Posted inRasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ
ଆପଣଙ୍କ କାର୍ଯ୍ୟଦକ୍ଷତା କାରଣରୁ ସାମାଜିକ ସ୍ତରରେ ବନ୍ଧୁଙ୍କ ମହଲରେ ପ୍ରଶଂସାର ପାତ୍ର ହେବେ। ପାରିବାରିକ ସ୍ତରରେ ସାଧାରଣ କଥାକୁ ନେଇ ଭାବାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଉନ୍ନତି କରିବେ ଓ ଆଶାନୁରୂପ ଫଳ ପାଇବେ। ଦ୍ୱିଜା ନକ୍ଷତ୍ରର ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତା କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ।
ବୃଷ
ବୃଷ
ରାହୁ ଅଷ୍ଟମ ଭାବକୁ ଦେଖୁଥିବାରୁ କର୍ମକ୍ଷେତ୍ରରେ ଦୁଃସାହସିକ କାମରେ ପ୍ରବେଶ କରିବେ କିନ୍ତୁ ପରିଶେଷରେ ଅନୁତାପ କରିବାକୁ ବାଧ୍ୟ ହେବେ। ମୃଗଶିରା ନକ୍ଷତ୍ରର ବିବାଦୀୟ ଘଟଣା ପୂର୍ବପରି ଅମୀମାଂସିତ ରହିବ। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗ ଲାଭକରିବେ।
ମିଥୁନ
ମିଥୁନ
ରବି ସ୍ବଗୃହକୁ ଦେଖୁଥିବାରୁ ସରକାରୀ ସ୍ତରରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ। ଗଣ ଯୋଗାଯୋଗ, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇ ପାରନ୍ତି। ପୁନର୍ବସୁ ନକ୍ଷତ୍ର ଖଳ ଲୋକଙ୍କ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ।
କର୍କଟ
କର୍କଟ
ଶୁକ୍ର ଓ ଚନ୍ଦ୍ରଙ୍କ ଶୁଭତ୍ୱ ସଙ୍ଗକୁ ଶନିଙ୍କ ସ୍ଥିତି ପ୍ରଭାବରେ କର୍ମକ୍ଷେତ୍ରରେ ଅଯାଚିତ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ପାରିବାରିକ, ପ୍ରଶାସନ, ପ୍ରକାଶନ ଓ ଯାନବାହନ,ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ବନ୍ଧୁମିଳନ ସହ ନିଜର ଆତ୍ମୀୟମାନଙ୍କ ଠାରୁ ଆଦର ଅଭ୍ୟର୍ଥନା ପାଇ ଖୁସୀ ହୋଇପାରନ୍ତି।
ସି˚ହ
ସି˚ହ
ଶୁକ୍ରଙ୍କ ଶୁଭ ପ୍ରଭାବରୁ ଦୃଢ ପଦକ୍ଷେପ ନେବା ହେତୁ କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ। କିନ୍ତୁ ସଭାସମିତିରେ କୌଣସି ମନ୍ତବ୍ୟ ଜନିତ କର୍ମ କ୍ଷେତ୍ରରେ ସମସ୍ୟା ଓ ବନ୍ଧୁରେ ମନୋମାଳିନ୍ୟ ସୃଷ୍ଟି ହୋଇପାରେ। ଆଗାମୀ ମାଙ୍ଗଳିକ କାର୍ଯ୍ୟ, ନୂତନ ଗୃହ ପ୍ରବେଶ,ସକାଶେ ପୂର୍ବାଲୋଚନା କରିପାରନ୍ତି।
କନ୍ୟା
ବୁଧଙ୍କ କୁପ୍ରଭାବ ଜନିତ କୌଣସି ବ୍ୟକ୍ତିଙ୍କ ଠାରୁ ଦୁଃସମ୍ବାଦ ପାଇ ବ୍ୟସ୍ତବିବ୍ରତ ହୋଇପାରନ୍ତି। ଉଲ୍ଲସିତ ହେବେ। ହସ୍ତା ନକ୍ଷତ୍ର ସାମାଜିକ ସ୍ତରରେ ପରୋପକାର ମନୋଭାବରୁ ପ୍ରସଂଶା ପାଇବେ। କିନ୍ତୁ ବନ୍ଧୁ ଗହଣରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ବୁଦ୍ଧିଜିବୀମାନଙ୍କ ପୃଷ୍ଠ ସାହାଯ୍ୟରୁ ମନୋବଳ ବୃଦ୍ଧି ପାଇବ।
ତୁଳା
ତୁଳା
ଶନିଙ୍କ କୁପ୍ରଭାବ ଜନିତ ପରିବାରରେ ନିଜ ଲୋକ ମାନଙ୍କ ସାଧାରଣ କଥାରେ ଉତ୍‌କ୍ଷିପ୍ତ ହୋଇପାରନ୍ତି। ତଥାପି ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ସାଙ୍ଗସାଥୀମାନଙ୍କ ସହ ଭ୍ରମଣ ସକାଶେ ମନ ବଳାଇ ପାରନ୍ତି। ବିଶାଖା ନକ୍ଷତ୍ର ଅପପ୍ରଚାର ସମ୍ଭନ୍ଧୀୟ ଶୁଣା କଥାକୁ ଆଦୌ ବିଶ୍ୱାସକରନ୍ତୁ ନାହିଁ।
ବିଛା
ବିଛା
ଭଲ କାମ କରି ମଧ୍ୟ ଆଶା ଓ ଆକାଂକ୍ଷା ପୂରଣ ନହେବାରୁ ମାନସିକ ସ୍ତରରେ ଆଘାତ ପାଇପାରନ୍ତି। ସାଧାରଣ କଥାରେ ପାରିବାରିକ ମତପାର୍ଥକ୍ୟ ବୃଦ୍ଧି ପାଇବା କାରଣରୁ ମାନସିକସ୍ଥିତି ବୋଝଉପରେ ନଳିତାବିଡା ପରି ମନେହେବ। ଅନୁରାଧା ନକ୍ଷତ୍ରର ବନ୍ଧୁ ମାନଙ୍କ ସାହାଯ୍ୟ ନେଇ ଆଶା କରୁଥିବା ସ୍ଥାନରୁ ସହସା ଧନପ୍ରାପ୍ତି ହୋଇପାରେ।
ଧନୁ
ଧନୁ
ଆଜିର ଗ୍ରହସ୍ଥିତି ଅନୁଯାୟୀ ଶାରୀରିକ ଅବସ୍ଥାରେ କିମ୍ବା ପାରିବାରିକ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ପୂର୍ବାଷାଢା ନକ୍ଷତ୍ର ନିଜର ଲୋକ ପ୍ରିୟତା କାରଣରୁ ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ। କର୍ମକ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରି ସମାଲୋଚିତ ହୋଇପାରନ୍ତି।
ମକର
ମକର
ଚତୁର୍ଥଭାବରେ ବିଳାସକାରକଗ୍ରହ ଶୁକ୍ର ରହିଥିବାରୁ ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଧାତୁ ଅଳଙ୍କାର ସମ୍ବନ୍ଧୀୟ ଦ୍ରବ୍ୟଲାଭ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ଧନିଷ୍ଠା ନକ୍ଷତ୍ରର ନିର୍ମାଣ, ମାଲିମକଦ୍ଦମା, ଜମିଜମା କାରବାର ଧିମେଇ ଯାଇପାରେ। ଆତ୍ମୀୟ ସ୍ବଜନମାନଙ୍କ ଅନୁରାଗର ବାଣୀ ମନକୁ ଆହ୍ଲାଦିତ କରିବ।
କୁମ୍ଭ
କୁମ୍ଭ
ଏକାଧିକଗ୍ରହଙ୍କ ଅଶୁଭତ୍ୱ କାରଣରୁ ମନକଥା ମନରେ ରହିଯିବ ସିନା କାମକୁ ଆସିବ ନାହିଁ। ଶତଭିଷା ନକ୍ଷତ୍ରର ସଫଳତା ହାସଲ ଦିଗରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିବେ। ନିଜ ପରିସରର ବ୍ୟକ୍ତିବିଶେଷଙ୍କ ଦ୍ୱାରା ଆଦୃତି ଲାଭ କରିପାରନ୍ତି। ସାମୟିକ ପ୍ରତିବନ୍ଧକ କାରଣରୁ ଯାତ୍ରା, ଆଲୋଚନା ଓ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିଯାଇପାରେ।
ମୀନମୀନ
ବୃହସ୍ପତିଙ୍କ ଅଶୁଭତ୍ୱରୁ ବାହ୍ୟିକ ଦୃଷ୍ଟିକୋଣରୁ ସୁସ୍ଥ ଦେଖାଗଲେ ମଧ୍ୟ ଅନ୍ତର୍ନିହିତ ରୋଗ ପ୍ରତି ସଜାଗ ନରହିଲେ ଅସୁବିଧାରେ ପଡିବେ। ଅଧିକାଂଶ ସମୟ ଜାଣିଶୁଣି କେତେକ ଜଣାଶୁଣା ବ୍ୟକ୍ତିମାନେ ସମସ୍ୟା ସୃଷ୍ଟି କରିପାରନ୍ତି। ରେବତୀ ନକ୍ଷତ୍ର ନିଜ ମନ ପସନ୍ଦର ଜିନିଷ ଲାଭ କରି ଏକ ପ୍ରକାର ଖୁସୀ ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri