Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଚତୁଃଗ୍ରହଜନିତ ରାଜଯୋଗ ପ୍ରଭାବରୁ ଧୈର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁ ରୂପେ କରିପାରିବେ । ରବି ଓ ଶୁକ୍ରଙ୍କ ଶୁଭତ୍ୱ କାରଣରୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନରେ ଉନ୍ନତି ହେବ । ପରିବାରର ବରାଦି ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି ।
ବୃଷ
ବୃଷ
ଶୁକ୍ର ରାଶିରେ ରହିଥିବାରୁ ସ୍ବାସ୍ଥ୍ୟ ଭଲ ରହିବା ସଙ୍ଗକୁ ମନୋରଞ୍ଜନର ମଉକା ମାନସିକ ସ୍ଥିତିକୁ ଖୁସୀ ରଖିବ । ଯାତ୍ରା,ବାଣିଜ୍ୟ,ପ୍ରତିଦ୍ୱନ୍ଦ୍ୱିତା,ପାରିବାରିକ ସମ୍ପର୍କ କ୍ଷେତ୍ରରେ ଉଚ୍ଚ ମାନର ସୁଫଳ ପାଇବେ । କିନ୍ତୁ ନିଜ କାମ ପଛକୁ ପକାଇ ପଡୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇଲେ ସମାଲୋଚିତ ହେବେ।
ମିଥୁନ
ମିଥୁନ
ରବିଙ୍କ ପ୍ରଭାବରେ ଧନପାଇବେ ଏବଂ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଉପକୃତ ହେବେ । କିନ୍ତୁ ଅଷ୍ଟମସ୍ଥ ଗ୍ରହଜନିତ ଅର୍ଥସମ୍ପର୍କୀୟ ସମସ୍ୟା କିମ୍ବା କଳହର ସମ୍ମୁଖୀନ ହେବାକୁ ପଡିପାରେ । ଘର କିମ୍ବା ଜମିଜମା,ପୁରୁଣା ଗାଡି ଓ ଯାନ୍ତ୍ରିକ ଜିନିଷ କିଣିବା କିମ୍ବା ବିକିବା ସକାଶେ ଆଲୋଚନା କରିପାରନ୍ତି ।
କର୍କଟ
କର୍କଟ
ଏକାଧିକ ଗ୍ରହ ଗହଣରେ ଚନ୍ଦ୍ର ଦୈହିକ ଅସୁସ୍ଥତା କିମ୍ବା ମାନସିକ ଅସ୍ଥିରତା ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିବ । ଭଲକାମ କଲେ ମଧ୍ୟ ବନ୍ଧୁବର୍ଗଙ୍କ ସମାଲୋଚନା କାରଣରୁ ଶାନ୍ତି ଭଗ୍ନ ହୋଇପାରେ । ଟଙ୍କା ପଇସା,ନେବା ଆଣିବା,ଦିଆ ନିଆ କ୍ଷେତ୍ରରେ ସତର୍କ ନ ରହିଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବାର ଆଶଙ୍କା ରହିଛି ।
ସି˚ହ
ସି˚ହ
ମଙ୍ଗଳଗ୍ରହ ଷଷ୍ଠସ୍ଥାନସ୍ଥ ଯୋଗୁଁ ଅସ୍ବସ୍ତିକର ପାରିପାର୍ଶ୍ୱିକ ପରିସ୍ଥିତି ମାନସିକ ଅସୁସ୍ଥତାର କାରଣ ହେବ । ବ୍ୟବସାୟ,ବାଣିଜ୍ୟ, ପରିବହନ,ଜମିଜମା କାରବାର,ନିର୍ମାଣ କ୍ଷେତ୍ରରୁ ଭଲ ଲାଭ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ପର ଉପରେ ନିର୍ଭର କରିବା କାରଣରୁ କେତେକ ବ୍ୟତିକ୍ରମ ଦେଖାଦେଇ ପାରେ ।
କନ୍ୟା
ବୁଧ ଏକାଦଶରେ ଚନ୍ଦ୍ର ଥିବାରୁ ଆଜି ଯାହା ଚାହୁଁଛନ୍ତି ତାହା ତ ନିଶ୍ଚିତ ପାଇବେ କିନ୍ତୁ ପ୍ରଥମାବସ୍ଥାରେ ସମସ୍ୟା ଆସିବ । ଶତ୍ରୁତା କରୁଥିବା ଲୋକମାନେ ମଧ୍ୟ ମିତ୍ରତା ସାଜିବା ପାଇଁ ଚେଷ୍ଟିତ ହେବେ । ରାଜନୀତି,ସଂଗଠନ,ଆଲୋଚନା କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ ।
ତୁଳା
ତୁଳା
ତୃତୀୟସ୍ଥ କେତୁ ବନ୍ଧୁସମ୍ପର୍କ ନଷ୍ଟ କରିପାରେ କିନ୍ତୁ ଜୀବନଚର୍ଯ୍ୟାରେ ଅସଂଗତି ଦୂର କରିବା ସକାଶେ ମନକୁ ଦୃଢ କରିପାରିବେ । ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ବାକ୍‌ଯୁଦ୍ଧ ଲାଗି ଯାଇପାରେ । ସାହିତ୍ୟ ଚର୍ଚ୍ଚା, ଲେଖାପଢା ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ । ରାଜନୀତିରେ ଚେଷ୍ଟା ସଫଳ ହେବ ।
ବିଛା
ବିଛା
ପାପଗ୍ରହଯୁକ୍ତ ଚନ୍ଦ୍ର ହେତୁ ଅନାଗତ ଆଶଙ୍କାର ପରିକଳ୍ପନାରେ ମନ ଭାରାକ୍ରାନ୍ତ ରହିବ । ବାରମ୍ବାର ପୁନର୍ବିଚାର ବିନା କୌଣସି ଦୃଢ ପଦକ୍ଷେପ ନେବା ଠିକ୍‌ ହେବନି । ବାଣିଜ୍ୟ,ଆମଦାନୀ,ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ସମସ୍ୟା ବୃଦ୍ଧି ପାଇଲେ ମଧ୍ୟ ସୁଧାରି ନେବାର ପ୍ରଯନତ୍ କରିପାରନ୍ତି ।
ଧନୁ
ଧନୁ
ଏକାଧିକ ଗ୍ରହ ମୁଖଭାବରେ ଅବସ୍ଥାନ କରୁଥିବାରୁ ବାକ୍‌ସଂଯମତାର ଅଭାବ ବିଭିନ୍ନ ସମସ୍ୟାର କାରଣ ହେବ । ଆତ୍ମୀୟଙ୍କ ରୋଷର ଶିକାର ହେବା କାରଣରୁ କାମରେ ସହଯୋଗ ପାଇବା କଷ୍ଟକର ହୋଇପାରେ । କିନ୍ତୁ ଅଭାବନୀୟ ପରିବେଶରେ କିମ୍ବା କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ ।
ମକର
ମକର
କର୍ମାଧିପ ସ୍ବଗୃହରେ ରହିଥିବାରୁ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କିମ୍ବା ବନ୍ଧୁଙ୍କ ସହ ନୂତନ ସମ୍ପର୍କରୁ ଖୁସି ରହିବେ । ହିତୈଷୀମାନଙ୍କ ପରାମର୍ଶ କ୍ରମେ ଆପୋଷ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ । ଲେଖାପଢା, ଗବେଷଣା,ଅନୁସନ୍ଧାନ ଏବଂ ରଚନାମତ୍କ କାମରୁ ସୁଫଳ ମିଳିବ ।
କୁମ୍ଭ
କୁମ୍ଭ
ଭାଗ୍ୟାଧିପଙ୍କ ଶୁଭତ୍ୱ କାରଣରୁ ଆପଣଙ୍କ ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇଯିବ । ଆର୍ଥିକ ସ୍ଥିତି ସୁଦୃଢ ରହିବ, କିନ୍ତୁ ଋଣ ପରିଶୋଧ କରିବାରେ ପଛେଇ ଯିବେ । ଭୁଲ୍‌ ବୁଝାମଣାଜନିତ ପରିବହନରେ ଝଗଡାର ସମ୍ମୁଖୀନ ହୋଇପାରନ୍ତି । ନିର୍ମାଣ ବାଣିଜ୍ୟ ଏବଂ ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ସୃଷ୍ଟି ହୋଇପାରେ ।
ମୀନମୀନ
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ନିଶ୍ଚିତ । ଦୈନନ୍ଦିନ ବ୍ୟବସାୟିକ ସଂସ୍ଥା କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ । କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଅର୍ଥଲାଭ,କାର୍ଯ୍ୟ ସାଧନରୁ ଉପକୃତ ହୋଇପାରନ୍ତି । ଆଲୋଚନାରେ,ତର୍କ ବିତର୍କରେ ସଫଳତା ହାସଲ କରିପାରିବେ ନାହିଁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଅର୍ଥ, ସମ୍ମାନ ଏବଂ ପ୍ରତିଷ୍ଠା ପ୍ରତ୍ୟେକ ସ୍ତରରେ ରହିବ। ପାରିବାରିକ ଶାନ୍ତି ଏବଂ…

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ ଆଜି ପାରିବାରିକ କ୍ଷେତ୍ରରେ ସାମାନ୍ୟ କାରଣରୁ ବିତର୍କ ଲାଗି ମାନସିକ ଅବସ୍ଥା ଭଲ ରହିବ ନାହଁ। କର୍ମକ୍ଷେତ୍ରରେ ସମସ୍ୟା ଥିଲେ ମଧ୍ୟ ସମାଧାନର ରାସ୍ତା ଖୋଜିବାରେ…

ରାଶିଫଳ: ସୋମବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା କାରଣରୁ କାମଗୁଡିକ ସହଜରେ ସମ୍ପନ୍ନ ହୋଇଯିବ। ଆତ୍ମୀୟମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାମାଜିକ ସ୍ତରରେ ସାହିତ୍ୟ, କଳା,…

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri