ମେଷ

ଆଜିର ଅଷ୍ଟମଚନ୍ଦ୍ର ପ୍ରଭାବରେ ଯାତ୍ରା, ବିବାଦ ପ୍ରଭୃତିରୁ ଦୂରେଇ ରହିବା ଭଲ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ପରୋକ୍ଷ ଶତ୍ରୁତା କରୁଥିବା ଲୋକ ଅସୁବିଧାରେ ପକାଇବାର ଯୋଜନା କରିବେ। ବାଣିଜ୍ୟ ଭଲ ରହିବା ସହ ପାରିବାରିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବେ।
ବୃଷ

ସହକର୍ମୀଙ୍କ ଗହଣରେ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦଗ୍ରସ୍ତ ହେବେ। ସଭାସମିତି, କଳା, କ୍ରୀଡା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ଆର୍ଥିକ ସମସ୍ୟା ପାରିବାରିକ ଆବଶ୍ୟକତାକୁ ଅଟକାଇଦେଇପାରେ। ନିର୍ମାଣ, ବ୍ୟବସାୟ, ସାମ୍ବାଦିକତା, ଏଜେନଶିପ୍, ମାଲିମକଦ୍ଦମା ପ୍ରଭୃତିରେ ଉନ୍ନତି କରିବେ।
ମିଥୁନ

ରାଶ୍ୟାଧିପତିଙ୍କ ଦୁର୍ବଳତା କାରଣରୁ ସ୍ବାସ୍ଥ୍ୟ ସମସ୍ୟା ଜନିତ ମନରେ ସରସତା ରହିବ ନାହିଁ। କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିପାରନ୍ତି, ଯାହାକି ନୂତନ ସମସ୍ୟାକୁ ଜନ୍ମ ଦେବ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସାଙ୍ଗକୁ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ। ଈର୍ଷାପରାୟଣ ବ୍ୟକ୍ତି ପରିବାରରେ ସମସ୍ୟା ସୃଷ୍ଟି କରିପାରନ୍ତି ା
କର୍କଟ

ସନ୍ଦେହ ଓ ଭୁଲବୁଝାମଣା ହେତୁ ସାଧାରଣ କଥାରେ କଳହ ଲାଗିବାର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ସହ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ। ଯାତ୍ରାକାଳୀନ ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟଜନିତ କ୍ଷୋଭ ପ୍ରକାଶ କରିପାରନ୍ତି। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।
ସି˚ହ

ପାରିବାରିକ କ୍ଷେତ୍ରରେ ମନକଥା ମନରେ ଗୋପନ ରଖି କାମ ହାସଲ କରିବେ। ବିଶେଷ ଭ୍ରମଣ କିମ୍ବା କଠିନ ଶ୍ରମଜନିତ ପୁରାତନ ରୋଗ ପୀଡା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିପାରନ୍ତି। ସଭାସମିତିରେ ଆଲୋଚନାର ଶେଷ ସମୟରେ ନିଷ୍ପତ୍ତି ବଦଳାଇ ସମାଲୋଚିତ ହୋଇପାରନ୍ତି।
କନ୍ୟା

ସହଜାତ ଗୁଣାନୁକ୍ରମେ ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ଅଧ୍ୟାପନା, ଲେଖାପଢା କ୍ଷେତ୍ରରୁ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ। ଘରର ଆବଶ୍ୟକତାକୁ ନେଇ ଆଜି ଗୃହୋପକରଣ କ୍ରୟ କରିବେ। ଗୃହସୀମାକୁ କେନ୍ଦ୍ରକରି ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ତୁଳା

ବନ୍ଧୁଙ୍କୁ ଉପଯୁକ୍ତ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ, ଯାହାକି ଅନର୍ଥର କାରଣ ହେବ। ଆଜିର ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହଁି ଏବଂ ବିଭିନ୍ନ ସୂତ୍ରରୁ ଅର୍ଥ ପାଇପାରିବେ । ପରସ୍ଥିତିିବଶତଃ ଇଚ୍ଛାକରି ମଧ୍ୟ ବନ୍ଧୁଙ୍କ ମୁହଁ ସାମ୍ନାରେ ସମସ୍ୟାଟିକୁ ପ୍ରକାଶ କରିପାରିବେ ନାହିଁ ା
ବିଛା

ପ୍ରତ୍ୟେକ କାମ ସକାଶେ ଦୀର୍ଘ ସମୟର ପ୍ରତୀକ୍ଷା ମାନସିକ ଅଶାନ୍ତିର ମୂଳ କାରଣ ହେବ। ଭୁଲ୍ ବୁଝାମଣା ହେତୁ ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ସହ ବୈରତା ସୃଷ୍ଟି ହେବ। ଅର୍ଥ ସମ୍ପର୍କିତ ଆଲୋଚନାରେ ଯୁକ୍ତିତର୍କ ପରେ ଯାଇ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ସଭାସମିତିରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ।
ଧନୁ

ସହକର୍ମୀଙ୍କ ମାଧ୍ୟମରେ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବାରେ ସାମାନ୍ୟ ବିଳମ୍ବ ଘଟିବ। ମାନସିକ ଚାପଗ୍ରସ୍ତ କାରଣରୁ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ଶତ୍ରୁ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିପାରନ୍ତି। କଳ୍ପନା କରି ନ ଥିବା ହଠାତ୍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।
ମକର

କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିପାରେ । ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ନିର୍ମାଣାଧୀନ କାମ ଶେଷ ହେବାରେ ଅନ୍ୟମାନେ ଜାଣିଶୁଣି ସମସ୍ୟା ସୃଷ୍ଟି କରିପାରନ୍ତି। ଅର୍ଥ ସଙ୍କଟ, ମାଲିମକଦ୍ଦମା, ପରୋକ୍ଷ ଶତ୍ରୁତା ଆଜିର ଚିନ୍ତାର କାରଣ ହେବ।
କୁମ୍ଭ

ଅତି ନିକଟରେ ରହି ସ୍ବାର୍ଥହାସଲ ଅଭାବରୁ ନିଜ ଲୋକଟି ହଠାତ୍ ଶତ୍ରୁତା କରିବାକୁ ପଛାଇବ ନାହିଁ। ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ର କରି ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ।
ମୀନ
ଦୃଢ ଇଚ୍ଛାଶକ୍ତି ବଳରେ ଗତକାଲିର ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବେ। ଆର୍ଥିକ ସ୍ଥିତି, ସାମାଜିକ ପ୍ରଗତି,ପୂର୍ବପରି ଅକ୍ଷୁଣ୍ଣ ରହିବ। ମାଲି ମକଦ୍ଦମାରେ ସଫଳତା ହାସଲ କରିବେ ଓ ଏକପ୍ରକାର ଆଶ୍ୱସ୍ତି ଲାଭ କରିପାରନ୍ତି। ଆଲୋଚନା ପ୍ରସଙ୍ଗରେ ସ୍ତ୍ରୀଙ୍କ ଅଭିଯୋଗ ଅମୂଳକ ନୁହେଁ ଏବଂ ଏହାକୁ ଗୁରୁତର ସହ ବିଚାର କରିବା ଭଲ ହେବ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.