Posted inଜାତୀୟ

ରାଷ୍ଟ୍ରପତି ଶାସନ ୬ ମାସ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୯ା୬(ପି.ଟି): ଜମ୍ମୁ-କଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଥିବା ଶୁକ୍ରବାର ଲୋକ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ କହିଛନ୍ତି। ସେଠାରେ ରାଷ୍ଟ୍ରପତି ଶାସନ ସମୟସୀମା ଆଉ ୬ ମାସ ବଢ଼ାଇବା ପାଇଁ ଶାହ ଆଣିଥିବା ବୈଧାନିକ ପ୍ରସ୍ତାବ ଲୋକ ସଭାର ଅନୁମୋଦନ ଲାଭ କରିଛି। ରାଜ୍ୟ ବିଧାନସଭା ଭଙ୍ଗ ହେବା ସହ ଚଳିତ ବର୍ଷ ଶେଷ ଭାଗରେ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନ (ଇସି) ନିଷ୍ପତ୍ତି ନେଇଥିବାରୁ ରାଷ୍ଟ୍ରପତି ଶାସନ ଆସନ୍ତା ଜୁଲାଇ ୩ରୁ ଆଉ ୬ ମାସ ବଢ଼ାଇବାର ଆବଶ୍ୟକତା ରହିଥିବା ସେ କହିଥିଲେ।
ଆସନ୍ତା ୩୦ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଅମରନାଥ ଯାତ୍ରା ଚାଲିବ। ଏହା ପରେ ବକରଓ୍ବାଲ ସମ୍ପ୍ରଦାୟ ପର୍ବତ ଆରୋହଣ କରନ୍ତି ଓ ସେମାନେ ଅକ୍ଟୋବରରେ ଫେରିଥାନ୍ତି। ତେଣୁ ବର୍ଷ ଶେଷ ବେଳକୁ ନିର୍ବାଚନ ହେବ । ଆତଙ୍କବାଦକୁ କଦାପି ବରଦାସ୍ତ କରାଯିବନି। ଏହାର ମୂଳୋତ୍ପାଟନ ଲାଗି ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। ପୂର୍ବରୁ ନିର୍ବାଚନ ବେଳେ ଜମ୍ମୁ-କଶ୍ମୀରରେ ରକ୍ତପାତ ହେଉଥିଲା। ଏଥର ଲୋକ ସଭା ନିର୍ବାଚନ ବେଳେ ଜଣେ ହେଲେ ନିର୍ବାଚନୀ ହିଂସାରେ ପ୍ରାଣ ହରାଇ ନାହାନ୍ତି। ଭୋଟହାର ବଢ଼ିବା ସହ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣରେ ରହିଛି। ପ୍ରଥମ ଥର ଲାଗି ଜମ୍ମୁ ଓ ଲଦାଖର ଲୋକେ ରାଜ୍ୟର ଅଂଶବିଶେଷ ବୋଲି ହୃଦୟଙ୍ଗମ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି।
ଆଲୋଚନା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ କଶ୍ମୀର ବିଭାଜନ ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରିବାରୁ ଏହାକୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା। କଂଗ୍ରେସ ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପାଇଁ ଆମେ ଏକତୃତୀୟାଂଶ କଶ୍ମୀରୀବାସୀ ଆମ ସହିତ ନାହାନ୍ତି ବୋଲି ଶାହ କହିଥିଲେ। ରାଜ୍ୟ ସରକାରଙ୍କୁ ବରଖାସ୍ତ କରି କେନ୍ଦ୍ରୀୟ ଶାସନ ଲାଗୁ କରିବାରେ କଂଗ୍ରେସ ଦଳ ଧାରା ୩୫୬କୁ ବ୍ୟବହାର କରିଆସିଛି ବୋଲି ସେ କହିଥିଲେ। ମୋଟ ୧୩୨ ଥର ଧାରା ୩୫୬ର ପ୍ରୟୋଗ କରାଯାଇଥିବାବେଳେ ସେଥିରୁ କଂଗ୍ରେସ ସରକାର ସମୟରେ ୯୩ ଥର ବ୍ୟବହାର କରାଯାଇଛି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ବୋଲି ଏହି ଅବସରରେ ଶାହ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ମହଙ୍ଗା ଇଲେକ୍ସନ, ୨୦୧୯ ତୁଳନାରେ ଖର୍ଚ୍ଚ ହେଉଛି ୨ ଗୁଣା ଅଧିକ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି। ଏନଜିଓ ସେଣ୍ଟର ଫର...

ଏହି ଲୋକ ସଭା ଆସନରେ ସ୍ବାମୀଙ୍କୁ ଟକ୍କର ଦେବେ ସ୍ତ୍ରୀ

ଲକ୍ଷ୍ନୌ,୨୫।୩୪: ଉତ୍ତରପ୍ରଦେଶର ଇଟାୱା ଲୋକ ସଭା ଆସନରେ ପ୍ରତିଯୋଗିତା ରୋଚକ ହୋଇଛି। ବର୍ତ୍ତମାନର ଏମ୍‌ପି ରାମ ଶଙ୍କର କ୍ୟାଥେରିଆଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଭାଜପା...

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ କଂଗ୍ରେସ ମନିଫେଷ୍ଟୋ ଉପରେ ପ୍ରଶ୍ନ ଉଠାଉଛନ୍ତି। କିଛି ଦିନ ପୂର୍ବେ...

‘୨୦୨୫ ସୁଦ୍ଧା ଭାଜପା ସଂରକ୍ଷଣ ଉଚ୍ଛେଦ କରିବ’: ରେବନ୍ଥ ରେଡ୍ଡୀଙ୍କ ବଡ଼ ଦାବି

ହାଇଦ୍ରାବାଦ,୨୫।୪: ମୁସଲମାନମାନଙ୍କ ପାଇଁ କୋଟାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୈତିକ ଵାକଯୁଦ୍ଧ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଅଭିଯୋଗ କରିଛନ୍ତି...

ପ୍ରଥମେ ଖବରଦାତା ସମ୍ମିଳନୀ-ପରେ ରାଲି, ଏବେ ରୋଡ ଶୋ’…ଏଏପିର ପ୍ରଚାର ସମ୍ଭାଳିବେ ସୁନୀତା କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗିରଫ ହୋଇ ଜେଲ୍‌ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ସେ...

ହୋଟେଲରେ ନିଆଁ ଲାଗି ୬ ମୃତ, ୧୨ ଆଇସିୟୁରେ ଭର୍ତ୍ତିି

ପାଟନା,୨୫ା୪: ଗୁରୁବାର ପାଟନାରେ ଥିବା ଏକ ହୋଟେଲରେ ନିଆଁ ଲାଗିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି...

ଭାଜପାରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର: ମା’ଙ୍କ କଥାରେ ଧରିଲେ ପଦ୍ମ

ନୂଆଦିଲ୍ଲୀ,୨୫।୪: ବିହାରର ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଦଳର ଜାତୀୟ ସଭାପତି ଜେପି ନଡାଙ୍କୁ ଭେଟି ପଦ୍ମ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ନଜର ଆସିବେ ହେଭିଓ୍ବେଟ ନେତା, ଭାଗ୍ୟ ପରୀକ୍ଷା କରିବେ ରାହୁଲ-ଶଶୀ ଥରୁର୍‌

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନକୁ ନେଇ ଦେଶରେ ସୃଷ୍ଟି ହୋଇଛି ଏକ ଭିନ୍ନ ପରିବେଶ । ପ୍ରଥମ ପର୍ଯ୍ୟାୟ ପରେ ସବୁ ରାଜନୈତିକ ଦଳ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri