Posted inRasifala

ରାଶିଫଳ: ଶନିବାର , ଅଗଷ୍ଟ ୧୭ ତାରିଖ – Daily Horoscope

ମେଷ
କାର୍ଯ୍ୟକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୃଷ୍ଟିର ସୂଚନା ରହିଛି। ଅପେକ୍ଷା କରିଥିବା ଖବରଟିକୁ ବନ୍ଧୁଙ୍କ ଜରିଆରେ ପାଇବେ। କୌଣସି ହିତୈଷୀଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ଶିଳ୍ପ,ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, ପ୍ଲଟିଂ କାରବାର ଓ ଆଇନ, ଅଦାଲତ କ୍ଷେତ୍ରରୁ ଆଶାଜନକ ଫଳ ମିଳିବ।
ବୃଷ
ବୃଷ
ସମ୍ପର୍କୀୟଙ୍କ ସାହାଯ୍ୟ ଓ ସହାନୁଭୂତି ଲାଭକରି ଲକ୍ଷ୍ୟହାସଲ କରିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍‌ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ଫାଇଲ୍‌ କାମରେ ସହକର୍ମୀଙ୍କ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଆଗପଛ ବିଚାର ନ କରି କାମ କରିଚାଲିଲେ ପରେ ଅନୁତାପ କରିବାକୁ ପଡ଼ିପାରେ। ନିଜର କିଛି ଫାଇଦା ହାସଲ ପାଇଁ ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇବେ। ଅବହେଳା ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ। ଅଫିସରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି।
କର୍କଟ
କର୍କଟ
ସମସ୍ୟା ସମାଧାନ ଦିଗରେ ବନ୍ଧୁଙ୍କ ସାହାଯ୍ୟ ଆବଶ୍ୟକ ମନେକରିବେ। ସ୍ବାର୍ଥ ହାସଲ ପରିପ୍ରେକ୍ଷୀରେ ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଭ୍ରମଣବେଳେ ଅସାବଧାନତା କାରଣରୁ ଦ୍ରବ୍ୟ ହଜିଯାଇପାରେ। ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବାର ଆଶଙ୍କା ରହିଛି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ସଫଳତା ପାଇବେ। ପାରିବାରିକ କ୍ଷେତ୍ରରେ ନକାରାତ୍ମକ ଚିନ୍ତାଧାରା ଯୋଗୁ ଚିନ୍ତିତ ରହିପାରନ୍ତି। ଋଣଗ୍ରସ୍ତ ହୋଇଥିଲେ ମଧ୍ୟ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ଖର୍ଚ୍ଚରୁ ଓହରି ପାରିବେ ନାହିଁ। ଗତକାଲିର ଯୋଜନା ଠିକ୍‌ ଭାବରେ ବଦଳାଇବା କଷ୍ଟକର ହେବ।
କନ୍ୟା
ଆର୍ଥିକ ଉନ୍ନତି ସହ ଉତ୍ତମ ବୁଝାମଣା ହେତୁ ପାରିବାରିକ କ୍ଷେତ୍ର ଶାନ୍ତିପ୍ରଦ ରହିବ। ଯାତ୍ରା କାଳରେ କୌଣସି ବ୍ୟକ୍ତି ନିଜ ଫାଇଦା ହାସଲ ଲାଗି ଯୋଜନା କରିପାରନ୍ତି। ସଭାସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଶିଳ୍ପ, ବାଣିଜ୍ୟ, କଚେରି ମାମଲା ଓ ପରିବହନ କ୍ଷେତ୍ର ସମସ୍ୟାବହୁଳ ରହିବ।
ତୁଳା
ତୁଳା
ସ୍ଥଗିତକାମକୁ ତ୍ୱରାନ୍ବିତ କରିବାରେ ଆଜି ଘର କାମ ସାଙ୍ଗକୁ ଅଫିସ କାମର ଜଞ୍ଜାଳ ବଳିଯିବ। ମନ ବୁଝତ୍ଲା ଭଳି କଥା କହି ବନ୍ଧୁଙ୍କ ବିଶ୍ୱାସଭାଜନ ହେବେ। ଘରୋଇ ଅନୁଷ୍ଠାନ କିମ୍ବା ସାମୂହିକ ଧର୍ମାନୁଷ୍ଠାନ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପ୍ରତ୍ୟୁଷ ଯାତ୍ରା, ପ୍ରଶାସନ, ଆଇନ, କଳାସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ବିଛା
ବିଛା
ଆଜି କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ ଓ ପାରିବାରିକ ସମସ୍ୟା ସହଜରେ ସୁଧାରି ନେବେ। ଅନୁରାଧା ନକ୍ଷତ୍ରର କାମଗୁଡ଼ିକ ସୁବିଧାରେ ନ ହେବା କାରଣରୁ ମାନସିକ ବ୍ୟଥା ଅନୁଭବ କରିବେ। ସ୍ବାସ୍ଥ୍ୟ ସମସ୍ୟାର ନିୟନ୍ତ୍ରଣ, ସାହିତ୍ୟ, ସଙ୍ଗୀତରେ ଦ୍ୱନ୍ଦ୍ୱର ସମାଧାନ, ବନ୍ଧୁଙ୍କ ସନ୍ଦେହମୋଚନ ଦିଗରେ ସମର୍ଥ ହେବେ।
ଧନୁ
ଧନୁ
ପୂର୍ବ ସମସ୍ୟା ସୁଧୁରି ଯାଇଥିବାରୁ ଆଶ୍ୱସ୍ତିଲାଭ କରିବେ। ଅସୁବିଧାଜନକ ପରିସ୍ଥିତିରେ ନିଜଲୋକଙ୍କ ଠାରୁ ଆସ୍ଥାହରାଇ ମନସ୍ତାପ କରିପାରନ୍ତି। ପରିବାରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବାରୁ ବ୍ୟସ୍ତତା ଅନୁଭବ କରିବେ। ବନ୍ଧୁଙ୍କ ଗହଣରେ ଛୋଟକଥାକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇପାରେ।
ମକର
ମକର
ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରିବେ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବେ ଏବଂ ଆପଣଙ୍କ କାମରେ ସହଯୋଗ ନିଶ୍ଚିତ କରିବେ। ଦୀର୍ଘଦିନରୁ ଲାଗିରହିଥିବା ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ପରିବାର ସଦସ୍ୟମାନଙ୍କ ଉପରେ ବୃଥା ସନ୍ଦେହ କରି ନିଜେ ଅସୁବିଧାରେ ପଡ଼ିବେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କାମ ବିଳମ୍ବରେ ଓ ଝମେଲା ମଧ୍ୟରେ ସମ୍ପନ୍ନ ହେବ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ବାଣିଜ୍ୟ, ବ୍ୟବସାୟ କିମ୍ବା ପରିବହନ ପାଇଁ ଅସୁବିଧା ହେବ ନାହିଁ। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।
ମୀନମୀନ

ଅଭାବ ନ ଥିଲେ ମଧ୍ୟ ଋଣ ପରିଶୋଧର ଚିନ୍ତା ମନକୁ ବିକ୍ଷିପ୍ତ କରିରଖିବ। ଆତ୍ମୀୟସ୍ବଜନମାନଙ୍କର ଆନ୍ତରିକତା ବିହୀନ କଥା ଓ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ଆଜିର ଲକ୍ଷ୍ୟହୀନ ଯାତ୍ରାରୁ ଦୂରେଇ ରହିଲେ ଭଲ ହେବ। ଅପରାହ୍ନରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୪ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ପ୍ରଭାବରେ ଯାତ୍ରା, ବିବାଦ ପ୍ରଭୃତିରୁ ଦୂରେଇ ରହିବା ଭଲ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ପରୋକ୍ଷ…

ରାଶିଫଳ: ରବିବାର, ମେ ୩ ତାରିଖ – Daily Horoscope

ମେଷ ଆଜି ସାମାଜିକ ସ୍ତରରେ ବନ୍ଧୁମିଳନ ସହିତ ଖୁସିର ଆସର ଜମିପାରେ। ହାତରେ ଥିବା କାମକୁ ଶୀଘ୍ର ଶେଷ କରିବା ପାଇଁ ବ୍ୟସ୍ତ ହୋଇପାରନ୍ତି। ପ୍ରଶାସନ, ରାଜନୀତି…

ରାଶିଫଳ: ଶନିବାର, ମେ ୨ ତାରିଖ – Daily Horoscope

ମେଷ ନିକଟ ଅତୀତ ଘଟଣା ଗୁଡିକର ସମୀକ୍ଷା କରିପାରନ୍ତି। ମଙ୍ଗଳଙ୍କ କୁପ୍ରଭାବ ସ୍ୱରୂପ ସ୍ୱାସ୍ଥ୍ୟ ସମସ୍ୟା ଓ ଆକସ୍ମିକ କଳହ ପ୍ରତି ସଜାଗ ରହିବା ଭଲ ହେବ।…

ରାଶିଫଳ: ଶୁକ୍ରବାର, ମେ ୧ ତାରିଖ – Daily Horoscope

ମେଷ ଆପଣ ଯେମିତି ଉଚ୍ଚମନା, ଆପଣଙ୍କ କାମଗୁଡିକ ମଧ୍ୟ ସରସ, ସୁନ୍ଦର ରହିବ। ଶୁକ୍ରଙ୍କ ସ୍ଥିତି ଜନିତ ଅଭାବ ରହିବନି ଏବଂ ପାରିବାରିକ ସ୍ଥିତି ମଧ୍ୟ ମନ୍ଦ…

ରାଶିଫଳ: ଗୁରୁବାର, ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। କୌଣସି ଖବର ଶୁଣିବା ପରେ ଏକ ଅଜଣା ଆବେଗରେ ମନ ଉଦ୍‌ବେଳିତ ହେବ।…

ରାଶିଫଳ: ବୁଧବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପାରିବାରିକ ଜୀବନକୁ ଶାନ୍ତିପ୍ରଦ ରଖିବା ସହ ଯାତ୍ରାକୁ ସଫଳ କରିବ। କର୍ମକ୍ଷେତ୍ରରେ ସହକର୍ମୀ ଯଥାସାଧ୍ୟ ସାହାଯ୍ୟ କରି ଶ୍ରମ ଲାଘବ କରିବେ। ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଶନି ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ଅସୁସ୍ଥତା ସୃଷ୍ଟିକଲେ ମଧ୍ୟ ଚନ୍ଦ୍ରଙ୍କ ପ୍ରଭାବରେ ବ୍ୟବହାରିକ କୁଶଳତା ଜାରିରହିବ। ସହକର୍ମୀ, ଅଧସ୍ତନ କର୍ମଚାରୀ ଏବଂ ବନ୍ଧୁବର୍ଗଙ୍କ ସହ…

ରାଶିଫଳ: ସୋମବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ସାମାଜିକ କ୍ଷେତ୍ରରେ କେତେକ ଦିଗରୁ ମାନସିକ ଚାପର ସମ୍ମୁଖୀନ ହେବେ। ପାରିବାରିକ ସମସ୍ୟା ସୁଧାରିବା ପାଇଁ ସହୃଦୟ ବ୍ୟକ୍ତିଠାରୁ ସହାୟତା ପାଇବେ। ଗତକାଲିର ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri