତୀମାନ

ଲିସବନ (ପର୍ତ୍ତୁଗାଲ), ୧୨।୯- ୟୁରୋ ୨୦୨୦ ପ୍ରତିଯୋଗିତାର ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଦମ୍‌ଦାର ପ୍ରଦର୍ଶନ ବଳର ପର୍ତ୍ତୁଗାଲ ୫-୧ ଗୋଲରେ ଲିଥୁଆନିଆକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଏକାକୀ ୪ ଗୋଲସ୍କୋର କରି ରୋନାଲ୍ଡୋ ପର୍ତ୍ତୁଗାଲ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ମ୍ୟାଚ୍‌ର ୭ମ, ୬୧, ୬୫ ଓ ୭୬ତମ ମିନିଟରେ ଏହି ୪ଟି ଗୋଲସ୍କୋର କରିଥିଲେ। ଏଥିସହ ସେ ୟୁରୋ ଯୋଗ୍ୟତା ପର୍ଯ୍ୟାୟରେ ସର୍ବାଧିକ ଗୋଲସ୍କୋରର ହେବାର ରେକର୍ଡ କରିଛନ୍ତି। ୩୪ ବର୍ଷୀୟ ରୋନାଲ୍ଡୋ ୨୫ ଗୋଲ ଦେଇଛନ୍ତି। ଏହିକ୍ରମରେ ସେ ଆୟର୍ଲାଣ୍ଡ ଷ୍ଟ୍ରାଇକର ରୋବି କେନ୍‌ (୨୩ ଗୋଲ)ଙ୍କ ରେକର୍ଡକୁ ପଛରେ ପକାଇଛନ୍ତି। ସେହିଭଳି ଅନ୍ତର୍ଜାତୀୟସ୍ତରରେ ରୋନାଲ୍ଡୋଙ୍କ ଗୋଲ ସଂଖ୍ୟା ୯୩ରେ ପହଞ୍ଚତ୍ଛି। ପ୍ରଥମ ୟୁରୋପିଆନ୍‌ ଖେଳାଳି ଭାବେ ଅନ୍ତର୍ଜାତୀୟସ୍ତରରେ ସେ ଏହି ମ୍ୟାଜିକ୍‌ସଂଖ୍ୟକ ଗୋଲସ୍କୋର କରିଛନ୍ତି। ଏହି ମ୍ୟାଚ୍‌ରେ ରୋନାଲ୍ଡୋଙ୍କ ରେକର୍ଡ ଧାରା ଏତିକିରେ ଅଟକି ନ ଥିଲା। ଲିଥୁଆନିଆ ବିପକ୍ଷ ଗୋଲ ସହ ବିଶ୍ୱର ପ୍ରଥମ ଖେଳାଳି ଭାବେ ରୋନାଲ୍ଡୋ ୪୦ଟି ଭିନ୍ନ ଦେଶ ବିପକ୍ଷରେ ଗୋଲସ୍କୋର କରିବାର କିର୍ତ୍ତୀମାନ ହାସଲ କରିଛନ୍ତି। ଯେଉଁଥିରେ ୨୬ ୟୁରୋପୀୟ ଦେଶ ରହିଥିବାବେଳେ ଏସିଆର ୬, ଆଫ୍ରିକାର ୪, ନର୍ଥ ଓ ସାଉଥ୍‌ ଆମେରିକାର ୩ ଓ ଓସେନିଆର ଗୋଟିଏ ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri