ରୁହନ୍ତୁ ଟ୍ୟାନ୍‌ ଫ୍ରି

ଏଦିନେ ଅଧିକ ସମୟ ସୂର୍ଯ୍ୟକିରଣରେ ରହିବାକୁ ଅନେକଙ୍କୁ ଭଲ ଲାଗୁଥିବାରୁ ତ୍ୱଚାରେ ସନ୍‌ବର୍ନ ବା ଟ୍ୟାନିଂ ସମସ୍ୟା ଦେଖାଦିଏ। ଏହାକୁ ଦୂର କରିବା ଲାଗି ଅନେକେ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି। ଯଦି ଆପଣ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଜାଣିରଖନ୍ତୁ ଟ୍ୟାନ୍‌ ଫ୍ରି ତ୍ୱଚା ପାଇବାର କେତୋଟି ଘରୋଇ ଉପାୟ…
ପ୍ରତିଦିନ ସାବୁନ୍‌ କିମ୍ବା ଲିକ୍ୱିଡ୍‌ ବଡିଓ୍ବାଶ୍‌ ଲଗାଇ ଭଲ ଭାବେ ଗାଧେଇଲେ ପୁରୁଣା ଡେଡ୍‌ ସ୍କିନ୍‌ ବାହାରିଯିବା ଦ୍ୱାରା ବି କିଛି ମାତ୍ରାରେ ଟ୍ୟାନ୍‌ ସମସ୍ୟା ଦୂର ହୋଇଯାଏ। ଏଥିପାଇଁ ଉଷୁମ ପାଣି ବ୍ୟବହାର କରିବା ଅଧିକ ଲାଭଦାୟକ।
ଲେମ୍ବୁ ରସରେ ମହୁ ମିଶାଇ ଟ୍ୟାନ୍‌ ହୋଇଥିବା ସ୍ଥାନରେ ଲଗାନ୍ତୁ। କିଛି ସମୟ ରଖିବା ପରେ ଧୀରେ ଧୀରେ ପାଣିରେ ଧୋଇ ଦିଅନ୍ତୁ। ଏହା ଟ୍ୟାନ୍‌ ଦୂର କରିବାରେ ସାହାଯ୍ୟ କରିଥାଏ।
ବେସନରେ ଲେମ୍ବୁ ରସ, ଦହି, ହଳଦୀ ମିଶାଇ ଟ୍ୟାନ୍‌ ହୋଇଥିବା ସ୍ଥାନରେ ଲଗାନ୍ତୁ। ଶୁଖିଯିବା ପରେ ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ଏପରି କରିବା ପରେ ଟ୍ୟାନ୍‌ ସହଜରେ ଦୂର ହୋଇଥାଏ।
କ୍ଷୀର ହଳଦୀ ପ୍ୟାକ୍‌ ଲଗାଇବା ବି ଟ୍ୟାନ୍‌ ସମସ୍ୟା ଦୂରକରିବା ଲାଗି ଲାଭଦାୟକ।
ସ୍ୟାଣ୍ଡେଲ୍‌ ପାଉଡର୍‌, ରୋଜ୍‌ ଓ୍ବାଟର ଓ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରି ଟ୍ୟାନ୍‌ ହୋଇଥିବା ସ୍ଥାନରେ ୨୦ମିନିଟ୍‌ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ।
କାକୁଡି ରସ ଏକ ଚାମଚ, ଦହି ଏକ ଚାମଚ, ଅଧା ଚାମଚ ମହୁ, ଅଳ୍ପ ଲେମ୍ବୁ ରସ ଏବଂ ଏକ ଚାମଚ ସ୍ୟାଣ୍ଡେଲ୍‌ ପାଉଡର ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ଟ୍ୟାନ୍‌ ହୋଇଥିବା ସ୍ଥାନରେ ଲଗାଇ ୧୫ ମିନିଟ୍‌ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨-୩ ଥର ଏହି ପ୍ୟାକ୍‌ ଲଗାଇଲେ ଟ୍ୟାନ୍‌ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri