Posted inRasifala

ରାଶିଫଳ: ଶନିବାର, ଜାନୁଆରି ୨୫ ତାରିଖ – Daily Horoscope

ମେଷ
କର୍ମସ୍ଥ ରାଜଯୋଗ ହେତୁ କାର୍ଯ୍ୟସିଦ୍ଧି, ବନ୍ଧୁମାନଙ୍କ ନିକଟରୁ ସମ୍ମାନ, ଆର୍ଥିକ ଅଭିବୃଦ୍ଧି ହେତୁ ମନ ଖୁସୀ ରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଟେନ୍‌ସନ ଲାଗି ରହିବ। ଆପଣଙ୍କ ଉପରେ ବୋଝଭଳି ରହିଥିବା ସମସ୍ୟାଗୁଡ଼ିକର ସମାଧାନ ହୋଇଯାଇପାରେ। କୃତ୍ତିକା ନକ୍ଷତ୍ର ସାମାଜିକ ଓ ବୈଷୟିକ କ୍ଷେତ୍ରରେ ଉପକୃତ ହେବେ।
ବୃଷ
ବୃଷ
ଶୁକ୍ର ପ୍ରଭାବରୁ ଆର୍ଥିକ ଉନ୍ନତି ହେବ, କିନ୍ତୁ ଅଷ୍ଟମସ୍ଥ ବୃହସ୍ପତି ଆପଣଙ୍କ ଯୋଜନାକୁ ଭଣ୍ଡୁର କରିଦେଇପାରନ୍ତି। ପରିସ୍ଥିତିବଶତଃ ପରିବାରରେ ଆପଣଙ୍କ ଅପବ୍ୟୟର ସୀମା ଟପିଯାଇପାରେ। ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରହିବା ଭଲ ହେବ। ପରିବହନ, ବ୍ୟବସାୟରେ କିଛି ଅସୁବିଧା ନ ଥିଲେ ମଧ୍ୟ ସନ୍ତୋଷଜନକ ହେବନାହିଁ।
ମିଥୁନ
ମିଥୁନ
ନୀଚାରୋହୀ ରାଶ୍ୟାଧିପ ବିଭିନ୍ନ ପ୍ରକାର ସମସ୍ୟା ବିଜଡ଼ିତ ରହି ମାନସିକ ଭାରସାମ୍ୟ ହରାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅଭାବରୁ ସମସ୍ୟାର ସମାଧାନ କରିବାକୁ ଯାଇ ସମସ୍ୟାକୁ ବଢ଼ାଇ ଦେବାର ସୂଚନା ରହିଛି। ଅବଶ୍ୟ ଆଦ୍ରା ନକ୍ଷତ୍ର ସକାଶେ ମାଲିମକଦ୍ଦମା, ପାରିବାରିକ ଦ୍ୱନ୍ଦ୍ୱ, ଆଗାମୀ ପ୍ରମୋଶନ ଆଦି କ୍ଷେତ୍ରରେ ଟେନ୍‌ସନ କମିଯିବ।
କର୍କଟ
କର୍କଟ
ଆଜି ଆପଣଙ୍କ ବ୍ୟବସାୟିକ ସ୍ଥିତି ଭଲ, କିନ୍ତୁ ଯାତ୍ରା ଓ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟଲାଭର ସମ୍ଭାବନା ବହୁତ କମ୍‌ ହୋଇପାରେ। ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି, କିନ୍ତୁ ଆପଣଙ୍କର କିଛି ଅସୁବିଧା ହେବନି। ପୁନର୍ବସୁର ବନ୍ଧୁମିଳନ, ଆନୁଷ୍ଠାନିକ କାମ, ସାହିତ୍ୟ, ସଙ୍ଗୀତ ଓ ମନୋରଞ୍ଜନ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ଆଜି ଆପଣ କିଛି ଦେଲେ ହିଁ କିଛି ପାଇବେ, ଯାହାକି ଦିନଚର୍ଯ୍ୟାରେ ଅନୁଭବରେ ଆସିପାରେ। ବୁଧଙ୍କ ଦୁର୍ବଳତା କାରଣରୁ ଅଭାବ ଓ କେତେକ ପାରିବାରିକ ଅସୁବିଧା ଦେଖାଦେବ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇବେ ା ସଭାସମିତି, କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତାଦି ମନୋରଞ୍ଜନରେ ଅଂଶଗ୍ରହଣ କରି ପ୍ରଶଂସିତ ହେବେ।
କନ୍ୟା
ପାରଷ୍ପରିକ ମତଭେଦ କାରଣରୁ ପାରିବାରିକ ଓ କର୍ମକ୍ଷେତ୍ରରେ ବ୍ୟସ୍ତତା ବଢ଼ିଯିବ। ସରକାରୀ କ୍ଷେତ୍ରରୁ ଅର୍ଥ ସମ୍ପର୍କିତ ଲାଭର ଆଶା ନେଇ କଳ୍ପନାଜଳ୍ପନା କରିପାରନ୍ତି। ବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ କରିବାରେ ସଫଳ ହେବେ।
ତୁଳା
ତୁଳା
ମନ ଚାହିଁଲେ ମଧ୍ୟ ଚନ୍ଦ୍ର ଗ୍ରହମାନଙ୍କ ମଧ୍ୟରେ ସମାଗମ ସ୍ଥିତିରେ ଥିବାରୁ କାମ ହାସଲରେ ବ୍ୟତିକ୍ରମ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାର ସୂଚନା ରହିଛି। ଆଜି ବିବାଦ କିମ୍ବା ପ୍ରତିଦ୍ୱନ୍ଦ୍ୱିତା କଲେ ନିଜେ ହିଁ କ୍ଷତିରେ ପଡ଼ିବେ। ସାହିତ୍ୟ, ସଂଗୀତ, ଚଳଚ୍ଚିତ୍ର କ୍ଷେତ୍ର ଭଲ ରହିବ।
ବିଛା
ବିଛା
ମଙ୍ଗଳଦୃଷ୍ଟ ଶନି କ୍ଷେତ୍ରସ୍ଥ ଶୁକ୍ର ଆପଣଙ୍କ ଚେଷ୍ଟାକୁ ଶିଥିଳ କରିପାରେ। ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମାଧାନ ହେଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ରରେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଗବେଷଣା, ଅଧ୍ୟୟନ, ଅଧ୍ୟାପନା ତଥା ରଚନାମତ୍କ କାର୍ଯ୍ୟରେ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ।
ଧନୁ
ଧନୁ
ପୂର୍ବର ପରିସ୍ଥିତି ବହୁଳାଂଶରେ ବଦଳି ଯାଇଥିବାରୁ ନିଜକୁ ଏକପ୍ରକାର ହାଲୁକା ଅନୁଭବ କରିବେ। ପ୍ରତ୍ୟେକ କ୍ଷେତ୍ରରେ ନିଜର ମନଇଚ୍ଛା କାମ ଓ ଜିଦ୍‌ ନ କରି ଅନ୍ୟମାନଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କଲେ ଭଲ ହେବ। ଆପଣଙ୍କ କଥାରେ ପଡ଼ୋଶିନୀ ବିରକ୍ତି ପ୍ରକାଶ କଲେ ମଧ୍ୟ କାମଟି କରିଦେବେ।
ମକର
ମକର
ବିକ୍ଷିପ୍ତ ମନ ଓ ଦୈହିକ ଅସୁସ୍ଥତା କର୍ମକ୍ଷେତ୍ରର ସୁଯୋଗକୁ ହାତଛଡ଼ା କରିପାରେ। କାର୍ଯ୍ୟହାନି ସାଙ୍ଗକୁ ବ୍ୟବସାୟ, ଯାତ୍ରା ସମ୍ବନ୍ଧୀୟ କେତେକ ଚିନ୍ତା ମନକୁ ବ୍ୟାକୁଳିତ କରିବାର ଆଶଙ୍କା ରହିଛି। ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରରେ ସମସ୍ୟା ଲାଗି ରହିବ। ବ୍ୟବସାୟ, ହୋଟେଲ ଶିଳ୍ପରେ ସଫଳତା ହାସଲ କରିବେ।
କୁମ୍ଭ
କୁମ୍ଭ
ହାତକୁ ନେଇଥିବା କାମଟି ନିଶ୍ଚିତ ହେବ, କିନ୍ତୁ ବହୁତ ଡେରି ଓ ଝାମେଲା ମଧ୍ୟରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାହାଯ୍ୟ କରିବାକୁ କିଏହେଲେ ମଧ୍ୟ ଆଗେଇ ଆସି ନ ପାରନ୍ତି। ଆଜି କଠିନ ପରିଶ୍ରମଜନିତ ସ୍ନାୟବିକ ଦୁର୍ବଳତା ଅନୁଭବ କରିବାର ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲକ୍ଷ୍ୟହାସଲ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ।
ମୀନମୀନ
କ୍ରମଶଃ ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ ମିଳିବ। ପରିବାରରେ ତର୍କ ବିତର୍କ କାରଣରୁ କିମ୍ବା କର୍ମକ୍ଷେତ୍ରରେ ସମସ୍ୟାଜନିତ ଟେନ୍‌ସନ ବଢ଼ିପାରେ। ସୃଷ୍ଟି କରିଥିବା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ପ୍ରକାଶନ, ପ୍ରଶାସନ, ଯୋଗାଯୋଗ, କଚେରି ମାମଲାରେ ସଫଳତା ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri