Posted inRasifala

ରାଶିଫଳ: ରବିବାର, ଜୁନ ୨୩ ତାରିଖ – Daily Horoscope

ମେଷ
ଏକାଦଶ ଚନ୍ଦ୍ର ଯୋଗୁ କାର୍ଯ୍ୟସିଦ୍ଧି ସଙ୍ଗକୁ ବୈଷୟିକ ଅଭିବୃଦ୍ଧି, ହୋଇପାରିବ। ପୂର୍ବ ସ୍ଥିରୀକୃତ ଦୂରଯାତ୍ରା,ବାଣିଜ୍ୟ, ବ୍ୟବସାୟ, ପରିବହନ, ବନ୍ଧୁ ବାନ୍ଧବ କ୍ଷେତ୍ରରେ ସୁଫଳ ପାଇବେ। ରାହୁ ଯୁଚ୍ଛ ରବି ହେତୁ କୃତିକା ନକ୍ଷତ୍ର ସବୁକଥାକୁ ଭଲରୂପେ ବିଚାର କରି କାମ ନ କଲେ ଅସୁବିଧାର ସମ୍ମୁଖୀନ ହେବେ।
ବୃଷ
ବୃଷ
ଆଗକୁ ଆସୁଥିବା ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ କରିବାକୁ ପଡିପାରେ। ବନ୍ଧୁଙ୍କ ଫେରିବା ବାଟକୁ ଚାହିଁ ଚାହିଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଶିଳ୍ପ, ବ୍ୟବସାୟ, ପରିବହନ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରେଇବାରେ ବନ୍ଧୁ ସାହାଯ୍ୟ କରିବେ। ଭଲ ସମ୍ପର୍କ ରଖି ନ ଥିବା ବ୍ୟକ୍ତିିମାନଙ୍କ ଠାରୁ ଦୂରେଇ ରହିବା ଭଲ ହେବ।
ମିଥୁନ
ମିଥୁନ
ପାରିବାରିକ କ୍ଷେତ୍ରରେ ପରିସ୍ଥିତିବଶତଃ ଯେତିକି ପାଇବେ ତାହାର ଦୁଇଗୁଣା ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଇଚ୍ଛା ନ ଥିଲେ ମଧ୍ୟ ହଠାତ୍‌ ଦୂରକୁ ଯିବାକୁ ପଡିପାରେ। ଅବଶ୍ୟ କର୍ମକ୍ଷେତ୍ରର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରପାରିିବେ। କହିବାକୁ ଇଛା ଥିଲେ ମଧ୍ୟ ସଂକୋଚ ବଶତଃ ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ।
କର୍କଟ
କର୍କଟ
ଆଜି ଅଷ୍ଟମସ୍ଥ ଚନ୍ଦ୍ର ଯୋଗୁ ମନ ଚାହୁଁ ନ ଥିବା କେତେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବାର ସୂଚନା ରହିଛି। କାର୍ଯ୍ୟହାନୀ ଜନିତ ଧୈର୍ଯ୍ୟଚ୍ୟୁତି ସାଙ୍ଗକୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ବିବାଦୀୟ ପରିସ୍ଥିତି କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅବଶ୍ୟ ଅନୁକୂଳ ରହିବ। ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରେ କିଛି ସମସ୍ୟା ଦେଖାଦେବ।
ସି˚ହ
ସି˚ହ
କେତେକ କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ଦୃଢ ମୁକାବିଲା କରିବାକୁ ପଡିପାରେ। ଆଗାମୀ ସମୟର ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ କରିବା ପାଇଁ ବିଭିନ୍ନ ଫନ୍ଦି ଫିକର କରିପାରନ୍ତି। ଖୋଜୁଥିବା ଜିନିଷର ସନ୍ଧାନ ନ ମିଳିବାରୁ ବ୍ୟଗ୍ରତା ବଢିଯାଇପାରେ। ସମସ୍ୟା ସୁଧାରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିବାକୁ ପଡିବ।
କନ୍ୟା
କର୍ମକ୍ଷେତ୍ରରେ ସନ୍ଦେହାମତ୍କ ବାତାବରଣ ମଧ୍ୟରେ ଅଣନିଶ୍ୱାସୀ ହେବାକୁ ପଡିପାରେ। ଶିକ୍ଷା କ୍ଷେତ୍ରରେ ଅପୂରଣୀୟ ଆଶା ଓ ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ ମାନସିକ ସ୍ଥିତିକୁ ଦୁର୍ବଳ କରିଦେବ। ପାରିବାରିକ ସମସ୍ୟା ଲାଗି ରହି ପାରେ। ତଥାପି ତରବର ନ ହୋଇ ଧୀରସ୍ଥିର ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ଦୋଦୁଲ୍ୟମାନ ଅବସ୍ଥାରେ ରହିବାକୁ ବାଧ୍ୟ ହେବେ। ଏହିଭଳି କେତେକ ପରିସ୍ଥିତି ସୃଷ୍ଟିହେବ ଯାହାକି ପଣା ବୋଲି ପିଇ ପାରିବେ ନାହିଁ କିମ୍ବା ପାଣି ବୋଲି ମଧ୍ୟ ଫିଙ୍ଗି ପାରୁ ନ ଥିବେ। ବିଭିନ୍ନ ପ୍ରକାରର ଅସୁବିଧା ଭିତରେ ଗତି କରୁଥିବାରୁ ଧୀରେ ଧୀରେ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ।
ବିଛା
ବିଛା
ନୂତନକର୍ମାରମ୍ଭ, ଆନୁଷ୍ଠାନିକ କାମ, ସଭାସମିତି ଓ ଭ୍ରମଣ ଜନିତ କାମରେ ସମୟ ବିନିଯୋଗ କରିବେ। ପରିବାରରେ ଭୁଲ୍‌ ବୁଝାମଣା ଓ ନିଜର କେତେକ ବ୍ୟତିକ୍ରମକୁ ସଜାଡିବାକୁ ଯାଇ ଅସ୍ଥିରତା ଲାଗି ରହିବ। ଅଭାବ ନ ଥିଲେ ମଧ୍ୟ ସ୍ଥଗିତ କାର୍ଯ୍ୟ ସକାଶେ ବିଚଳିତ ରହିପାରନ୍ତି। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କଥା କହି ନ ପାରେ।
ଧନୁ
ଧନୁ
ବିଶେଷ କୌଣସି ଅସୁବିଧା ନ ଥିଲେ ମଧ୍ୟ ଅଯଥାରେ ଏଣୁ ତେଣୁ ଗୁଡାଏ ଚିନ୍ତାକରି ମନ ବିବ୍ରତ ରହିବ। ବିବାଦୀୟ ପରିସ୍ଥିତି କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ସାମୟିକ ଖୁସୀ ହୋଇଯାଇପାରେ। ବାଧ୍ୟ ବାଧକତାରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ବ୍ୟବସାୟ, ପରିବହନ, ଅର୍ଥ ସମ୍ପର୍କକୁ ନେଇ ଆଲୋଚନାରେ ବ୍ୟସ୍ତ ରହିପାରନ୍ତି।
ମକର
ମକର
ସକାଳୁ ସକାଳୁ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମ ଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବାର ଆଶା ରହିଛି। କ୍ରୀଡା, ଚଳଚ୍ଚିତ୍ର, କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିବେ। ଟିକିଏ ଟିକିଏ କଥାରେ ରାଗିଯାଇ ଯାହା ପଡିଲା ତାହା କହି ପକାଇବା ଦ୍ୱାରା କିଛି ସମସ୍ୟା ଆସିପାରେ। ଆମତ୍ୀୟମାନେ ସହଯୋଗ କରି ଆପଣଙ୍କର କାମକୁ ସୁଗମ କରିପାରନ୍ତି।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ନିଜର ଲୋକମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ କିଛି କ୍ଷତି କରିପାରିବେ ନାହିଁ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ସାଧାରଣ କଥାରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ।
ମୀନମୀନ
କର୍ମକ୍ଷେତ୍ରରେ ସମସ୍ୟାକୁ ପ୍ରତିହତ କରି ଆଗକୁ ବଢିବା ସକାଶେ ପଦକ୍ଷେପ ନେବେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିପାରେ। ସତର୍କରେ ଚଳିଲେ ସୁଦ୍ଧା ବିବାଦ ଭିତରକୁ ଟାଣି ହୋଇଯିବାର ଆଶଙ୍କା ରହିଛି। ଚେଷ୍ଟା କରୁଥିବା କାମରେ ଓ ସଫଳତାରେ ଆନନ୍ଦ ଅନୁଭବ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri