ରିଟେଲ ସାମଗ୍ରୀର ହୋମ୍‌ ଡେଲିଭରି ଦେବ ଜିଓ ମାର୍ଟ

ନୂଆଦିଲ୍ଲୀ,୨୪।୫: ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ୍‌ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ତା’ର ରିଟେଲର୍ସ ସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ମନ ବଳାଇଛି। କମ୍ପାନୀର ଡିଜିଟାଲ ପ୍ଲାଟ୍‌ଫର୍ମ ଜିଓ ସେବା ମାଧ୍ୟମରେ ଏହି ରିଟେଲର୍ସ (ଗ୍ରସେରି) ସେବାକୁ ଏକ ସ୍ବତନ୍ତ୍ର ଆପ୍‌ ‘ଜିଓ ମାର୍ଟ’ ମାଧ୍ୟମରେ ଲୋକଙ୍କ ନିକଟତର ହେବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି। କମ୍ପାନୀ ଗତ ୧ମାସ ତଳେ ରିଲାଏନ୍ସ ରିଟେଲର୍ସ ସେବାରେ ଏହି ଅତ୍ୟାଧୁନିକ ଆପ୍‌ ‘ଜିଓ ମାର୍ଟ’ ସେବାକୁ ଗ୍ରହଣ କରିଥିଲା। ଏହି ସେବାକୁ କମ୍ପାନୀ ପରୀକ୍ଷାମୂଳକ ଭାବରେ ମୁମ୍ବାଇ ସହରର ପ୍ରମୁଖ ଅଞ୍ଚଳ ନଭି ମୁମ୍ବାଇ, ଠାଣେ ଏବଂ କଲ୍ୟାଣ ଆଦି ସହରରେ ଆରମ୍ଭ କରିଥିଲା। ଏହିସବୁ ସହରର ଗ୍ରାହକମାନେ ନିଜ ନିଜର ହ୍ବାଟ୍ସଆପ୍‌ ନମ୍ବର ମାଧ୍ୟମରେ ଆବଶ୍ୟକ ସାମଗ୍ରୀର ଅର୍ଡର କରି ବହୁ ସହଜ ଓ ସୁବିଧାରେ ବିଭିନ୍ନ ପ୍ରକାର ସାମଗ୍ରୀ ମଗାଇପାରିଲେ। କମ୍ପାନୀର ଏହି ପରୀକ୍ଷଣ ସଫଳ ହେବା ଫଳରେ ଏହାକୁ ସାରା ଦେଶରେ ଲାଗୁ କରିବା ପାଇଁ ରିଲାଏନ୍ସ ରିଟେଲର୍ସ’ର ସିଇଓ ଦାମ୍‌ଦର ମଲ୍ଲ ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ଆପ୍‌କୁ ଗ୍ରାହକମାନେ ସିଧାସଳଖ କମ୍ପାନୀ ଓ୍ବେବ୍‌ସାଇଟରୁ ଡାଉନ୍‌ଲୋଡ୍‌ କରିପାରିବେ। ଜିଓ ଫୋନ ଓ କମ୍ପାନୀ ଓ୍ବେବ୍‌ସାଇଟରୁ ଜିଓ ମାର୍ଟ ଡଟ କମ୍‌ ( jiomart.com )। ଏହି ଆପ୍‌ରେ ସମସ୍ତ ପ୍ରକାର ଗ୍ରସେରି, ଫଳମୂଳ, ପନିପରିବା,ପର୍ସନାଲ କେୟାର, ହୋମ୍‌ କେୟାର, ବେବି କେୟାର ଏହିଭଳି ଅନେକ ସାମଗ୍ରୀ ଉପଲବ୍ଧ ହେଉଛି। ରିଲାଏନ୍ସ ଗ୍ରୁପ୍‌ର ରିଲାଏନ୍ସ ଫ୍ରେସ୍‌ ଓ ରିଲାଏନ୍ସ ମାର୍ଟରେ ମଧ୍ୟ ଏହି ସେବା ଓ ସୁବିଧା ତା’ର ଗ୍ରାହକମାନଙ୍କ ଲାଗୁ କରାଯିବ। ଗ୍ରାହକଙ୍କର ଅର୍ଡର ଅନୁସାରେ କମ୍ପାନୀ ଏହି ହୋମ୍‌ ଡେଲିଭରି ସେବା ଯୋଗାଇବ, କିନ୍ତୁ ଅର୍ଡରର ସାମଗ୍ରୀ ୭୫୦ରୁ ଊର୍ଦ୍ଧ୍ୱ ହେବା ଆବଶ୍ୟକ। ତା’ସହିତ ଡେଲିଭରି ପାଇଁ ଅତିରିକ୍ତ ୨୫ଟଙ୍କା ଗ୍ରାହକ କମ୍ପାନୀଙ୍କୁ ଦେବାକୁ ପଡିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri