Posted inଖେଳ

ଇଂଲଣ୍ଡକୁ ଚମକପ୍ରଦ ବିଜୟ ଦେଲେ ମଲାନ, ମୋର୍ଗାନ

ନାପିଅର,୮।୧୧(ଏଏଫ୍‌ପି)- ଡେଭିଡ ମଲାନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ମୋର୍ଗାନଙ୍କ ସହ ରେକର୍ଡ ଭାଗୀଦାରି ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଚମକପ୍ରଦ ବିଜୟ ଦେଇଛି। ୭୬ ରନ୍‌ର ବିଜୟ ଯୋଗୁ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଇଂଲଣ୍ଡ ୨-୨ର ସମାନ ସ୍ଥିତିକୁ ଆଣିବାରେ ସଫଳ ହୋଇଛି। ଦଳ ପାଇଁ ଅପରାଜିତ ଶତକୀୟ ଇନିଂସ ଖେଳିଥିବା ମଲାନଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି। ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ୧୦ ତାରିଖରେ ଅକ୍‌ଲାଣ୍ଡରେ ଖେଳାଯିବ।
୨୪୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦଳକୁ ମାର୍ଟିନ ଗୁପଟିଲ ଓ କଲିନ ମୁନ୍‌ରୋଙ୍କ ଓପନିଂ ଯୋଡ଼ି ଭଲ ଷ୍ଟାର୍ଟ ଦେଇଥିଲେ। ଦୁହେଁ ୪.୩ ଓଭରରେ ୫୪ ରନ୍‌ କରିଥିଲେ। କିନ୍ତୁ ଏହିଠାରୁ ଉଇକେଟ ପତନ ଆରମ୍ଭ ହୋଇଥିଲା। ଏହାକୁ କୌଣସି ବ୍ୟାଟ୍ସମ୍ୟାନ ରୋକି ପାରି ନ ଥିଲେ। ଫଳରେ ଘରୋଇ ଦଳ ୧୬.୫ ଓଭରରେ ୧୬୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଗୁପଟିଲ ୨୭, ମୁନ୍‌ରୋ ୩୦ ଓ ଅଧିନାୟକ ଟିମ ସୌଦି ୩୯ ରନ୍‌ କରିଥିଲେ। ଦଳର ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ବିଜୟ ଦଳ ଲାଗି ମାଥ୍ୟୁ ପାର୍କିନସନ ୪ ଓ କ୍ରିସ ଜୋର୍ଡାନ ୨ ଉଇକେଟ ନେଇଥିଲେ। ପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୬ ରନ୍‌ରେ ଜନ୍ନି ବେଆରଷ୍ଟୋ(୮)ଙ୍କ ଉଇକେଟ ହରାଇଥିଲା। ଏହାପରେ ଟମ ବାଣ୍ଟନ (୩୧) ମିଚେଲ ସାଣ୍ଟନରଙ୍କ ବଲରେ ଏଲବିଡ୍‌ବଲ୍ୟୁ ହୋଇଥିଲେ। ତୃତୀୟ ଉଇକେଟ ପାଇଁ ମଲାନ ଓ ଅଧିନାୟକ ମୋର୍ଗାନ ୭୪ ବଲରେ ୧୮୨ ରନ୍‌ ଯୋଡ଼ିଥିଲେ। ମଲାନ ୪୮ ବଲରେ ଶତକ ଅର୍ଜନ କରି ଇଂଲଣ୍ଡର ଦ୍ରୁତତମ ଟି୨୦ ଶତକ ହାସଲକାରୀ ହୋଇଛନ୍ତି। ମୋଟ ଉପରେ ୫୧ ବଲର ସମ୍ମୁଖୀନ ହୋଇ ୧୦୩ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୯ ଚୌକା ଓ ୬ ଛକା ସାମିଲ ଥିଲା। ଅଧିନାୟକ ମୋର୍ଗାନ ୯୧ (୭ ଲେଖାଏ ଚୌକା ଓ ଛକା) ରନ୍‌ କରି ଅନ୍ତିମ ଓଭରରେ ଆଉଟ୍‌ ହୋଇଥିଲେ। ଦୁଇ ବାମହାତୀ ବ୍ୟାଟ୍ସମ୍ୟାନ ମିଳିତ ଭାବେ ୧୩ ଛକା ଓ ୧୬ ଚୌକା ମାରିଥିଲେ। କେବଳ ମିଚେଲ ସାଣ୍ଟନର ଓ ଟ୍ରେଣ୍ଟ ବୋଲ୍ଟ ଛକାରୁ ବର୍ତ୍ତିଥିଲେ। ଫଳରେ ଇଂଲଣ୍ଡ ଧାର୍ଯ୍ୟ ୨୦ ଓଭରରେ ୩ ଉଇକେଟ ହରାଇ ୨୪୧ ରନ୍‌ କରିଥିଲା।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ- ୨୦ ଓଭରରେ ୨୪୧/୩ (ଡେଭିଡ ମଲାନ ୧୦୩*, ଇଆନ ମୋର୍ଗାନ ୯୧, ଟମ ବାଣ୍ଟନ ୩୧, ମିଚେଲ ସାଣ୍ଟନର ୨/୩୨, ଟିମ ସୌଦି ୧/୪୭)।
ନ୍ୟୁଜିଲାଣ୍ଡ- ୧୬.୫ ଓଭରରେ ୧୬୫/ଅଲଆଉଟ୍‌ (ଟିମ୍‌ ସୌଦି ୩୯, କଲିନ ମୁନ୍‌ରୋ ୩୦, ମାର୍ଟିନ ଗୁପଟିଲ ୨୭, ମାଥ୍ୟୁ ପାର୍କିନସନ ୪/୪୭, କ୍ରିସ ଜୋର୍ଡାନ ୨/୨୪)।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାରେ ବଙ୍ଗଳା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ୫ ଅଭିଯୁକ୍ତ ଗିରଫ

ସୋନାରପୁର,୩୧।୫: ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଏମପି ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି।…

କେନ୍ଦ୍ରାପଡ଼ା ସହରରେ ଫୁଟିଲା ଗୁଳି

କେନ୍ଦ୍ରାପଡା, ୩୧ା୫ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ସହରସ୍ଥ ରଣପଡା ନିକଟ ଟାଉନ ହାଇସ୍କୁଲ ପଡ଼ିଆ ପାଖରେ ଶନିବାର ସନ୍ଧ୍ୟାରେ ଗୁଳି ଫୁଟିଛି। ଏଥିରେ କାହାରି…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ସୂର୍ଯ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ; ମା’ କହିଲେ: ‘ଘର ଉପରେ ମଧ୍ୟ ବୁଲଡୋଜର ଚଲାଇ ଦିଅ’

ନୂଆଦିଲ୍ଲୀ,୩୧।୫: ଗାଜିଆବାଦରେ ସୂର୍ଯ୍ୟା ଚୌହାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆସଦ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ଇନ୍ଦିରାପୁରମରେ ଆସଦକୁ ଏନକାଉଣ୍ଟରରେ ନିଯୁକ୍ତ କରିଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri