ରୋହିତ୍‌ଙ୍କ ବିଶ୍ୱରେକର୍ଡ

ଲିଡ୍ସ, ୭।୭ (ପି.ଟି.)- ଶ୍ରେଷ୍ଠ ଫର୍ମରେ ଥିବା ତାରକା ଓପନର୍‌ ରୋହିତ୍‌ ଶର୍ମା ଏବଂ ଲୋକେଶ ରାହୁଲଙ୍କ ଶତକ ସହାୟତାରେ ଭାରତ ଚଳିତ ଆଇସିସି ବିଶ୍ୱକପର ଶନିବାର ଅନୁଷ୍ଠିତ ମ୍ୟାଚରେ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରିଛି। ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୨୬୫ ରନର ବିଜୟ ଲକ୍ଷ୍ୟକୁ ଭାରତ ୪୩.୩ ଓଭରରେ ୩ ଉଇକେଟ ହରାଇ ହାସଲ କରିଛି। ଭାରତ ସେମିଫାଇନାଲରେ ପ୍ରବେଶ କରିସାରିଥିବାରୁ ରୋହିତ (୧୦୩ ରନ,୯୪ ବଲ, ୧୪ ଚୌକା, ୨ ଛକା)ଓ ଲୋକେଶ (୧୧୧ରନ, ୧୧୮ ବଲ, ୧୧ ଚୌକା, ୧ ଛକା)ଙ୍କ ଶତକ ଦଳର ମନୋବଳକୁ ବହୁ ପରିମାଣରେ ବଢ଼ାଇ ଦେଇଛି। ଏଠାରେ କ୍ୟାରିୟରର ୨୭ତମ ଏକଦିବସୀୟ ଶତକ ହାସଲ ସହ ରୋହିତ ବିଶ୍ୱରେକର୍ଡର ଅଧିକାରୀ ହୋଇଛନ୍ତି। ୩୨ ବର୍ଷୀୟ ଏହି ଓପନର ଚଳିତ ବିଶ୍ୱକପ୍‌ରେ ୫ମ ଥର ପାଇଁ ୩ଅଙ୍କ ବିଶିଷ୍ଟ ସ୍କୋର କରିଛନ୍ତି। ଏଥିସହ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ ଆଇସିସି ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ୫ଟି ଶତକ ହାସଲ କରିବାର କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ଏଥିପୂର୍ବରୁ ବାଂଲାଦେଶ ବିପକ୍ଷ ଗତ ମ୍ୟାଚରେ ସେ ୧୦୪ ରନର ଶତକୀୟ ଇନିଂସ ଖେଳି ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ଶତକ ହାସଲ କରିବାରେ ଶ୍ରୀଲଙ୍କାର କୁମାର ସଙ୍ଗକାରାଙ୍କ ସହ ସମକକ୍ଷ ହୋଇଥିଲେ। ସଙ୍ଗକାରା ପୂର୍ବରୁ ୨୦୧୫ ବିଶ୍ୱକପ୍‌ରେ ୪ଟି ଶତକ ହାସଲ କରି ଏହି ରେକର୍ଡର ଅଧିକାରୀ ହୋଇଥିଲେ। ୨୦୧୫ ବିଶ୍ୱକପ୍‌ରେ ରୋହିତ୍‌ ବାଂଲାଦେଶ ବିପକ୍ଷରେ ୧୩୭ ରନ କରିଥିଲେ। ରୋହିତ୍‌ ଏହିକ୍ରମରେ ବିଶ୍ୱକପ୍‌ରେ ମୋଟ୍‌ ୬ଥର ତିନି ଅଙ୍କବିଶିଷ୍ଟ ସ୍କୋର କରିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି। ପୂର୍ବରୁ ତେନ୍ଦୁଲକର ମଧ୍ୟ ବିଶ୍ୱକପ୍‌ରେ ୬ଥର ଶତକ ଅର୍ଜନ କରିଥିଲେ। ସଚିନ ବିଶ୍ୱକପ୍‌ରେ ୪୪ ଇନିଂସରୁ ୬ ଶତକ ସହାୟତାରେ ମୋଟ୍‌ ୨୨୭୮ ରନ କରିଛନ୍ତି। ଅପରପକ୍ଷରେ ରୋହିତ୍‌ ମାତ୍ର ୧୬ ଇନିଂରୁ ସମାନ ସଂଖ୍ୟକ ଶତକ ସହ ୯୭୭ ରନ ନିଜ ନାମରେ ଯୋଡ଼ିଛନ୍ତି।
ବିଶ୍ୱକପ୍‌ରେ ହ୍ୟାଟ୍ରିକ ଶତକ ମାରିବାରେ ସଙ୍ଗକାରାଙ୍କ ସମକକ୍ଷ-
ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନର ଇନିଂସ ସହ ରୋହିତ୍‌ ଚଳିତ ବିଶ୍ୱକପ୍‌ରେ ବର୍ତ୍ତମାନ ସୁଦ୍ଧା ମାତ୍ର ୯ ମ୍ୟାଚ୍‌ରୁ ମୋଟ୍‌ ୫ ଶତକ ହାସଲ କରିଛନ୍ତି। ମୁମ୍ବାଇର ଏହି ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ଏହିକ୍ରମରେ ହ୍ୟାଟ୍ରିକ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି। ପୂର୍ବ ଦୁଇ ମ୍ୟାଚ୍‌ରେ ସେ ଯଥାକ୍ରମେ ୧୦୪ (ବାଂଲାଦେଶ, ଜୁଲାଇ ୨) ଓ ୧୦୨ (ଇଂଲଣ୍ଡ, ଜୁନ୍‌ ୩୦) ରନର ଶତକୀୟ ଇନିଂସ ଖେଳିଥିଲେ। ଏଥିସହ ବିଶ୍ୱକପ୍‌ରେ ହ୍ୟାଟ୍ରିକ ଶତକ ମାରିବାରେ ସେ ପ୍ରାକ୍ତନ ସିଂହଳୀ ବ୍ୟାଟ୍ସମ୍ୟାନ କୁମାର ସଙ୍ଗକାରାଙ୍କ ସମକକ୍ଷ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri