ରିପୋର୍ଟ ଦେଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା: ଅନ୍ତେବାସୀଙ୍କ ସହ କଲେ ମଧ୍ୟାହ୍ନ ଭୋଜନ

ଅନୁଗୋଳ ଅଫିସ, ୨୦।୧୨-ଦୁଇ ଦିନିଆ ଅନୁଗୋଳ ଜିଲା ଗସ୍ତରେ ଆସିଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଦିବ୍ୟା ଶାଶ୍ୱତୀ ବୁଧବାର ତାଙ୍କ ଗସ୍ତ ଶେଷ କରି ଫେରିଯାଇଛନ୍ତି। ତେବେ ଫେରିବା ପୂର୍ବରୁ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଓ ଏସ୍‌ପି ଜଗମୋହନ ମୀନାଙ୍କୁ ସେ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ଗସ୍ତ ଅବସରରେ ଆୟୋଗ ସଦସ୍ୟା ବନ୍ତଳା ଅଞ୍ଚଳର ଦୁଇଟି ହୋଟେଲରେ ଚଢ଼ାଉ କରି ୫ ଜଣ ବାଳଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଦୁଇ ଜଣଙ୍କ ବୟସ ୧୪ ବର୍ଷ ହୋଇଥିବାରୁ ଉଭୟଙ୍କୁ ଜିଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହାଜର କରାଇ ସିସିଆଇ ହୋମ୍‌ରେ ରଖାଯାଇଛି। ଅନ୍ୟ ୩ ଜଣଙ୍କ ବୟସ ୧୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସେମାନଙ୍କ ପରିବାର ଆବଶ୍ୟକ ପ୍ରମାଣପତ୍ର ଦେଖାଇବା ପରେ ବନ୍ତଳା ପୋଲିସ ଓ ଜିଲା ଶ୍ରମ ଅଧିକାରୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସଦସ୍ୟା କହିଛନ୍ତି।
ବୁଧବାର ପୂର୍ବାହ୍ନରେ ଆୟୋଗ ସଦସ୍ୟା ଶରଧାପୁର ଅଞ୍ଚଳର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ କୁନି କୁନି ପିଲାଙ୍କ ସହ ବାର୍ତ୍ତାଳାପ କରିବା ସହ କେନ୍ଦ୍ର କିପରି ଚାଲିଛି ତାର ଅନୁଧ୍ୟାନ କରିଥିଲେ। ଏହାପରେ ଶରଧାପୁର ୟୁପି ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରୀମାନଙ୍କ ଡ୍ରପ ଆଉଟ୍‌ ନେଇ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ଅଭିଭାବକଙ୍କ ସହ ଆଲୋଚନା କରି ପାଠ ଛାଡ଼ିଥିବା ଛାତ୍ରୀଙ୍କୁ ପୁଣି ସ୍କୁଲ ଫେରାଇବାକୁ ପରାମର୍ଶ ଦେଇଥିଲେ। ଏହାପରେ ଅନୁଗୋଳ ଜୁଭେନାଇଲ ଜଷ୍ଟିସ ହୋମ (ବାଳସୁଧାର ଗୃହ) ପରିଦର୍ଶନ କରିଥିଲେ। ସେଠାରେ ଥିବା ଅନ୍ତେବାସୀଙ୍କ ସହ ଖାଦ୍ୟ ଖାଇବା ବେଳେ କାଉନସେଲିଂ କିପରି କରାଯାଉଛି ତାହା ବୁଝିଥିଲେ। ବାଳ ସୁଧାର ଗୃହ ଭିତ୍ତିଭୂମି ବିକାଶର ଆବଶ୍ୟକତା ଥିବା ସଦସ୍ୟା ଦର୍ଶାଇଥିଲେ। ପରେ ଅନୁଗୋଳ ବାଳିକା ବିଦ୍ୟାଳୟରେ ପହଞ୍ଚି ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ସେଠାରେ ମଧ୍ୟ ଡ୍ରପ୍‌ ଆଉଟ୍‌ ଥିବା ଜାଣିବାକୁ ପାଇଥିଲେ। ଏହି ଦୁଇଟି ବିଦ୍ୟାଳୟରୁ ୧୬ ଜଣ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡ଼ିଥିବା ନେଇ ସେ ଜିଲାପାଳଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି। ସଦସ୍ୟାଙ୍କ ସହ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା, ସମାଜ ମଙ୍ଗଳ ବିଭାଗର ସୁରକ୍ଷା ଅଧିକାରୀ ପୂର୍ଣ୍ଣବାସୀ ରଥ, ଶିଶୁ ଯତ୍ନ ସୁରକ୍ଷା ଅଧିକାରୀ ଝରଣା ନାୟକଙ୍କ ସମେତ ସମାଜ ମଙ୍ଗଳ ଓ ଜିଲା ମଙ୍ଗଳ ବିଭାଗର ବିଭିନ୍ନ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ବନ୍ତଳା ଅଞ୍ଚଳରେ ଥିବା ଦୁଇ ହୋଟେଲରେ ଜିଲା ଶ୍ରମ ଅଧିକାରୀ ଶିବ ଶଙ୍କର ମିଶ୍ର, ବନ୍ତଳା ଏସ୍‌ଆଇ ଅନୁପମା ପାତ୍ର, ଶିଶୁ ସୁରକ୍ଷା ଅଧିକାରୀ ବେହେରା ଓ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସଞ୍ଜୀବ କୁମାର କରଙ୍କ ସହ ଚଢ଼ାଉ କରିଥିଲେ। ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ସମୟରେ ଶିଶୁ ସୁରକ୍ଷା ଅଧିକାରୀ ବେହେରା ଓ ଉପଜିଲାପାଳ ବାସୁଦେବ ଶତପଥୀ ଜିଲାପାଳଙ୍କ ନିକଟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ: ମୂଲ୍ୟାଙ୍କନ ଉପରେ ପ୍ରଶ୍ନବାଚୀ

ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ

ପାଟଣା, ୯।୯ (ବୀର କିଶୋର ଦାଶ): ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ମୂଷାନାଳି ଗ୍ରାମରେ ବିଦ୍ୟୁତ୍ ଆଘାତ ଲାଗି ବୁଧବାର ସକାଳେ ଦୟାନିଧି ମହାନ୍ତ (୪୮)ଙ୍କ…

ଭଦ୍ରକ-ଧାମରା ରେଳପଥ ଅବରୋଧ ଡିପିସିଏଲ୍‌ର ଅନ୍ୟାୟ: ଅନୀତି ବିରୋଧରେ ଜନଆକ୍ରୋଶ

ତିହିଡ଼ି, ୯।୯ (ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ତିହିଡ଼ି ବ୍ଲକ ଅଧୀନ ପୀରହାଟ ଥାନା ଅନ୍ତର୍ଗତ ଗୁରୁଦାସପୁରଠାରେ ବୁଧବାର ସକାଳଠାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର

ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ…

ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ଅଭିଭାବକ

ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,…

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri