Posted inRasifala

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି। ବୃଥା ସନ୍ଦେହ ଏବଂ ଭୁଲ୍‍ ବୁଝାମଣାରୁ ପରିବାରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। କର୍ମକ୍ଷେତ୍ରସ୍ଥ ପରିସ୍ଥିତିକୁ ସାମ୍‍ନା କରିବାକୁ ଚେଷ୍ଟା କରନ୍ତୁ।
ବୃଷ
ବୃଷ
ଭାଗ୍ୟ ସ୍ଥାନରେ ଚନ୍ଦ୍ରମଙ୍ଗଳ ଯୋଗ ଆପଣଙ୍କ ମାନସିକ ସ୍ଥିତି ଓ କର୍ମପ୍ରବାହକୁ ଗତିଶୀଳ କରାଇବ। ପାରିବାରିକ ସମସ୍ୟା ସମାଧାନ ସକାଶେ ପଡୋଶୀଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ମୃଗଶିରା ନକ୍ଷତ୍ର ସହକର୍ମୀଙ୍କ ପ୍ରେରଣା ଓ ସହଯୋଗରୁ ଉପକୃତ ହେବେ। ଆଜି ପରିସ୍ଥିତିକୁ ସୁଧାରିବାକୁ ଯାଇ ଖର୍ଚ୍ଚାନ୍ତ ହୋଇପାରନ୍ତି।
ମିଥୁନ
ମିଥୁନ
ଆଜି ଅଷ୍ଟମଭାବସ୍ଥ ଚନ୍ଦ୍ର ଅର୍ଥନୈତିକ ଅଭିବୃଦ୍ଧି କରାଇବା ସାଙ୍ଗକୁ ବିଭିନ୍ନ ପ୍ରକାର ସମସ୍ୟାରେ ଜଡିତ କରାଇପାରନ୍ତି। ପୁନର୍ବସୁ ନକ୍ଷତ୍ରର ଆନୁଷ୍ଠାନିକ କାମ, ସଂଗଠନ, ଆଇନ ଅଦାଲତ କ୍ଷେତ୍ରରେ ଦାୟିତ୍ୱ ବୃଦ୍ଧି ପାଇବ। ପରିବାରରେ ବନ୍ଧୁମିଳନର ମଜାମଉଜ ପରିବେଶରେ କୌତୂକିଆ କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିପାରନ୍ତି।
କର୍କଟ
କର୍କଟ
ରାଶ୍ୟାଧିପଙ୍କ କେନ୍ଦ୍ରକୋଣାଧିପଙ୍କ ସଂଯୋଗ ଆପଣଙ୍କୁ ଅଭିଳଷିତ ଦ୍ରବ୍ୟ ପ୍ରାପ୍ତି କରାଇବ। ଆଜି ଯେଉଁ କାମରେ ହାତ ଦେବେ ସଫଳ ହେବେ। ଅଶ୍ଳେଷା ନକ୍ଷତ୍ର ସକାଶେ କର୍ମଜଞ୍ଜାଳର ବ୍ୟସ୍ତତା ସାଙ୍ଗକୁ ପରୋକ୍ଷ ଶତ୍ରୁତା ଟେନ୍ସନର କାରଣ ହୋଇପାରେ। ବ୍ୟବସାୟୀଙ୍କ କାରବାରରେ ଉନ୍ନତି ହେବ ଓ ଲାଭର ମାତ୍ରା କିଛି କମିବ ।
ସି˚ହ
ସି˚ହ
ଧନାଧିପତିଙ୍କୁ ବୃହସ୍ପତିଙ୍କ ଶୁଭଦୃଷ୍ଟି ବିଭିନ୍ନ କ୍ଷେତ୍ରରୁ ଅର୍ଥନୈତିକ ମାନ ବୃଦ୍ଧି କରାଇପାରନ୍ତି। ପୂର୍ବାଫାଲଗୁନୀ ନକ୍ଷତ୍ର କୈାଣସି ବନ୍ଧୁଙ୍କ ନିମନ୍ତ୍ରଣରେ ଦୂର ଜାଗାକୁ ଯିବାକୁ ପଡିପାରେ। ଆଜିର ପ୍ରତ୍ୟାବର୍ତ୍ତନ ସମୟରେ ମୂଲ୍ୟବାନ ଦ୍ରବ୍ୟ କିଣିପାରନ୍ତି। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ୟା ସମାଧାନ ହେବ।
କନ୍ୟା
ତୃତୀୟ ଅଷ୍ଟମାଧିପତି ଲାଭାଧିପଙ୍କ ସହ ଥିବାରୁ ଆଜି ପ୍ରାପ୍ୟପାଇବା କଷ୍ଟକର ହୋଇପାରେ। ନୂତନ ଗୃହ, ଯାନବାହନ କିମ୍ବା ମୂଲ୍ୟବାନ୍‍ ଦ୍ରବ୍ୟପ୍ରାପ୍ତି ପାଇଁ ମାର୍ଗ ଉନ୍ମୁକ୍ତ କରିପାରନ୍ତି। ଚିତ୍ରା ନକ୍ଷତ୍ରର ବାଣିଜ୍ୟ, ପରିବହନ, ଯାତ୍ରା ସମ୍ପର୍କରେ ଚିନ୍ତା ବଢିଯିବ। ଅସୁସ୍ଥତା ଅନୁଭବ କରିବାରୁ କେତେକ କାମ ସ୍ଥଗିତ ରହିଯାଇପାରେ।
ତୁଳା
ତୁଳା
ଶୁଭଭାବରେ ଚନ୍ଦ୍ର ଓ ମଙ୍ଗଳଙ୍କ ସ୍ଥିତି ଅର୍ଥ ଓ ସମ୍ମାନ ଦେବାରେ ସମର୍ଥ ହେବ। ସ୍ବାତୀ ନକ୍ଷତ୍ର ଗତକାଲିର ଦରଖଣ୍ଡିଆ କାମଟିକୁ ଆଜି ପୂର୍ଣ୍ଣାଙ୍ଗ କରିବାରେ ସଫଳ ହେବେ। ପିଲାଙ୍କ ସମ୍ବନ୍ଧୀୟ ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ବନ୍ଧୁ ଗହଣରେ କିମ୍ବା ଆଲୋଚନା ପରିସରରେ ପରିସ୍ଥିତିରେ ପଡି ଠିକ୍‍ ବିଚାର କରିପାରିବେନାହିଁ ।
ବିଛା
ବିଛା
ରାଶ୍ୟାଧିପ ଉଚ୍ଚସ୍ଥ ହୋଇ ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଆଜି ଆଶା ଓ ଅଭିଳାଷ ପୂରଣ ହୋଇଯିବ। ଅନୁରାଧା ନକ୍ଷତ୍ର ସମସ୍ୟା ଜାଲରେ ଛନ୍ଦି ହୋଇଥିବାରୁ ମନ ଦୁଶ୍ଚିନ୍ତାରେ ଘାରିପାରେ। ସାଧାରଣ ଘଟଣାକୁ କେନ୍ଦ୍ରକରି ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି। ସମ୍ପର୍କୀୟ ଜଣେ ବନ୍ଧୁ ଅଯାଚିତ ଭାବେ ନିଜ ତରଫରୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
ଧନୁ
ଧନୁ
ଦେବଗୁରୁଙ୍କ ସ୍ବଗୃହକୁ ଦୃଷ୍ଟିଜନିତ ଶାରୀରିକ ସୁସ୍ଥତା ସାଙ୍ଗକୁ ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। କୌଣସି ଲୋକକୁ ଅନ୍ଧଭାବେ ବିଶ୍ୱାସ କରି ହଇରାଣ ହେବେ। ଉତ୍ତରାଷାଢା ନକ୍ଷତ୍ର ସକାଶେ ପିଲାଙ୍କ ବିବାହ ପ୍ରସ୍ତାବ ସମ୍ପର୍କରେ ବନ୍ଧୁ ଖବର ଦେଇପାରନ୍ତି। ବିଭିନ୍ନ ପ୍ରକାର ପ୍ରତିବନ୍ଧକ ହେତୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ।
ମକର
ମକର
ଶ୍ରୀଚନ୍ଦ୍ରଙ୍କ ପ୍ରଭାବରୁ ଆଜି ଯେଉଁ କାମରେ ହାତଦେବେ ସଫଳତା ମିଳିବ। କିନ୍ତୁ ପାରିବାରିକ ଜୀବନରେ ଭୁଲ୍‍ବୁଝାମଣା ସାଙ୍ଗକୁ ରୁକ୍ଷ ବ୍ୟବହାର ଶାନ୍ତି ଭଗ୍ନ କରିପାରେ। ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
କୁମ୍ଭ
କୁମ୍ଭ
ଏକାଧିକ ଗ୍ରହ ରାଶିରେ ଅବସ୍ଥାନ କରିଥିବାରୁ ଆଜି କିଛି ଭଲ ସାଙ୍ଗକୁ ଟେନ୍ସନ ମଧ୍ୟରେ ଦିନଟି କଟିବ। ଶତଭିଷା ନକ୍ଷତ୍ର କର୍ମକ୍ଷେତ୍ରରେ ଗୁଡାଏ କାମ ହାତକୁ ନେଇ ବିବ୍ରତ ହୋଇପାରନ୍ତି। ସାହିତ୍ୟ ଓ ସଙ୍ଗୀତ କାର୍ଯ୍ୟରୁ ପ୍ରଶଂସିତ ହେବେ। ପରିବାର ସଦସ୍ୟଙ୍କ ରୁଗ୍‍ଣ ସ୍ବାସ୍ଥ୍ୟର ଆରୋଗ୍ୟ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ।
ମୀନମୀନ
ଉତ୍ତରଭାଦ୍ର ନକ୍ଷତ୍ର ସକାଶେ ଆଜିର ଦିନଟି ଭଲରେ କଟିବ। ବନ୍ଧୁଙ୍କ ପରାମର୍ଶରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ କିମ୍ବା ସଭାସମିତିରେ ପ୍ରଶଂସିତ ହେବେ। ଶନିଙ୍କ ପ୍ରଭାବରୁ ସତ୍‍ସଙ୍ଗ, ବ୍ରତୋପାସନା ପ୍ରତି ଶ୍ରଦ୍ଧା ଭକ୍ତି ଜାଗ୍ରତ ହୋଇପାରେ। ଦିନଚର୍ଯ୍ୟା ମଧ୍ୟରେ ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହୋଇପାରନ୍ତି ା

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri