Posted inRasifala

ରାଶିଫଳ: ବୁଧବାର, ଜାନୁଆରି ୧୫ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ଶନି କ୍ଷେତ୍ରସ୍ଥ ଶୁକ୍ରଙ୍କ ନକ୍ଷତ୍ରରେ ଥିବାରୁ ମାନସିକ ଶିଥିଳତା ସହ ଅସ୍ଥିରତା ଭିତରେ ଦିନଟି ଅତିବାହିତ ହେବ। ବୃଶ୍ଚିକ ରାଶିସ୍ଥ ମଙ୍ଗଳଙ୍କ ପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରିଯିବ। ଆତ୍ମୀୟ ସ୍ବଜନଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ। ସଭାସମିତି କିମ୍ବା କୌଣସି ନୂତନ କର୍ମାରମ୍ଭ କରିବାରେ ବ୍ୟସ୍ତ ରହିପାରନ୍ତି।
ବୃଷ
ବୃଷ
ଆଧ୍ୟାତ୍ମିକ ଗ୍ରହ ଶନିଙ୍କ ଦୃଷ୍ଟିରେ କର୍ମସ୍ଥ ଶୁକ୍ର ହେତୁ ଧାର୍ମିକକାର୍ଯ୍ୟ ସକାଶେ ମନ ବଳାଇବେ। ପାରିବାରିକ ସ୍ତରରେ ଅଟକି ରହିଥିବା କାମଗୁଡିକ ସମ୍ପନ୍ନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। କେନ୍ଦ୍ରସ୍ଥ ଚନ୍ଦ୍ର ପ୍ରଭାବରୁ ସବୁ କାମରେ ଆଗୁଆ ରହି କାମ କରିବା ହେତୁ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ।
ମିଥୁନ
ମିଥୁନ
ଧର୍ମଭାବକୁ ଗଣତନ୍ତ୍ରାଧିପ ଗ୍ରହ ଶନିଙ୍କ ଦୃଷ୍ଟିରୁ ସାମୂହିକ ଭାବରେ ଧର୍ମଭାବାମତ୍ନ କର୍ମ କରିବେ। ଆଜି ଯେତିକି ଅର୍ଥ ପାଇବେ ପ୍ରତିଦାନରେ ତାହାଠାରୁ ଅଧିକ କିଛି ଖର୍ଚ୍ଚ କରିବାକୁ ପଡିବ। କୌଣସି ବ୍ୟଚ୍ଛିଙ୍କ ଫୁସୁଲା ଫୁସୁଲି କଥାରେ ଭାସିଯାଇ ଅନୁତାପ କରିବାକୁ ପଡିପାରେ। ଆରଦ୍ରା ନକ୍ଷତ୍ରର ସାମାଜିକ କ୍ଷେତ୍ରରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି।
କର୍କଟ
କର୍କଟ
ଶୁକ୍ର ଓ ଚନ୍ଦ୍ରଙ୍କ ପାରଷ୍ପରିକ ବିଷମଦୃଷ୍ଟି ଅର୍ଥାଭାବ ନଥାଇ ମଧ୍ୟ ଅଭିଳଷିତ କାର୍ଯ୍ୟ କରିପାରିବେ ନାହିଁ। ଆପଣଙ୍କୁ କୈାଣସି ବନ୍ଧୁ ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ହଇରାଣରେ ପକାଇବାକୁ ଚେଷ୍ଟା କରିବାର ସୂଚନା ରହିଛି। ପୁନର୍ବସୁ ନକ୍ଷତ୍ର ସକାଶେ ବ୍ୟବସାୟ,ବାଣିଜ୍ୟ ଓ ପରିବହନ, ପ୍ରଶାସନ, ସଂଗଠନ, ରାଜନୀତିରେ ସଫଳତା ମିଳିବ।
ସି˚ହ
ସି˚ହ
ଆଜି ରାହୁଯୁକ୍ତ ଚନ୍ଦ୍ର ହେତୁ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା କଷ୍ଟକର ହୋଇପାରେ। ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ପାରିବାରିକ କ୍ଷେତ୍ରରେ ଦିନ ଗୋଟାଏ ପରେ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ମହିଳା ମାନଙ୍କ କ୍ଷେତ୍ରରେ ରୋଗ, ଋଣ ଓ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବ।
କନ୍ୟା
ଆଜି ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ଯୋଗୁ କର୍ମଜଞ୍ଜାଳ ବୃଦ୍ଧି ପାଇବା କାରଣରୁ ମାନସିକ ଆଶ୍ୱସ୍ଥି ପାଇ ପାରିବେ ନାହିଁ। ସକାଳୁ ସକାଳୁ ବନ୍ଧୁଙ୍କ ଗୃହକୁ ଯିବା ସକାଶେ ସଜବାଜ ହୋଇ ପାରନ୍ତି। ବିବାଦୀୟ ଘଟଣାରେ ନୀରବତା ଓ ବ୍ୟବସାୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ। ତୀର୍ଥାଟନ, ବନ୍ଧୁମିଳନ, ଧର୍ମକାର୍ଯ୍ୟ, ମିତ୍ରଙ୍କ ଆନୁଗତ୍ୟ ପ୍ରତ୍ୟେକ କାମରେ ସହାୟକ ହେବ।
ତୁଳା
ତୁଳା
ଧନାଧିପତିଙ୍କ ଧନଭାବ ମଣ୍ଡନ କାରଣରୁ ଆର୍ଥିକ ଉନ୍ନତି ସହ ବୈଷୟିକ ସୁଖ, ସମୃଦ୍ଧି ମାନସିକ ଶାନ୍ତି ପ୍ରଦାନ କରିବ। ନିଜ ଲୋକ ମାନଙ୍କୁ ଅତି ନିକଟରେ ପାଇ ସାମୟିକ ମନଦୁଃଖକୁ ଭୁଲି ଯାଇପାରନ୍ତି। ପ୍ରଶାସନିକ ପରିଚାଳନା, ନୂତନକାର୍ଯ୍ୟାରମ୍ଭର ପରିକଳ୍ପନା, ସଭାସମିତିର ଆଲୋଚନା ଯଥାବିଧି ସମ୍ପନ୍ନ ହେବ।
ବିଛା
ବିଛା
ନୂତନକାର୍ଯ୍ୟାରମ୍ଭ ସକାଶେ ପାରିବାରିକ ସ୍ବୀକୃତି ସଙ୍ଗକୁ ବନ୍ଧୁବର୍ଗଙ୍କ ସାହାଯ୍ୟ,ସହଯୋଗ କାମଟିକୁ ତ୍ୱରାନ୍ବିତ କରିବ। ଈର୍ଷା ଓ ଅସୂୟା ମନୋଭାବ ନେଇ ନିକଟ ସମ୍ପର୍କୀୟ ମାନେ କ୍ରମଶଃ ଦୂରେଇ ରହୁଥିବାର ଅନୁଭବ କରିବେ। ବିଶାଖା ନକ୍ଷତ୍ରର ସ୍ବାସ୍ଥ୍ୟଗତ ସମସ୍ୟା ଓ କର୍ମକ୍ଷେତ୍ରରେ ଅସନ୍ତୋଷର ବାତାବରଣ ମନକୁ ବିଚଳିତ କରିପାରେ।
ଧନୁ
ଧନୁ
ଦ୍ୱିତୀୟସ୍ଥ ରବି ଓ ବୁଧ ଆପଣଙ୍କୁ ଅପ୍ରିୟସତ୍ୟ କୁହାଇ ବନ୍ଧୁମାନଙ୍କ ବିରାଗଭାଜନ କରାଇପାରନ୍ତି। ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ, ପରିବହନ, ଆନୁଷ୍ଠାନିକ କାମରେ ଉନ୍ନତି କରିବେ। ଦୀର୍ଘ ଦିନରୁ ଭିତରେ ଭିତରେ କୁହୁଳୁଥିବା ପାରିବାରିିକ ସମସ୍ୟାର ସରଳ ସମାଧାନ ଆଶା କ୍ରମଶଃ ଉଜ୍ଜ୍ୱଳତର ହୋଇପାରେ।
ମକର
ମକର
କର୍ମାଧିପ ଉଚ୍ଚରୋହୀ ହୋଇଥିବାରୁ କାର୍ଯ୍ୟସିଦ୍ଧି ସଙ୍ଗକୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇପାରନ୍ତି। ଅର୍ଥନୈତିକ ପରିସ୍ଥିତିରେ କ୍ରମୋନ୍ନତିର ଝଲକ ଦେଖିବାକୁ ମିଳିବା ହେତୁ ଖୁସୀ ରହିବେ। ପ୍ରଶାସନିକ କ୍ଷେତ୍ରରେ, କଳା,ସାହିତ୍ୟ ,ବାଣିଜ୍ୟ,ବ୍ୟବସାୟରେ ସାମୟିକ ଭାବରେ ଦ୍ୱନ୍ଦ୍ୱ ଦୂର ହେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ।
କୁମ୍ଭ
କୁମ୍ଭ
ରାହୁଙ୍କ ସ୍ଥିତି ଜନିତ ଭୁଲ୍‌ ନିଷ୍ପତି ଗ୍ରହଣ କରି ବିବାଦ ଭିତରକୁ ଟାଣି ହୋଇ ପାରନ୍ତି। ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ। ଶାରୀରିକ ଅସୁସ୍ଥତା, ବିବାଦୀୟ ଘଟଣା,ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିି ବିଶେଷ ସହାୟତା କରିପାରନ୍ତି। ବୁଝାମଣା ଅଭାବରୁ ପ୍ରତ୍ୟେକ କ୍ଷେତ୍ରରେ ବିତର୍କ ଓ ସମ୍ପର୍କରେ ଭଟ୍ଟା ପଡିଯାଇପାରେ।
ମୀନମୀନ
ଧନାଧିପ ନିଜ ଭାବରୁ ଅଷ୍ଟମସ୍ଥ ଯୋଗୁ ଆର୍ଥିକ ଅନଟନ ଓ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମନ ଭାରାକ୍ରାନ୍ତ ରହିବ। ଯେତେ ପ୍ରକାର ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ରହିଛି। ଗତକାଲିର ଯୋଜନା ଓ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri