Posted inRasifala

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ
ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସହ ପ୍ରତ୍ୟେକ କାମକୁ ଶୃଙ୍ଖଳିତ ଭାବରେ ସମ୍ମାନର ସହ ସମାପନ କରିପାରିବେ। ଘରକାମ ହେଉ କିମ୍ବା କର୍ମକ୍ଷେତ୍ରର କାମ ହେଉ, କୌଣସି କାମ ଅଟକି ରହିବନାହିଁ। ଭଟ୍ଟା ପଡିଯାଇଥିବା ବନ୍ଧୁଙ୍କ ସହ ସମ୍ପର୍କ ପୁଣି ଯୋଡି ହୋଇଯିବ। ଆର୍ଥିକ ଦିଗଟି ଭଲ ରହିବା ହେତୁ ମନ ଖୁସୀ ରହିବ।
ବୃଷ
ବୃଷ
ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ରାହୁଙ୍କ ପ୍ରଭାବରେ ଧନହାନି ଘଟିପାରେ। ସାମୂହିକ ଆଲୋଚନାରେ କିମ୍ବା ପରକଥାରେ ମୁଣ୍ଡ ପୂରାଇ ସମସ୍ୟାକୁ ଡାକି ଆଣନ୍ତୁ ନାହିଁ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବା ବଦଳରେ ଓଲଟା ଫଳ ଦୁଶ୍ଚିନ୍ତାର କାରଣ ପାଲଟି ଯିବ।
ମିଥୁନ
ମିଥୁନ
ସେବା ଓ ପରୋପକାର କାମରୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଦ୍ୱାରା ସମ୍ମାନିତ ହେବେ। ଧନଭାବକୁ ଚନ୍ଦ୍ରଙ୍କ ଦୃଷ୍ଟି ଆର୍ଥିକ ସମସ୍ୟାକୁ ସୁଧାରି ନେବେ। ଅନ୍ୟକୁ କଅଁଳେଇ କହି କାମ ହାସଲ କରିବା ସକାଶେ ଚେଷ୍ଟାକଲେ ଉପକୃତ ହୋଇପାର। ସମସ୍ୟାର ସରଳ ସମାଧାନ ଦିଗରେ ବନ୍ଧୁ ସାହାଯ୍ୟ କରିବାର ଆଶା ରହିଛି।
କର୍କଟ
କର୍କଟ
ସୁବିଧା ସୁଯୋଗ ପାଇଲେ ମଧ୍ୟ ଲକ୍ଷ୍ୟପୂରଣରେ ଚଳିତ ପରିସ୍ଥିତି ତାହା ସହଜରେ କରାଇ ଦେବ ନାହିଁ। ନୂତନ ଘରଟିଏ କିଣିବା ସକାଶେ ବନ୍ଧୁଙ୍କ ସହ ଯୋଗାଯୋଗ କଲେ ଉପକୃତ ହେବେ। କୌଣସି ବ୍ୟତିକ୍ରମକୁ ସଜାଡିବା ପାଇଁ ଆଲୋଚନା କରିପାରନ୍ତି। ସ୍ତ୍ରୀଙ୍କ ପରାମର୍ଶ ମାନି ଚଳିଲେ ଲେତେକାଂଶରେ ଉପକୃତ ହେବେ।
ସି˚ହ
ସି˚ହ
ଆଜି ଆପଣଙ୍କ ମନ ଯେମିତି କାମ ମଧ୍ୟ ସେପରି ହେବାରେ କୌଣସି ଅସୁବିଧା ରହିବନାହିଁ। ଅଯଥା ଯୁକ୍ତିତର୍କରୁ ଦୂରେଇ ରହି ଘର ଭିତରେ ସତର୍କରେ ନ ଚଳିଲେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇପାରେ। ପ୍ରତୀକ୍ଷା କରି କରି ଅପେକ୍ଷା କରିଥିବା ଲୋକଟିର ଦେଖାପାଇବେ ନାହିଁ, ଫଳରେ ବିରକ୍ତି ଅନୁଭବ କରିବେ।
କନ୍ୟା
ଆଜିର ଗ୍ରହ ସ୍ଥିତି ଆପଣଙ୍କୁ ପ୍ରତିକୂଳ ବାତାବରଣ ମଧ୍ୟରେ ଅଶାନ୍ତ ରଖିପାରେ। କର୍ମକ୍ଷେତ୍ରରେ ସହକର୍ମୀଟିର ଭୁଲ୍‌ ବୁଝାମଣାକୁ ସୁଧାରି ନେବାରେ ସମର୍ଥ ହେବେ। ବ୍ୟବସାୟ,ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ପରିବାରରେ ସ୍ନେହ, ଶ୍ରଦ୍ଧା ଓ ଅନାଦର ଭାବକୁ ନେଇ ଦୁଶ୍ଚିନ୍ତା ଲାଗି ରହିବ।
ତୁଳା
ତୁଳା
ପାରିବାରିକ ସ୍ତରରେ ପିଲାମାନଙ୍କ ବିଳମ୍ବ ବିବାହକୁ ନେଇ ଚିନ୍ତା ବଢିଯିବ। ଅନ୍ୟର ପ୍ରରୋଚନାରେ ପ୍ରଭାବିତ ହୋଇ ଭୁଲ୍‌ କାମରୁ ଦୂରେଇ ନ ରହିଲେ ହଇରାଣରେ ପଡିପାରନ୍ତି। ଅର୍ଥ ସମ୍ପର୍କକୁ ନେଇ ବିବାଦ ଦେଖାଦେଇପାରେ। ଅସମ୍ପୂର୍ଣ୍ଣ କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବା ସକାଶେ ଚେଷ୍ଟିତ ହେବେ।
ବିଛା
ବିଛା
ପ୍ରତ୍ୟେକ କାମକୁ ସାହସର ସହ ସମ୍ପନ୍ନ କରିବାରେ ସଫଳତା ହାସଲ କରିବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ପାଇଁ ଦିନଟି ଭଲ, କିନ୍ତୁ ବେଶି ତକଲିପି ହେବାକୁ ପଡିବ। ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ସକାଶେ ଚେଷ୍ଟା ଅବ୍ୟାହତ ରଖନ୍ତୁ ଅବଶ୍ୟ ସମୟାନ୍ତରେ ଆଶା ପୂରଣ ହୋଇଯିବ।
ଧନୁ
ଧନୁ
ଆଜି ଆପଣ ଏକାଧାରାରେ ମାନସିକ, ଶାରୀରିକ, ଓ ଆର୍ଥିକ ଦିଗରୁ ଉନ୍ନତମାନର ଫଳ ପାଇବେ। ପରିବାର ଓ ପରିବହନରେ ମତାନ୍ତରଜନିତ କଳହର ସମ୍ଭାବନାକୁ ଏଡିହେବ ନାହିଁ। ଭାଇ ଭାଇ ଭିତରେ ମତପାର୍ଥକ୍ୟ ଦେଖାଦେଇପାରେ। ବହୁ ଦିନରୁ ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ମକର
ମକର
ବନ୍ଧୁଙ୍କ ସାହାଯ୍ୟରୁ କର୍ମକ୍ଷେତ୍ରର ସମସ୍ୟାଗୁଡିକର ସରଳ ସମାଧାନ କରିବାରେ ସଫଳତା ହାସଲ କରିବେ। ଆଲୋଚନା ପରିସରରେ କଥା କଟାକଟି ହେତୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଦୀର୍ଘଦିନରୁ ସାଇତି ରଖିଥିବା ଅର୍ଥ ଭିନ୍ନବାଟରେ ଖର୍ଚ୍ଚ ହୋଇଯାଇପାରେ। ବନ୍ଧୁସମ୍ପର୍କ କିଛି ପରିମାଣରେ ହ୍ରାସ ହେବ।
କୁମ୍ଭ
କୁମ୍ଭ
ସମସ୍ୟା ଭିତରେ ବୁଡି ରହିଥିଲେ ମଧ୍ୟ କାମର ଚାପ ଆଦୌ ବିଶ୍ରାମ ନେବା ସକାଶେ ଅବସର ଦେବନାହିଁ। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି। ନିଜ ପରିସରରେ ନିଜର ଲୋକମାନେ ମିଥ୍ୟା ଅଭିଯୋଗ କରିପାରନ୍ତି। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ।
ମୀନମୀନ
ପରିବାର କିମ୍ବା କର୍ମକ୍ଷେତ୍ରରେ କାରଣରେ ଭୁଲ୍‌ ବୁଝାମଣାରୁ ଆପଣଙ୍କ ଉପରକୁ ଦୋଷ ଆସିପାରେ। ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ଅଯଥା ବାକ୍‌ ବିତଣ୍ଡା ସୃଷ୍ଟି ହେବାର ଆଶଙ୍କା ରହିଛି। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ କ୍ଷେତ୍ରରେ ବିଳମ୍ବରେ ହେଲେ ମଧ୍ୟ କାମ ହାସଲ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?