Posted inRasifala

ରାଶିଫଳ: ଗୁରୁବାର , ମେ ୨୮ ତାରିଖ – Daily Horoscope

ମେଷ
ବାଧକାଧିପତି ଶନିଙ୍କ ନକ୍ଷତ୍ରରେ ରହିଥିବାରୁ ବିଭିନ୍ନ ପ୍ରକାରର ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ । ସାମାଜିକ କ୍ଷେତ୍ରରେ ଅଟକି ରହିଯାଇଥିବା
କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବାରେ ବନ୍ଧୁ ସାହାଯ୍ୟ କରିବେ ।
ବୃଷ
ବୃଷ
ସହକର୍ମୀଙ୍କ ସହାୟତାରେ ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଅଫିସ୍‌ରେ କାମର ଚାପ ପ୍ରଭାବରୁ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ । ସମସ୍ୟାକୁ କେନ୍ଦ୍ରକରି ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହେବାରୁ ମାନସିକ ଅଶାନ୍ତିର କାରଣ ହେବ । ତଥାପି ମୃଗଶିରା ନକ୍ଷତ୍ରର ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।
ମିଥୁନ
ମିଥୁନ
ବନ୍ଧୁମାନଙ୍କ ସହାନୁଭୂତିର ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେକରିବେ । ଯେଉଁ କାମଟିକୁ ଆଜି ଯାଏ ଆପଣ କରି ପାରୁ ନ ଥିଲେ ଆଜି ମଧ୍ୟାହ୍ନ ପରେ ତାହା ସୁବିଧାରେ ହୋଇଯିବ । ବାରଣ ମାନି କାମ କଲେ ଅବଶ୍ୟ ଉପକୃତ ହେବେ । ଅଫିସରେ ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ ।
କର୍କଟ
କର୍କଟ
ଆଜି ଆପଣ ପ୍ରତିବନ୍ଧକ ମଧ୍ୟରେ ପରିସ୍ଥିତି ସହ ଲଢେଇ କରି କାମ ହାସଲ କରିପାରିବେ । ଗତକାଲି ଠାରୁ ଆଜି ଯାହା କରିବା ପାଇଁ ଚିନ୍ତା କରିଥିଲେ ସେଥିରେ କୌଣସି ପ୍ରକାରର ଅସୁବିଧା ହେବନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ । କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ ।
ସି˚ହ
ସି˚ହ
ଅସୁବିଧାକୁ ନେଇ ସରଗରମ ଆଲୋଚନା ହୋଇପାରେ । ବ୍ୟବସାୟ, ସଂଗଠନ, ପ୍ରଶାସନ, ବେତାର, ଗଣ ଯୋଗାଯୋଗ ପାଇଁ ଦିନଟି ବହୁତ ଭଲ । ଉଚ୍ଚପଦାଧିକାରୀଙ୍କ ସାମୟିକ କ୍ରୋଧରୁ କିଛିଟା ହଇରାଣ ହୋଇପାରନ୍ତି । ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ ।
କନ୍ୟା
ଆଜି ଆକସ୍ମିକ ସ୍ବାସ୍ଥ୍ୟହାନି ସଙ୍ଗକୁ ବିଭିନ୍ନ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ । ବିଷମ ପରିସ୍ଥିତିରେ ବନ୍ଧୁଙ୍କଠାରୁ ପ୍ରତ୍ୟୁପକାର ଆଶା ନିରର୍ଥକ ହୋଇପାରେ । ଅନ୍ୟମାନଙ୍କ ସକାଶେ ଦୀର୍ଘଦିନ ହେଲା ଯେଉଁ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇଥିଲେ ତାହା ଅକ୍ଳେଶରେ ହୋଇଯିବ ।
ତୁଳା
ତୁଳା
ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ । କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ । ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ ସମସ୍ୟା ପ୍ରାୟତଃ ଆଗକୁ ବଢିପାରିବ ନାହିଁ ।
ବିଛା
ବିଛା
ଅଯଥା ଭୟ, ଆଶଙ୍କା ଓ ଉଦ୍‌ବେଗ ମଧ୍ୟରେ ଦିନଟିକୁ କଟାଇବେ । ଯାହାଙ୍କଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇ ମନ ଭଲ ରହିବ ନାହିଁ । ସାଧାରଣ କଥାରେ ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ଏବଂ ଆଜିର ବ୍ୟବସାୟ ପ୍ରାୟତଃ ଭଲ ହେବ ।
ଧନୁ
ଧନୁ
ପାରିବାରିକ ଅଶାନ୍ତି ରହିଥିଲେ ମଧ୍ୟ ପରିସ୍ଥିତିକୁ ଆଖି ଆଗରେ ରଖି କାମ କଲେ କୌଣସି ଅସୁବିଧା ହେବ ନାହିଁ । ଅବଶ୍ୟ କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । କିନ୍ତୁ ଯେ କୌଣସି କ୍ଷେତ୍ରରେ ମଧ୍ୟ ତରବର ନ ହୋଇ ଭାବି ଚିନ୍ତି କାମ କରିବା ଭଲ ହେବ ।
ମକର
ମକର
ଧାର କରଜ, ପିଲାମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ । ନିଜ ସହ ଆଦୌ ପଡୁ ନ ଥିବା ଲୋକମାନେ ଗୁଣଗାନ କରିବା ବଦଳରେ ନିନ୍ଦା ରଟନା କରିବେ । ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କିମ୍ବା ଅଫିସରେ କଳହ ସୃଷ୍ଟି ହୋଇପାରେ । ଅନ୍ୟମାନଙ୍କ ଘରୋଇ କଥାରେ କିମ୍ବା କାମରେ ମୁଣ୍ଡ ପୂରାନ୍ତୁ ନାହିଁ ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ସହ ଶତ୍ରୁତା, ପୁଅ ଝିଅଙ୍କ ବାହାଘର ସମସ୍ୟା ଜନିତ ଦୁଶ୍ଚିନ୍ତା ମନକୁ ଆକ୍ରମିତ କରିବ । ତଥାପି ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବା ଦିଗରେ ଜଣେ ପୂର୍ବବନ୍ଧୁ କିଛି ଖବର ନେଇ ଆସିବେ । କର୍ମକ୍ଷେତ୍ରରେ ଅଭାବନୀୟ ପରିସ୍ଥିତି ସଙ୍ଗକୁ ପ୍ରତିରୋଧ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ ।
ମୀନମୀନ

ପାରିବାରିକ ସ୍ଥିରତା ଓ କର୍ମକ୍ଷେତ୍ରର ସ୍ଥିତି ପ୍ରାୟତଃ ଅକ୍ଷୁଣ୍ଣ ରହିବ । କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହୟତାରୁ ଉପକୃତ ହେବେ । ରାଜନୈତିକ ଚାପର ସମ୍ମୁଖୀନ ହୋଇପାରନ୍ତି କିନ୍ତୁ ସଭାସମିତିରେ ସଫଳତା ହାସଲ କରିବେ । ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri