ରାଷ୍ଟ୍ରପତି ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର

ବେତନଟୀ,୩ା୮(ଡି.ଏନ୍‌.ଏ.)- ସଂସଦ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ୨୦୧୯ ସୂଚନା ଅଧିକାର ଆଇନ୍‌ ସଂଶୋଧନ ଚିଠା ବିଲ୍‌କୁ ରାଷ୍ଟ୍ରପତି ଅନୁମୋଦନ ନ କରିବାକୁ ଅନୁରୋଧ କରାଯାଇଛି। ବେତନଟୀ ସିଭିଲ୍‌ ସୋସାଇଟି ପକ୍ଷରୁ ଏହି ମର୍ମରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ବେତନଟୀ ବିଡିଓଙ୍କୁ ପ୍ରଦାନ କରାଯାଇଛି। ସ୍ମାରକପତ୍ର ପ୍ରଦାନ ସମୟରେ ସୋସାଇଟିର ସଭାପତି ଚୂଡାମଣି ମହାପାତ୍ର, ସମ୍ପାଦକ ସଚ୍ଚିଦାନନ୍ଦ ମହାନ୍ତି, ଭବାନୀ ଶଙ୍କର ପରିଡା, ହରିଶ୍‌ ଚନ୍ଦ୍ର ନନ୍ଦଗୋସ୍ବାମୀ, ବିଜୟ କୁମାର ଦ୍ୱିବେଦୀ, ହରେନ୍ଦ୍ରନାଥ ବାରିକ, ରବିନ୍ଦ୍ର ଖଟୁଆ, ସହଦେବ ଗିରି, ବିରଞ୍ଚି ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବିଲ୍‌ ସଂଶୋଧନ ଦ୍ୱାରା କେନ୍ଦ୍ର ଓ ରାଜ୍ୟ କିମିଶନର୍‌ଙ୍କ କାର୍ଯ୍ୟକାଳ, ଦରମା ଆଦିକୁ କେନ୍ଦ୍ର ସରକାର ନିଜ ନିୟନ୍ତ୍ରଣକୁ ନେଇ ନିଜ ଇଚ୍ଛାରେ ପରିଚାଳିତ କରିପାରିବେ। ୨୦୦୫ ମସିହାରୁ ପ୍ରଚଳିତ ଥିବା ସୂଚନା ଅଧିକାର ଆଇନ୍‌ ବଳରେ ସାଧାରଣ ନାଗରିକ ସ୍ବାଧୀନ ଭାବେ ତଥ୍ୟ ପାଇ ପାରୁଥିଲେ। ମାତ୍ର ସଂଶୋଧିତ ଚିଠା ବିଲ୍‌ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏହି ବିଭାଗକୁ ସରକାର ନିୟନ୍ତ୍ରଣରେ ରଖୁଥିବାରୁ ସାଧାରଣ ନାଗରିକମାନଙ୍କୁ ତଥ୍ୟ ଦେବାରେ କଟକଣା କରାଯିବ। ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରା ନ ଯାଇ ଏଭଳି ସଂଶୋଧନ କେବଳ ସରକାର ଓ ସରକାରୀକଳର ସ୍ବାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ସିଭିଲ୍‌ ସୋସାଇଟି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri