ରିଟେଲ ସାମଗ୍ରୀର ହୋମ୍‌ ଡେଲିଭରି ଦେବ ଜିଓ ମାର୍ଟ

ନୂଆଦିଲ୍ଲୀ,୨୪।୫: ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ୍‌ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ତା’ର ରିଟେଲର୍ସ ସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ମନ ବଳାଇଛି। କମ୍ପାନୀର ଡିଜିଟାଲ ପ୍ଲାଟ୍‌ଫର୍ମ ଜିଓ ସେବା ମାଧ୍ୟମରେ ଏହି ରିଟେଲର୍ସ (ଗ୍ରସେରି) ସେବାକୁ ଏକ ସ୍ବତନ୍ତ୍ର ଆପ୍‌ ‘ଜିଓ ମାର୍ଟ’ ମାଧ୍ୟମରେ ଲୋକଙ୍କ ନିକଟତର ହେବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି। କମ୍ପାନୀ ଗତ ୧ମାସ ତଳେ ରିଲାଏନ୍ସ ରିଟେଲର୍ସ ସେବାରେ ଏହି ଅତ୍ୟାଧୁନିକ ଆପ୍‌ ‘ଜିଓ ମାର୍ଟ’ ସେବାକୁ ଗ୍ରହଣ କରିଥିଲା। ଏହି ସେବାକୁ କମ୍ପାନୀ ପରୀକ୍ଷାମୂଳକ ଭାବରେ ମୁମ୍ବାଇ ସହରର ପ୍ରମୁଖ ଅଞ୍ଚଳ ନଭି ମୁମ୍ବାଇ, ଠାଣେ ଏବଂ କଲ୍ୟାଣ ଆଦି ସହରରେ ଆରମ୍ଭ କରିଥିଲା। ଏହିସବୁ ସହରର ଗ୍ରାହକମାନେ ନିଜ ନିଜର ହ୍ବାଟ୍ସଆପ୍‌ ନମ୍ବର ମାଧ୍ୟମରେ ଆବଶ୍ୟକ ସାମଗ୍ରୀର ଅର୍ଡର କରି ବହୁ ସହଜ ଓ ସୁବିଧାରେ ବିଭିନ୍ନ ପ୍ରକାର ସାମଗ୍ରୀ ମଗାଇପାରିଲେ। କମ୍ପାନୀର ଏହି ପରୀକ୍ଷଣ ସଫଳ ହେବା ଫଳରେ ଏହାକୁ ସାରା ଦେଶରେ ଲାଗୁ କରିବା ପାଇଁ ରିଲାଏନ୍ସ ରିଟେଲର୍ସ’ର ସିଇଓ ଦାମ୍‌ଦର ମଲ୍ଲ ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ଆପ୍‌କୁ ଗ୍ରାହକମାନେ ସିଧାସଳଖ କମ୍ପାନୀ ଓ୍ବେବ୍‌ସାଇଟରୁ ଡାଉନ୍‌ଲୋଡ୍‌ କରିପାରିବେ। ଜିଓ ଫୋନ ଓ କମ୍ପାନୀ ଓ୍ବେବ୍‌ସାଇଟରୁ ଜିଓ ମାର୍ଟ ଡଟ କମ୍‌ ( jiomart.com )। ଏହି ଆପ୍‌ରେ ସମସ୍ତ ପ୍ରକାର ଗ୍ରସେରି, ଫଳମୂଳ, ପନିପରିବା,ପର୍ସନାଲ କେୟାର, ହୋମ୍‌ କେୟାର, ବେବି କେୟାର ଏହିଭଳି ଅନେକ ସାମଗ୍ରୀ ଉପଲବ୍ଧ ହେଉଛି। ରିଲାଏନ୍ସ ଗ୍ରୁପ୍‌ର ରିଲାଏନ୍ସ ଫ୍ରେସ୍‌ ଓ ରିଲାଏନ୍ସ ମାର୍ଟରେ ମଧ୍ୟ ଏହି ସେବା ଓ ସୁବିଧା ତା’ର ଗ୍ରାହକମାନଙ୍କ ଲାଗୁ କରାଯିବ। ଗ୍ରାହକଙ୍କର ଅର୍ଡର ଅନୁସାରେ କମ୍ପାନୀ ଏହି ହୋମ୍‌ ଡେଲିଭରି ସେବା ଯୋଗାଇବ, କିନ୍ତୁ ଅର୍ଡରର ସାମଗ୍ରୀ ୭୫୦ରୁ ଊର୍ଦ୍ଧ୍ୱ ହେବା ଆବଶ୍ୟକ। ତା’ସହିତ ଡେଲିଭରି ପାଇଁ ଅତିରିକ୍ତ ୨୫ଟଙ୍କା ଗ୍ରାହକ କମ୍ପାନୀଙ୍କୁ ଦେବାକୁ ପଡିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

Gold Rate: ଲକ୍ଷେ ତଳକୁ ଖସିଆସିବ ସୁନା ଦର? ବିଶେଷଜ୍ଞ କହିଦେଲେ ତାରିଖ!

ସୁନା ଦର ଲକ୍ଷେ ଟଙ୍କା ତଳକୁ ଖସିବ? ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ବଜାରରେ ଅସ୍ଥିରତା ରହିଥାଏ, ତେବେ ଆହୁରି ଟିକିଏ ହ୍ରାସ ହୋଇପାରେ। ତଥାପି, ହଠାତ୍…

ଦଶମ ପାସ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ଆସିଲା ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୨୧।୩: ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ କରିଥିବା…

ଗ୍ରାହକଙ୍କୁ Zomatoର ବଡ଼ ଝଟ୍‌କା! ଏଲ୍‌ପିଜି ସଙ୍କଟ ପରେ ଏବେ ଅନଲାଇନ୍‌ରେ ଖାଇବା ମଗାଇବା ହେଲା ମହଙ୍ଗା, ଦେବାକୁ ହେବ…

ନୂଆଦିଲ୍ଲୀ,୨୦।୩:ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ଏକ ମହଙ୍ଗା ମାଡ଼ ହୋଇଛି। ଯଦି ଆପଣ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri