Posted inRasifala

ରାଶିଫଳ: ଗୁରୁବାର, ଫେବ୍ରୁଆରି ୧୩ ତାରିଖ – Daily Horoscope

ମେଷ
ଆଜି କାର୍ଯ୍ୟବ୍ୟସ୍ତତା ସାଙ୍ଗକୁ ଅତ୍ୟଧିକ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ବ୍ୟବସାୟ ମାନ୍ଦାରେ ଚାଲିବ କିନ୍ତୁ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବନ୍ଧୁଙ୍କ ପାରିବାରିକ ସମସ୍ୟାରେ ନ୍ୟାୟୋଚିତ କଥା କହି ପରିସ୍ଥିତିକୁ ସୁଧାରି ନେବେ ମାତ୍ର ନିନ୍ଦା ଶୁଣିବେ । ଆର୍ଥିକ ସ୍ଥିତି ଭଲ ରହିବ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ବହୁତ ବାଦାନୁବାଦ ପରେ ଅଫିସରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ପାଖ ପଡ଼ୋଶୀଙ୍କ ଘରୋଇ କଳହକୁ ନେଇ ନିଜ ଘରେ ଅଶାନ୍ତି ଲାଗିରହିବ। କଚେରି ମାମଲା, ନିର୍ମାଣ, ଅର୍ଥ ସମ୍ପର୍କିତ କଥା ନେଇ ଟେନ୍ସନ ଲାଗି ରହିବ।
ମିଥୁନ
ମିଥୁନ
ଆର୍ଥିକ ସମସ୍ୟାକୁ ସୁଧାରିବା ସକାଶେ ବିଭିନ୍ନ ପ୍ରକାରର ଯୋଜନା କରି ପାରନ୍ତି । ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ ଏବଂ ସଭାସମିତିରେ ଉତ୍ସାହିତ ହେବେ ଓ ସାଫଲ୍ୟତା ହାସଲ କରିବେ । କର୍ମକ୍ଷେତ୍ରରେ, ପ୍ରଶାସନିକ ସ୍ତରରେ ଫାଇଲ କାମ ବଢ଼ିଯାଇ ପାରେ। ଯାନବାହନ, ପୁରୁଣା ଗାଡ଼ିମୋଟର, ଘର ମରାମତିରେ ବ୍ୟସ୍ତ ରହି ପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସମସ୍ୟା ହେତୁ ଶାରୀରିକ ସ୍ବାସ୍ଥ୍ୟ ଅପେକ୍ଷା ମାନସିକ ସ୍ବାସ୍ଥ୍ୟ ବିଶେଷ ପ୍ରଭାବିତ ହୋଇପାରେ । ଏକ ସାଧାରଣ ଘଟଣାକୁ କେନ୍ଦ୍ରକରି ମିତ୍ର ବନ୍ଧୁ ମାନଙ୍କ ସହ ଉଚ୍ଚବାଚ ଘଟିପାରେ । ଅପେକ୍ଷା କରିଥିବା ଖବରଟିକୁ ବହୁ ବିଳମ୍ବରେ ହେଲେ ମଧ୍ୟ ଶୁଣି ଖୁସି ହେବେ । ସାହିପଡ଼ୋଶୀଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ।
ସି˚ହ
ସି˚ହ
ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବହୁତ ଆଶା କରି ବନ୍ଧୁଙ୍କ ନିକଟକୁ ଯିବେ ମାତ୍ର ଶୂନ୍ୟ ହସ୍ତରେ ଫେରିବାକୁ ପଡ଼ିପାରେ । କର୍ମକ୍ଷେତ୍ରରେଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ବ୍ୟବସାୟିକ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ । ଆଜି ଅପରାହ୍ନେ ଖୋଜୁଥିବା ଜିନିଷ ହଠାତ୍‌ ପାଇବେ ।
କନ୍ୟା
ଆଜିର କର୍ମକ୍ଷେତ୍ର କିମ୍ବା ପରିବାରରେ ବାକ୍‌ ଅସଂଯମତା ଯୋଗୁ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଅପୂରଣୀୟ ଆଶା ମନରେ ଦୁଃଖ ପ୍ରଦାନ କରିବ । ଆନୁଷ୍ଠାନିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇପାରେ। ଅସୁବିଧାବଶତଃ ବିଳମ୍ବିତ ସମୟରେ ଲକ୍ଷ୍ୟସ୍ଥଳକୁ ଯିବାରେ ସମର୍ଥ ହେବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ପୂର୍ବ ନିର୍ଦ୍ଧାରିତ କାମଗୁଡ଼ିକ ଠିକ୍‌ ସମୟରେ ହେବା କଷ୍ଟକର ହୋଇପଡ଼ିବ। କାର୍ଯ୍ୟହାନି ସକାଶରୁ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ଆଜି ଘରକୁ ଫେରିବା ସମୟରେ ମୂଲ୍ୟବାନ ଦ୍ରବ୍ୟ ଆଣି ପାରନ୍ତି।
ବିଛା
ବିଛା
ପରିବାରର ବିଭିନ୍ନ ବ୍ୟତିକ୍ରମ ବିଷୟରେ ଚିନ୍ତା କରି ମାନସିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ । ପ୍ରଶାସନିକ, ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଦିଗଟି ମଧ୍ୟମ ପ୍ରକାରର ରହିବ । ଈର୍ଷାପରାୟଣ ମନୋଭାବ ନେଇ ଖଳଲୋକମାନେ ଅପପ୍ରଚାର କଲେ ମଧ୍ୟ କିଛି କରି ପାରିବେ ନାହିଁ । କିନ୍ତୁ ଅନୁରାଧା ନିଜଲୋକଙ୍କଠାରୁ ଆସ୍ଥା ହରାଇ ବସିବେ।
ଧନୁ
ଧନୁ
ଆଜି ମାନସିକ ସ୍ଥିତି ଠିକ୍‌ ନ ରହିବା କାରଣରୁ ଭଲକୁ ଭଲ ରୂପେ ବିବେଚନା ନ କରି ଭିନ୍ନ ଦୃଷ୍ଟି କୋଣରୁ
ବୁଝିବେ । କାମ ହାସଲ କରିବା ସକାଶେ ଅନୁକୂଳ ସୁ୍‌ଯୋଗ ସୃଷ୍ଟି ହେବ କିନ୍ତୁ ଧୀରେ ସୁସ୍ଥେ କରିବା ଭଲ ହେବ। ସଭାସମିତିରେ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ । ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିପାରେ।
ମକର
ମକର
କର୍ମକ୍ଷେତ୍ରର ସମସ୍ୟାଗୁଡ଼ିକ ଶିଥିଳତା ପଡ଼ିଯିବା କାରଣରୁ ମନରେ ଉତ୍ସାହ ବୃଦ୍ଧି ପାଇବ । କିନ୍ତୁ ହଠାତ୍‌ ପୂର୍ବ ଶତ୍ରୁତା କାରଣରୁ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି। ପୂର୍ବରୁ ସୁଚିନ୍ତିତ ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ସାମାଜିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ।
କୁମ୍ଭ
କୁମ୍ଭ
ଆଜି ଦିନ ଭିତରେ ଖର୍ଚ୍ଚାନ୍ତ ହେବେ ସିନା ନିଜ ପରିସରସ୍ଥ ବ୍ୟକ୍ତିମାନଙ୍କ ସହାୟତାରେ କୌଣସି କାମ ଅଟକିବ ନାହିଁ । ଅଜୀର୍ଣ୍ଣ ଓ ଆମାଶୟ ଦେଖା ଦେଇପାରେ,ଏଣୁ ସ୍ବାସ୍ଥ୍ୟପ୍ରତି ସାବଧାନତା ଅବଲମ୍ବନ କରିବା ଠିକ୍‌ ହେବ। ଅଫିସ୍‌ କାମରେ କୌଣସି ଘଟଣା ମନକୁ ବାରମ୍ବାର ଆଲୋଡିତ କରିପାରେ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।
ମୀନମୀନ
ଆଜି ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଆଗାମୀ କୌଣସି କାମ ସକାଶେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ । ଯାହାକୁ ଅତି ନିଜର ବୋଲି ବିଶ୍ୱାସ କରୁଛନ୍ତି ସେହି ସେମାନେ ବିଶ୍ୱାସଘାତକତା କରିପାରନ୍ତି। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଜୁଲାଇ ୭ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବାର ମଉକା ପାଇବେ। ସହକର୍ମୀଙ୍କ ଆର୍ଥିକ ଅନୁଦାନ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ…

ରାଶିଫଳ: ସୋମବାର , ଜୁଲାଇ ୬ ତାରିଖ – Daily Horoscope

ମେଷ ଆଜି କେନ୍ଦ୍ରରେ ବୁଧ ଓ ବୃହସ୍ପତିଙ୍କ ଯୋଗୁ କାର୍ଯ୍ୟସିଦ୍ଧି ଓ ବନ୍ଧୁମିଳନ ଘଟିବ। ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ଆଗ୍ରହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri