ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୁଣ୍ଡବିହୀନ ମୃତଦେହ:ଏଟିଏମ୍‌ ଓ ଆଧାର କାର୍ଡରୁ ମିଳିଲା ପରିଚୟ

ଚଣ୍ଡିଖୋଲ(ଡି.ଏନ୍‌.ଏ)/ବାଲିଚନ୍ଦ୍ରପୁର(ସ୍ବ.ପ୍ର.),୨୭।୮-ଗଞ୍ଜାମ ଜିଲା ବ୍ରହ୍ମପୁର ନିକଟସ୍ଥ ଗୋଳନ୍ଥରା ରେଳଧାରଣା ପାର୍ଶ୍ୱରୁ ମଙ୍ଗଳବାର ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପକେଟରୁ ମିଳିଥିବା ଏଟିଏମ୍‌ ଓ ଆଧାର କାର୍ଡରୁ ସେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କଳାଶ୍ରୀ ଗ୍ରାମର ସୂର୍ଯ୍ୟମଣୀ ସାହୁଙ୍କ ପୁଅ ହରିହର ସାହୁ (୨୮) ବୋଲି ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ହରିହରଙ୍କ ଗ୍ରାମରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଥାଉକି ହରିହର ସୋମବାର ଅପରାହ୍ନ ୫ଟା ବେଳେ ଘରୁ କେଉଁଆଡ଼େ ପଳାଇ ଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି ପରେ ନ ପାଇବାରୁ ଶେଷରେ ରାତିରେ ବାଲିଚନ୍ଦ୍ରପୁର ଥାନାରେ ନିଖୋଜ ସମ୍ପର୍କିତ ଏକ ଏତଲା ଦେଇଥିଲେ। ମଙ୍ଗଳବାର ସକାଳେ ମୁଣ୍ଡବିହୀନ ଶରୀର ରେଳ ଧାରଣାରେ ପଡ଼ିଥିବାନେଇ ଖବର ପାଇବା ପରେ ଜିଆର୍‌ପି ସେଠାରେ ପହଞ୍ଚତ୍ ମୃତଦେହ ଉଦ୍ଧାର କରିଥିଲା। ଏଥିସହ ପକେଟରେ ଥିବା ଏଟିଏମ୍‌ କାର୍ଡ, ଆଧାର କାର୍ଡ ଏବଂ କଟକରୁ ବ୍ରହ୍ମପୁର ପର୍ଯ୍ୟନ୍ତ ରେଳ ଟିକେଟ୍‌ ଜବତ କରିଥିଲା। ଏଟିଏମ୍‌ ଓ ଆଧାର କାର୍ଡରେ ହରିହରଙ୍କ ନାମ ଲେଖାଯାଇଥିବାରୁ ପୋଲିସ ତାଙ୍କ ପରିବାର ସହ ଯୋଗାଯୋଗ କରିଥିଲା। ପରେ ପରିବାର ଲୋକ ଘଟଣାସ୍ଥଳକୁ ଯାଇ ମୃତଦେହ ଚିହ୍ନଟ କରିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୨ ଗୋଟି ସ୍ଥାନରେ ରାସ୍ତାର ନବୀକରଣ, ପ୍ରଶସ୍ତିକରଣ ପାଇଁ ଶିଳାନ୍ୟାଶ କଲେ ବିଧାୟକ ହିମାଂଶୁ ଶେଖର, ୪ କୋଟି ଟଙ୍କା ବ୍ୟୟ ଅଟକଳରେ…

ଧର୍ମଶାଳା,୨୬।୫(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ଧର୍ମଶାଳା ବିଧାୟକଙ୍କ ମାରାଥନ ଶିଳାନ୍ୟାଶ ଜାରିରହିଛି ।…

ଦୁର୍ଘଟଣାକୁ ଡାକୁଛି ବେପରୁଆ ‘ୟୁ-ଟର୍ନ’

କାଏମା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ରେଲୱେ ଓଭରବ୍ରିଜ ନିକଟରେ ଥିବା କଟ ପଏଣ୍ଟରେ ଗାଡ଼ିଗୁଡ଼ିକ ନେଉଥିବା ବେପରୁଆ ‘ୟୁ-ଟର୍ନ’…

ଜିଲାପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା, ଦିନରାତି ଜଳୁଛି ଇଟାଭାଟି

ରସୁଲପୁର,୨୫ା୫(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଜଳୁଛି। ବାୟୁମଣ୍ଡଳ ତାପମାତ୍ରା ୪୨ଂ ଉପରେ ରହୁଥିବାବେଳେ ଅସାଧୁ ଇଟା ବ୍ୟବସାୟୀ ବେଧଡ଼କ ଇଟାଭାଟିରେ…

ମାଟି ଉଠାଣକୁ ନେଇ ତୁମୁଳକାଣ୍ଡ: ଥାନାରେ ପହଞ୍ଚିଲା ମାମଲ…

ଧର୍ମଶାଳା,୨୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ଶୁନାରି ମୌଜାରୁ ଅବୈଧ ଭାବେ ମାଟି ଉଠାଣ ହେଉଥିବା ବେଳେ ଏହାକୁ ବିରୋଧ…

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

ନିଲାମ ଆରମ୍ଭ ହେବା ପୂର୍ବରୁ ନିଲାମ ବାତିଲ:ଲୋକଙ୍କ ମଧ୍ୟରେ ଅସନ୍ତୋଷ ସହ ବଢିଲା ସନ୍ଦେହ

ଧର୍ମଶାଳା,୨୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ବଡ଼ କାଏମା ପଞ୍ଚାୟତରେ ଶୁକ୍ରବାର ହେବାକୁ ଥିବା ନିଲାମ ପ୍ରକ୍ରିୟା ଆରମ୍ଭ ହେବା କିଛି ସମୟ…

ଛିଡା ହୋଇଥିବା ଟ୍ରକ୍‌ ପଛରେ ପିଟିଲା ଟ୍ରାଭେଲର: ୧୦ରୁ ଅଧିକ ଯାତ୍ରୀ ଆହତ

କଳିଙ୍ଗନଗର ୨୨।୫(ଶୁଭାଶିଷ ରାଉତ ): ମା’ ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ଯିବା ସମୟରେ ଅଘଟଣ। ଟ୍ରକ ପଛପଟୁ ପିଟିଲା ଟ୍ରାଭେଲର। ୧୦ରୁ ଅଧିକ ଯାତ୍ରୀ ଆହତ…

ମୃତ୍ୟୁର ୯ ଦିନ ପରେ ମାଟି ତଳୁ ଖୋଳି ବାହାର କରାଗଲା ଅଢ଼େଇ ବର୍ଷର ଶିଶୁର ଶବ, କାରଣ ଜାଣିଲେ ହୋଇଯିବେ ତାଜୁବ

ଧର୍ମଶାଳା,୧୮।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନୋସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ ହେବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri