ରେଳ ବଜେଟ ହ୍ରାସ ନେଇ ଆଜି ରେଳମନ୍ତ୍ରୀଙ୍କୁ ଭେଟିବ କମିଟି

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଚଳିତବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪୩୭୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ଗତବର୍ଷ ବ୍ୟୟ ବରାଦଠାରୁ ୨୨୦କୋଟି ଟଙ୍କା କମ୍‌ ହୋଇଥିବାରୁ ବିଧାନସଭାର ରେଲଓ୍ବେ ଗୃହ କମିଟି ଉଦ୍‌ବେଗ ପ୍ରକାଶ କରିଛି। ଅନ୍ୟପଟେ ରାଜ୍ୟରେ ଅଧାପନ୍ତରିଆ ଭାବେ ପଡି ରହିଥିବା ରେଲଓ୍ବେ କାର୍ଯ୍ୟ ଲାଗି ସେଭଳି କିଛି ଅନୁଦାନ ବଜେଟରେ ନ ଥିବାରୁ ରେଲଓ୍ବେ ଗୃହ କମିଟି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛି। ମଙ୍ଗଳବାର ସା ୭ଟା ସମୟରେ କମିଟି ସଦସ୍ୟମାନେ ରେଳମନ୍ତ୍ରୀଙ୍କ ସହ ଦିଲ୍ଲୀସ୍ଥିତ ରେଲଓ୍ବେ ଭବନରେ ଏହିସବୁ ବିଷୟରେ ଆଲୋଚନା ଏବଂ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ସୋମବାର ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ ରେଳ ସମ୍ପ୍ରସାରଣ ଓ ଉନ୍ନତୀକରଣ ଉପରେ ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ା ଚାଲୁ ରହିଥିବା ଏବଂ ନୂତନ ପ୍ରକଳ୍ପ ଯଥା-ରେଳପଥ, ରେଳ ପୋଲ, ରେଳ ଓ୍ବାଗନ୍‌ ଓ ଇଞ୍ଜିନ୍‌ ତିଆରି କାରଖାନା ଆଦି ନିର୍ମାଣର ଅଗ୍ରଗତି ସହ ରେଳ ମନ୍ତ୍ରଣାଳୟର ଅନୁଦାନ ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ଏହାସହିତ ଅଧାପନ୍ତରିଆ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ସକାଶେ ଅନୁଦାନ ମାଗିବେ, ସେହିପରି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ସମ୍ପୂର୍ଣ୍ଣ ହେବା ଲାଗି ୧୫୦୦କୋଟି ଟଙ୍କାର ଆବଶ୍ୟକତା ଥିବା ବୈଠକରେ ଆଲୋଚନା ହୋଇଥିଲା। ଯଦି ଏହି ଅନୁଦାନ ସମୟ ମଧ୍ୟରେ ଦିଆଯାଏ ତେବେ ପ୍ରକଳ୍ପ କାମ ଯଥା ସମୟରେ ଶେଷ ହୋଇପାରିବ ବୋଲି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମତ ରଖିଥିଲେ। ଏହାସହିତ ୧୦ଟି ରେଲଓ୍ବେ ଲାଇନ ନିର୍ମାଣ ସମ୍ପର୍କରେ କମିଟି ମତ ରଖିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ବୈଠକରେ ଉପସ୍ଥିତ ଭାଜପା ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ କେନ୍ଦ୍ର ଦେଉଥିବା ଅର୍ଥ ଖର୍ଚ୍ଚ କରାଯାଇପାରୁ ନ ଥିବା କଥା ଉଠାଇଥିଲେ। ଏନେଇ ପରିବହନ ମନ୍ତ୍ରୀଙ୍କୁ ମୋହନ ମାଝି ପ୍ରଶ୍ନ ପଚାରିବା ପରେ ତା’ ଉପରେ ସେ ଉତ୍ତର ନ ରଖିବାରୁ ମାଝି ରାଗିକି ଉଠି ପଳାଇଥିଲେ। ବାଚସ୍ପତି ପାତ୍ରଙ୍କ ନେତୃତ୍ୱରେ ମୋଟ ୧୫ ଜଣ କମିଟି ସଦସ୍ୟ ଏବଂ ୭ଜଣ ସରକାରୀ ଅଧିକାରୀ ଦିଲ୍ଲୀ ଗସ୍ତ କରିବେ। ଉକ୍ତ କମିଟିରେ ବାଚସ୍ପତି, ୪ଜଣ ମନ୍ତ୍ରୀ ଓ ୧୦ ବିଧାୟକ ରହିବେ। ସରକାରୀ ଅଧିକାରୀଙ୍କ ମଧ୍ୟରେ ପରିବହନ ସଚିବ ଏବଂ ଓଏସ୍‌ଡିଙ୍କ ସମେତ ବିଧାନସଭା ବାଚସ୍ପତି ଏବଂ ଅନ୍ୟ ୪ ଅଧିକାରୀ ଗସ୍ତ କରିବେ। ଟିମ୍‌ ଦିଲ୍ଲୀସ୍ଥିତ ଓଡ଼ିଶା ଭବନଠାରେ ପ୍ରଥମେ କମିଟି ସଦସ୍ୟମାନେ ଏକ ବୈଠକ କରିବେ। ଉକ୍ତ ବୈଠକରେ ଶାସକ ଦଳ ଏବଂ ଭାଜପା ଓ କଂଗ୍ରେସ ଏମ୍‌ପିମାନେ ମଧ୍ୟ ସାମିଲ ହେବାକୁ କୁହାଯାଇଛି। ମାତ୍ର କଂଗ୍ରେସ ଏମ୍‌ପିଙ୍କ ସମେତ ବିଜେଡି ଏମ୍‌ପିମାନେ ଯୋଗଦେବେ ବୋଲି ଶୁଣିବାକୁ ମିଳୁଛି। ସେଠାରୁ ବୈଠକ ଶେଷକରି ରେଳ ଭବନ ଅଭିମୁଖେ ଗସ୍ତ କରିବେ। ବୁଧବାର କମିଟି ସଦସ୍ୟ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri