ରୁଟିରେ ଗୁଆଘିଅ ଲଗାଇ ଖାଇଲେ ଓଜନ କମିବ

ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଏବଂ ଉନ୍ନତ ଜୀବନଶୈଳୀର ଆବଶ୍ୟକତା ରହିଛି। ହେଲେ ଆଜିକାଲିର ଲୋକମାନେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପରିବର୍ତ୍ତେ ଜଙ୍କ୍‌ ଫୁଡ୍‌ ଖାଇବାକୁ ବେଶି ପସନ୍ଦ କରୁଛନ୍ତି, ଯାହାକି ସ୍ବାସ୍ଥ୍ୟପାଇଁ କ୍ଷତିକାରକ। ଏଥିସହ ଅଧିକାଂଶ ଲୋକ ପରଟା ବନାଇବା ପାଇଁ ରିଫାଇନ୍‌ ବା ଡାଲ୍‌ଡା ତେଲ ବ୍ୟବହାର କରିଥା’ନ୍ତି। ଏହା ଆହୁରି ହାନିିକାରକ। ଏହି ତେଲ ପରିବର୍ତ୍ତେ ଗୁଆଘିଅର ବ୍ୟବହାର କରାଯାଇ ପାରିବ। ଘିଅ ସ୍ବାସ୍ଥ୍ୟ ପାଇଁ ଭଲ। କାରଣ ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଛି, ଯାହା ଆମ ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।

ଓଜନ ହ୍ରାସ ପାଇଁ: ଓଜନ କମ୍‌ କରିବା ପାଇଁ ଗୁଆଘିଅ ସବୁଠାରୁ ଲାଭଦାୟକ। ଘିଅ ଶରୀରର ମୋଟାବଲିଜିମ୍‌ ବୃଦ୍ଧି କରିଥାଏ। ଯଦ୍ଦ୍ବାରା ଓଜନ କମ୍‌ ହୋଇଥାଏ। ଏଥିସହ ଶରୀରର ମୋଟାପଣକୁ ଏନର୍ଜିରେ ମଧ୍ୟ ପରିବର୍ତ୍ତନ କରିବାରେ ସହାୟକ ହୋଇଥାଏ।

ତ୍ୱଚା ପାଇଁ: ଘିଅରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚା ପାଇଁ ଲାଭଦାୟକ। ଏହା ମୃତକୋଷିକାକୁ ନଷ୍ଟ କରିଥାଏ, ଯଦ୍ଦ୍ବାରା ପିପଲ୍ସ ପରି ସମସ୍ୟା ଦେଖାଦେଇ ନ ଥାଏ। ତ୍ୱଚାରେ ଚମକ ଆସିଥାଏ ।

ପେଟ ପାଇଁ: ରୁଟିରେ ଘିଅ ଲଗାଇ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ। କୋଷ୍ଠକାଠିନ୍ୟ, ଏସିଡିଟି ଆଦି ସମସ୍ୟା କମ୍‌ ହୋଇଥାଏ।

କୋଲେଷ୍ଟରଲ ନିୟନ୍ତ୍ରଣ ପାଇଁ: ଘିଅ ଶରୀରର କୋଲେଷ୍ଟରଲର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। ଏଥିସହ ଶରୀରର ରକ୍ତ ସଂଚାଳନ ଠିକ୍‌ ରଖିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖଣିଜତୈଳ

ଶକ୍ତି କହିଲେ ବସ୍ତୁର କାର୍ଯ୍ୟ କରିବାର ସାମର୍ଥ୍ୟକୁ ବୁଝାଯାଏ। ତେଣୁ ଆମ ପାଖରେ କିମ୍ବା ଯନ୍ତ୍ର ପାଖରେ ଶକ୍ତି ଥିଲେ କାମ କରିବା ସମ୍ଭବ ହେବ।...

ବାସି ରୁଟି ଓ ସ୍ବାସ୍ଥ୍ୟ

ସକାଳ ଜଳଖିଆକୁ ‘ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ’ ବୋଲି କୁହାଯାଏ। ଏହାର କାରଣ ହେଲା ଯେ, ରାତିରେ ଦୀର୍ଘ ସମୟ ଧରି ଆମେ କିଛି ଖାଇ...

ଏସବୁ କାମ ମା’ ଲକ୍ଷ୍ମୀଙ୍କୁ ନାପସନ୍ଦ, କରିବା ପୂର୍ବରୁ…

ଭଲ ହେଉ କି ମନ୍ଦ, ପ୍ରତ୍ୟେକ କାମର କିଛି ନା କିଛି ପରିଣାମ ରହିଥାଏ। କିଛି କାମ ଘର ପାଇଁ ଉନ୍ନତିର ପଥ ଖୋଲିଥାଏ ତ...

ଅତ୍ୟଧିକ ଚା ପିଉଛନ୍ତି କି ? ହୋଇପାରେ ଏହି ସମସ୍ୟା

ପୃଥିବୀରେ ଅନେକ ଲୋକେ ଚା ପିଇବାକୁ ଭଲ ପାଆନ୍ତି। ଚା ପିଇଲେ କିଛି ସୁଫଳ ମିଳିଲେ ଅନେକ କୁଫଳ ମଧ୍ୟ ମିଳିଥାଏ। ଯାହା ଲୋକମାନଙ୍କର ସ୍ୱାସ୍ଥ୍ୟକୁ...

ଜାଣନ୍ତୁ କିପରି କରିବେ ଟେନ୍‌ସନ୍‌ ଫ୍ରି ଟ୍ରାଭେଲ୍‌

ଦିନ ଥିଲା, କୌଣସି ଅଜଣା ସ୍ଥାନକୁ ଯିବା ଲାଗି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। କେବେ ପଚାରି ପଚାରି ଯିବାରେ ଅଯଥା ସମୟ ସାଙ୍ଗକୁ...

ଅସମୟରେ ଆପଣଙ୍କ ଚୁଟି ପାଚୁଛି କି? ମୁକ୍ତି ପାଇବାକୁ କିଛିଟା ଟିପ୍ସ

ଖରାପ ଲାଇଫ୍‌ଷ୍ଟାଇଲ୍‌ ହେଉ ଅଥବା ଖାଦ୍ୟପେୟରେ ସନ୍ତୁଳନ ନ ରହିବା ଯୋଗୁ କେବଳ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତାହା ନୁହେଁ, ଏହାର ଅନେକ କୁପ୍ରଭାବ ଆମର...

ଏହି ୭ ଜିନିଷରେ ଗୋଡ ବଜାନ୍ତୁ ନାହିଁ କି ମାରନ୍ତୁନି ଗୋଇଠା, ନଚେତ ହୋଇଯିବେ ବରବାଦ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଅର୍ଥ, ପଦୋନ୍ନତି,...

ପ୍ରେମିକା ରାଗିଥିବା ବେଳେ ଭୁଲରେ ବି କୁହନ୍ତୁ ନାହିଁ ଏହି ୫ କଥା, ହୋଇଯିବ ବ୍ରେକଅପ!

ଯେଉଁ ସମ୍ପର୍କରେ ଝଗଡ଼ା, ବାଦ ବିବାଦ ନ ଥାଏ, ତାହା ହୃଦୟରୁ ନୁହେଁ କେବଳ ମନରୁ ବୋଲି କହିପାରିବା। ହେଲେ ଅନେକ ସମୟରେ ପ୍ରେମିକଙ୍କ କିଛି...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri