Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୯ ତାରିଖ – Daily Horoscope

ମେଷ
କାମରେ ସଫଳତା, ବନ୍ଧୁଙ୍କ ସହୃଦୟତା ଓ ପାରିବାରିକ ସ୍ଥିରତାରୁ ମାନସିକ ଶାନ୍ତି ପାଇବେ। ବନ୍ଧୁଙ୍କ ସହ ସାୟଂକାଳୀନ ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସନୀୟ କାମ କରି ବୁଦ୍ଧିଜୀବୀମାନଙ୍କ ଦୃଷ୍ଟି ଆକର୍ଷଣ କରିବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନରେ ସଫଳତା ମିଳିବ।
ବୃଷ
ବୃଷ
ଯୋଜନା ଗଡ୍‌ବଡ୍‌ ହୋଇଯାଇଥିବାରୁ ମନଟା ଗୋଳମାଳିଆ ରହିବାର ସୂଚନା ରହିଛି । ଆଜି କୌଣସି କଥାକୁ ଭଲରୂପେ ନ ବୁଝି ନ ଶୁଝି ପରିବାର ସଦସ୍ୟଙ୍କ ଉପରେ ବିରକ୍ତି ପ୍ରକାଶ କରିବା ଠିକ୍‌ ହେବନାହିଁ । ପାରିବାରିକ କ୍ଷେତ୍ରରେ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ସ୍ବାସ୍ଥ୍ୟହାନି କାରଣରୁ ପ୍ରତ୍ୟେକ କାମରେ ପଛୁଆ ରହିବେ ।
ମିଥୁନ
ମିଥୁନ
କର୍ମଜଞ୍ଜାଳର ବ୍ୟାପକ ପରିସର ବୃଦ୍ଧି ଜନିତ ପାରିବାରିିକ ଶାନ୍ତି ଓ ସୁସ୍ଥତା ସାମାନ୍ୟ ବ୍ୟତିକ୍ରମ ଭିତରେ କଟିବ । ପିଲାଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ଓ ନିମ୍ନ ମାନର ଶିକ୍ଷାକୁ ନେଇ ଚିନ୍ତିତ ରହିବେ। କଚେରି ମାମଲା କିମ୍ବା ଜମିଜମା ସମସ୍ୟା ସମାଧାନ ହେବାରେ ବିଶେଷ ଡେରି ହେବ ନାହିଁ । ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ ଅର୍ଥ ଓ ସମ୍ମାନର ଅଭାବ ରହିବ ନାହିଁ ।
କର୍କଟ
କର୍କଟ
ଆପଣଙ୍କ କଥାକୁ ଅନ୍ୟମାନେ କଦର୍ଥ କରିପାରନ୍ତି। ସନ୍ତାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ସହ କର୍ମକ୍ଷେତ୍ରର ମତାନ୍ତର ଆଜିର ଦୁଶ୍ଚିନ୍ତାର କାରଣ ହୋଇପାରେ । ପରିସ୍ଥିତିବଶତଃ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ବନ୍ଧୁମେଳରେ ଆଦର, ଅଭ୍ୟର୍ଥନା ଓ ସଦିଚ୍ଛା ମିଳିବ।
ସି˚ହ
ସି˚ହ
କାମଗୁଡିକ ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟରେ ଅଟକି ରହିବା ହେତୁ ମନସ୍ତାପ କରିପାରନ୍ତି। ବନ୍ଧୁ ଓ ସହକର୍ମୀମାନଙ୍କ ଅବହେଳା ଓ ଖାମଖିଆଲ ନୀତି ଏହାର ମୁଖ୍ୟ କାରଣ ହେବ। ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ବାଣିଜ୍ୟ, ବ୍ୟବସାୟ ବାଧାପ୍ରାପ୍ତ ହେବନାହିଁ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ।
କନ୍ୟା
ମନରେ ଚଞ୍ଚଳତା ସୃଷ୍ଟି ହେଲେ ମଧ୍ୟ ଯାତ୍ରା ଓ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ରହିବ। ବିଶେଷ ଖର୍ଚ୍ଚାନ୍ତ ଯୋଗ ରହିଛି, ଅବଶ୍ୟ କୌଣସି ଦ୍ରବ୍ୟକ୍ରୟ ପାଇଁ ହୋଇପାରେ। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। କୌଶଳପୂର୍ଣ୍ଣ କଥା କହି ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ।
ତୁଳା
ତୁଳା
ଯାତ୍ରା, ବିବାଦ, ଗୃହାରମ୍ଭ ପ୍ରଭୃତିରେ ସମସ୍ୟା ଜନିତ ସ୍ଥିରତା ରହି ନ ପାରେ । ସଭାସମିତି ଓ ସଙ୍ଗଠନ, କଳା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ । ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ, ଅବଶ୍ୟ କିଛି ଗୁରୁତର ହେବନାହିଁ । ବାଣିଜ୍ୟ, ବ୍ୟବସାୟ, ମନୋରଞ୍ଜନ, କ୍ରୀଡ଼ା ପ୍ରତିଯୋଗିତା କ୍ଷେତ୍ରରେ ସମ୍ମାନ ପାଇ ଖୁସୀ ହେବେ ।
ବିଛା
ବିଛା
ମିତ୍ରମାନଙ୍କ ସହଯୋଗ ସଙ୍ଗକୁ ପାରିବାରିକ ଶାନ୍ତି ଓ ସଦ୍‌ଭାବରୁ ମାନସିକ ଶାନ୍ତି ପାଇବେ । ମାଙ୍ଗଳିକ କାମ ସକାଶେ ଆଲୋଚନା କରିପାରନ୍ତି। ଜମିଜମା ବିବାଦ କିମ୍ବା ଆରକ୍ଷୀ ସମ୍ବନ୍ଧିତ ସମସ୍ୟାର ସରଳ ସମାଧାନ ଆଶା କରାଯାଇପାରେ। ଅର୍ଥ ପ୍ରାପ୍ତିରେ ବାଧା ସୃଷ୍ଟିର ଆଶଙ୍କା ରହିଛି। ବ୍ୟବସାୟ, ପରିବହନ, ସାମ୍ବାଦିକତା ପାଇଁ ଅସୁବିଧା ହେବନାହିଁ ।
ଧନୁ
ଧନୁ
ଦୈହିକ ସୁସ୍ଥତା ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ କାର୍ଯ୍ୟସାଧନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ। ପାଇବାର ହକ୍‌ ରହିଥିଲେ ସୁଦ୍ଧା ଅନ୍ୟମାନଙ୍କ ଅବହେଳାରୁ ତାହା ନ ପାଇ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ନେଲେ ସଫଳ ହେବେ। ପିଲାମାନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିପାରନ୍ତି।
ମକର
ମକର
ପୂର୍ବର ସ୍ଥିତି ବଦଳି ଯାଇଥିବାରୁ ମନ ଏକପ୍ରକାର ହାଲୁକା ରହିବ । କିନ୍ତୁ ବନ୍ଧୁ, ଆତ୍ମୀୟସ୍ବଜନଙ୍କ ସ୍ବାସ୍ଥ୍ୟହାନି ଜନିତ ସାମୟିକ ମନସ୍ତାପ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ ଓ ମନୋରଞ୍ଜନର ମଉକା ପାଇପାରନ୍ତି। ବିଭିନ୍ନ କ୍ଷେତ୍ରରେ ସୁଯୋଗ ଲାଭକରି କାର୍ଯ୍ୟ ସମ୍ପନ୍ନ କରିପାରିବେ । ପୁରାତନ ରୋଗ ଓ ପୁରୁଣାବାକି ଟଙ୍କା ପରିଶୋଧର ଚିନ୍ତା କରିପାରନ୍ତି।
କୁମ୍ଭ
କୁମ୍ଭ
ଛୋଟଛୋଟ କଥାକୁ କେନ୍ଦ୍ରକରି ଅଯଥା ଆଲୋଚନାର ନିର୍ଯ୍ୟାସ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରେ। ଅଳସୁଆମି ଓ କାଳକ୍ଷେପଣ ନୀତି ସକାଶେ କେତେକ କାମ ଅଧୁରା ରହିଯାଇପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ସହକର୍ମୀଙ୍କ ସହଯୋଗ ମନୋବୃତ୍ତି କାମକୁ ତ୍ୱରାନ୍ବିତ କରିବ।
ମୀନମୀନ
ପରିବାରର ସମସ୍ୟାକୁ ନେଇ ପାରସ୍ପରିକ ଦୋଷାରୋପ ଅଶାନ୍ତିକୁ ବୃଦ୍ଧି କରିପାରେ । ପୂର୍ବଶତ୍ରୁତା, ସ୍ଥଗିତ କାର୍ଯ୍ୟ ଓ ବନ୍ଧୁ ମତାନ୍ତର ମୁଖ୍ୟ ସମସ୍ୟା ହୋଇପାରେ । ତଥାପି ବ୍ୟବସାୟିକ ସଫଳତା, ସଭାସମିତିରେ ସଫଳତା ହାସଲ କରିବେ ।ଆଜିର ଯାତ୍ରା, ଅର୍ଥ ସମ୍ବନ୍ଧୀୟ କଥାବାର୍ତ୍ତା ଓ ସରକାରୀ କାମରେ ନିୟୋଜିତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri