Posted inRasifala

ରାଶିଫଳ: ଶନିବାର, ଜାନୁଆରି ୨୫ ତାରିଖ – Daily Horoscope

ମେଷ
କର୍ମସ୍ଥ ରାଜଯୋଗ ହେତୁ କାର୍ଯ୍ୟସିଦ୍ଧି, ବନ୍ଧୁମାନଙ୍କ ନିକଟରୁ ସମ୍ମାନ, ଆର୍ଥିକ ଅଭିବୃଦ୍ଧି ହେତୁ ମନ ଖୁସୀ ରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଟେନ୍‌ସନ ଲାଗି ରହିବ। ଆପଣଙ୍କ ଉପରେ ବୋଝଭଳି ରହିଥିବା ସମସ୍ୟାଗୁଡ଼ିକର ସମାଧାନ ହୋଇଯାଇପାରେ। କୃତ୍ତିକା ନକ୍ଷତ୍ର ସାମାଜିକ ଓ ବୈଷୟିକ କ୍ଷେତ୍ରରେ ଉପକୃତ ହେବେ।
ବୃଷ
ବୃଷ
ଶୁକ୍ର ପ୍ରଭାବରୁ ଆର୍ଥିକ ଉନ୍ନତି ହେବ, କିନ୍ତୁ ଅଷ୍ଟମସ୍ଥ ବୃହସ୍ପତି ଆପଣଙ୍କ ଯୋଜନାକୁ ଭଣ୍ଡୁର କରିଦେଇପାରନ୍ତି। ପରିସ୍ଥିତିବଶତଃ ପରିବାରରେ ଆପଣଙ୍କ ଅପବ୍ୟୟର ସୀମା ଟପିଯାଇପାରେ। ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରହିବା ଭଲ ହେବ। ପରିବହନ, ବ୍ୟବସାୟରେ କିଛି ଅସୁବିଧା ନ ଥିଲେ ମଧ୍ୟ ସନ୍ତୋଷଜନକ ହେବନାହିଁ।
ମିଥୁନ
ମିଥୁନ
ନୀଚାରୋହୀ ରାଶ୍ୟାଧିପ ବିଭିନ୍ନ ପ୍ରକାର ସମସ୍ୟା ବିଜଡ଼ିତ ରହି ମାନସିକ ଭାରସାମ୍ୟ ହରାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅଭାବରୁ ସମସ୍ୟାର ସମାଧାନ କରିବାକୁ ଯାଇ ସମସ୍ୟାକୁ ବଢ଼ାଇ ଦେବାର ସୂଚନା ରହିଛି। ଅବଶ୍ୟ ଆଦ୍ରା ନକ୍ଷତ୍ର ସକାଶେ ମାଲିମକଦ୍ଦମା, ପାରିବାରିକ ଦ୍ୱନ୍ଦ୍ୱ, ଆଗାମୀ ପ୍ରମୋଶନ ଆଦି କ୍ଷେତ୍ରରେ ଟେନ୍‌ସନ କମିଯିବ।
କର୍କଟ
କର୍କଟ
ଆଜି ଆପଣଙ୍କ ବ୍ୟବସାୟିକ ସ୍ଥିତି ଭଲ, କିନ୍ତୁ ଯାତ୍ରା ଓ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟଲାଭର ସମ୍ଭାବନା ବହୁତ କମ୍‌ ହୋଇପାରେ। ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି, କିନ୍ତୁ ଆପଣଙ୍କର କିଛି ଅସୁବିଧା ହେବନି। ପୁନର୍ବସୁର ବନ୍ଧୁମିଳନ, ଆନୁଷ୍ଠାନିକ କାମ, ସାହିତ୍ୟ, ସଙ୍ଗୀତ ଓ ମନୋରଞ୍ଜନ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ଆଜି ଆପଣ କିଛି ଦେଲେ ହିଁ କିଛି ପାଇବେ, ଯାହାକି ଦିନଚର୍ଯ୍ୟାରେ ଅନୁଭବରେ ଆସିପାରେ। ବୁଧଙ୍କ ଦୁର୍ବଳତା କାରଣରୁ ଅଭାବ ଓ କେତେକ ପାରିବାରିକ ଅସୁବିଧା ଦେଖାଦେବ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇବେ ା ସଭାସମିତି, କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତାଦି ମନୋରଞ୍ଜନରେ ଅଂଶଗ୍ରହଣ କରି ପ୍ରଶଂସିତ ହେବେ।
କନ୍ୟା
ପାରଷ୍ପରିକ ମତଭେଦ କାରଣରୁ ପାରିବାରିକ ଓ କର୍ମକ୍ଷେତ୍ରରେ ବ୍ୟସ୍ତତା ବଢ଼ିଯିବ। ସରକାରୀ କ୍ଷେତ୍ରରୁ ଅର୍ଥ ସମ୍ପର୍କିତ ଲାଭର ଆଶା ନେଇ କଳ୍ପନାଜଳ୍ପନା କରିପାରନ୍ତି। ବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ କରିବାରେ ସଫଳ ହେବେ।
ତୁଳା
ତୁଳା
ମନ ଚାହିଁଲେ ମଧ୍ୟ ଚନ୍ଦ୍ର ଗ୍ରହମାନଙ୍କ ମଧ୍ୟରେ ସମାଗମ ସ୍ଥିତିରେ ଥିବାରୁ କାମ ହାସଲରେ ବ୍ୟତିକ୍ରମ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାର ସୂଚନା ରହିଛି। ଆଜି ବିବାଦ କିମ୍ବା ପ୍ରତିଦ୍ୱନ୍ଦ୍ୱିତା କଲେ ନିଜେ ହିଁ କ୍ଷତିରେ ପଡ଼ିବେ। ସାହିତ୍ୟ, ସଂଗୀତ, ଚଳଚ୍ଚିତ୍ର କ୍ଷେତ୍ର ଭଲ ରହିବ।
ବିଛା
ବିଛା
ମଙ୍ଗଳଦୃଷ୍ଟ ଶନି କ୍ଷେତ୍ରସ୍ଥ ଶୁକ୍ର ଆପଣଙ୍କ ଚେଷ୍ଟାକୁ ଶିଥିଳ କରିପାରେ। ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମାଧାନ ହେଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ରରେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଗବେଷଣା, ଅଧ୍ୟୟନ, ଅଧ୍ୟାପନା ତଥା ରଚନାମତ୍କ କାର୍ଯ୍ୟରେ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ।
ଧନୁ
ଧନୁ
ପୂର୍ବର ପରିସ୍ଥିତି ବହୁଳାଂଶରେ ବଦଳି ଯାଇଥିବାରୁ ନିଜକୁ ଏକପ୍ରକାର ହାଲୁକା ଅନୁଭବ କରିବେ। ପ୍ରତ୍ୟେକ କ୍ଷେତ୍ରରେ ନିଜର ମନଇଚ୍ଛା କାମ ଓ ଜିଦ୍‌ ନ କରି ଅନ୍ୟମାନଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କଲେ ଭଲ ହେବ। ଆପଣଙ୍କ କଥାରେ ପଡ଼ୋଶିନୀ ବିରକ୍ତି ପ୍ରକାଶ କଲେ ମଧ୍ୟ କାମଟି କରିଦେବେ।
ମକର
ମକର
ବିକ୍ଷିପ୍ତ ମନ ଓ ଦୈହିକ ଅସୁସ୍ଥତା କର୍ମକ୍ଷେତ୍ରର ସୁଯୋଗକୁ ହାତଛଡ଼ା କରିପାରେ। କାର୍ଯ୍ୟହାନି ସାଙ୍ଗକୁ ବ୍ୟବସାୟ, ଯାତ୍ରା ସମ୍ବନ୍ଧୀୟ କେତେକ ଚିନ୍ତା ମନକୁ ବ୍ୟାକୁଳିତ କରିବାର ଆଶଙ୍କା ରହିଛି। ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରରେ ସମସ୍ୟା ଲାଗି ରହିବ। ବ୍ୟବସାୟ, ହୋଟେଲ ଶିଳ୍ପରେ ସଫଳତା ହାସଲ କରିବେ।
କୁମ୍ଭ
କୁମ୍ଭ
ହାତକୁ ନେଇଥିବା କାମଟି ନିଶ୍ଚିତ ହେବ, କିନ୍ତୁ ବହୁତ ଡେରି ଓ ଝାମେଲା ମଧ୍ୟରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାହାଯ୍ୟ କରିବାକୁ କିଏହେଲେ ମଧ୍ୟ ଆଗେଇ ଆସି ନ ପାରନ୍ତି। ଆଜି କଠିନ ପରିଶ୍ରମଜନିତ ସ୍ନାୟବିକ ଦୁର୍ବଳତା ଅନୁଭବ କରିବାର ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲକ୍ଷ୍ୟହାସଲ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ।
ମୀନମୀନ
କ୍ରମଶଃ ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ ମିଳିବ। ପରିବାରରେ ତର୍କ ବିତର୍କ କାରଣରୁ କିମ୍ବା କର୍ମକ୍ଷେତ୍ରରେ ସମସ୍ୟାଜନିତ ଟେନ୍‌ସନ ବଢ଼ିପାରେ। ସୃଷ୍ଟି କରିଥିବା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ପ୍ରକାଶନ, ପ୍ରଶାସନ, ଯୋଗାଯୋଗ, କଚେରି ମାମଲାରେ ସଫଳତା ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri