ରାଷ୍ଟ୍ରୀୟ ଭାବ୍‌ ମାନବିକତାର ଅସଲ ପରିଚଏ

ଲାଠୋର, ୩୧।୧୦(ଡି.ଏନ୍‌.ଏ.)- ଜାତି ଭିନ୍‌ ଭିନ୍‌ ମୁନୁଷ୍‌ ଏକ। ଭାଷା ଭିନ୍‌ ଭିନ୍‌ ସାହିତିଅ ଗୁଟେ। ରାଷ୍ଟ୍ରୀୟ ଭାବ୍‌ ହେଉଛେ ମାନବିକତାର ଅସଲ ପରିଚଏ। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଜାମଚୁଅଁାନେ ଅନୁଷ୍‌ଠିତ ଝରିଆ ଯାଦବ ସମାଜର ଗରିଗୋବର୍ଦ୍ଧନ ପୂଜାର ଉଦ୍‌ଯାପନୀ ଉଛବ୍‌ଥି ମୁଖିଆ ବକ୍‌ତା ହିସାବେ ଯୋଗଦେଇ ପଦ୍ମଶ୍ରୀ ଡ.ହଲଧର ନାଗ୍‌ ଇ କଥା କହିଛନ୍‌। ଏନ୍‌ତା କି ସେ ଯାଦବମାନେ ଝରିଆ ଯାଦବ ଲେଖ୍‌ବାର ଜାଗାରେ ଖାଲି ଯାଦବ ସମାଜ ଲେଖ୍‌ବାକେ ପରାମଶ ଦେଇଥିଲେ। ପୂଜା କମିଟିର ସଭାପତି ଜୟଦେବ ନାଗକଁର ଦେଖ୍‌ରେଖରେ ମଙ୍ଗଲବାର ଆୟୋଜିତ୍‌ ପୂଜାର ଉଦ୍‌ଘାଟନୀ ଉଛବ୍‌ରେ ପଶ୍ଚିମ ଓଡ଼ିଶା ଯାଦବ ସମାଜ ଉନ୍ନୟନ ପରିଷଦ ଅଧ୍ୟକ୍ଷ ବଳରାମସିଂ ଯାଦବ ମୁଖିଆ କୁନୁଅଁା ହିସାବେ ଯୋଗ ଦେଇଥିଲେ। ସେ ଇଷ୍ଟଦେବତା ଶ୍ରୀକୃଷ୍ଣକଁର ପୂଜାପାଠ୍‌ କଲା ଉତାରୁ ପାରମ୍ପରିକ ବାଡ଼ି ଖେଲ ଆର କୃଷ୍ଣକଁର ଗୋପ୍‌ ଲିଲାକେ ନେଇ ଭିନେ ଭିନେ ନାଚ୍‌ଗୀତ୍‌ ପରିବେଷନ୍‌ ହେଇଥିଲା। ପଛେ ସଭେ ଏକ୍‌ଠାନିଅଁା ପରସାଦ ପାଇଥିଲେ। ଇଥ୍‌ରେ ପୂଝାରୀ ହିସାବେ ଦେବରାଜ ପଣ୍ଡା ଦାଇତିଅ ନେଇଥିଲାବେଲେ କରତା ହିସାବେ ବନିତା ଆର ରାମକୃଷ୍ଣ ଚିତକୁଡ଼ିଆ ଦମ୍ପତି ଦାଇତିଅ ତୁଲେଇଥିଲେ। ସେନ୍‌ତା ଉଦ୍‌ଯାପନୀ ଉଛବ୍‌ରେ ସଭାପତି ଜୟଦେବ ନାଗକଁର ସଭାପତିତ୍ୱନେ ମୁଖିଆ କୁନୁଅଁା ହିସାବେ ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ମେହେର ଯୋଗଦେଇଥିଲାବେଲେ ସନ୍‌ମାନିତ କୁନୁଅଁା ହିସାବେ ଯାଦବ ସମାଜ ବଲାଙ୍ଗୀର ଜିଲା ସଭାପତି ଶେଷଦେବ ଭଇଁଷା, ବ୍ଲକ ଉପାଧ୍ୟକ୍ଷ ପ୍ରକାଶଚନ୍ଦ୍ର ମେହେର, ପୂରବର ସରପଁଚ୍‌ ସନ୍ତୋଷ କୁମାର ଭଇଁଷାଲ, ସାମାଜିକ କରମୀ ସୁଶୀଲ ଅଗ୍ରଓ୍ବାଲ, ବିମଳ ଅଗ୍ରଓ୍ବାଲ ପରମୁଖ ଯୋଗ୍‌ଦେଇଥିଲେ। ସଭା ଉତାରୁ ଦୁଲ୍‌ଦୁଲି ବଜାର ଆସର ଜମିଥିଲା। ପଛେ ନାଚ୍‌ଗୀତ ପରତିଯୋଗିତା ହେଇ ବିଜୟୀ ଦଲମାନକୁ ମାନ୍‌ପତର ସଂଗେ ସନାମନା କରାଯାଇଥିଲା। ଇଥ୍‌ରେ ପୂଜା କମିଟିର ଲମ୍ବୋଦର ଭଇଁଷାଲ, ଯୁଧିଷ୍ଠୀର ଭଇଁଷାଲ, କବି ବାଗ, ଟିକେଶ୍ୱର ଭଇଁଷାଲ, ଧର୍ମସିଂ ଘୋଷି ପରମୁଖ ସହଯୋଗ କରିଥିଲେ। ପୂର୍ଣ୍ଣଚନ୍ଦ୍ର ଭଇଁଷାଲ ସଭା ପରିଚାଲନା କରିଥିଲାବେଲେ ଉମାକାନ୍ତ ନାଗ ଧଏଦ୍‌ବାଦ୍‌ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri