Posted inRasifala

ରାଶିଫଳ: ଗୁରୁବାର, ଫେବୃଆରୀ ୨୦ ତାରିଖ – Daily Horoscope

ମେଷ
ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତା, ପିଲାଙ୍କ ସମ୍ବନ୍ଧୀୟ ଥିବା ଦୁଶ୍ଚିନ୍ତା ସମ୍ପର୍କରେ ଚିନ୍ତିତ ରହିବେ। ଠିକ୍‍ ସମୟରେ କାମ ସମ୍ପନ୍ନ କଷ୍ଟକର ହୋଇପାରେ। ପରିବାର ହେଉ କିମ୍ବା କର୍ମକ୍ଷେତ୍ର, ପ୍ରତି ସମସ୍ୟାକୁ ସୁଧାରିନେବାରେ ଅସୁବିଧା ହେବନାହିଁ। ଦ୍ୱିଜା ନକ୍ଷତ୍ରର ବାଣିଜ୍ୟ, ନିର୍ମାଣ, ପରିବହନ, ବ୍ୟବସାୟିକସ୍ଥିତି ପ୍ରାୟତଃ ହାଲୁକା ରହିବ।
ବୃଷ
ବୃଷ
ଆଜିର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟାରମ୍ଭ, ଆଲୋଚନା, ବନ୍ଧୁମିଳନ ପାଇଁ ସୁନ୍ଦର ସୁଯୋଗ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ। କୃତ୍ତିକା ନକ୍ଷତ୍ରର କୌଣସି ଆଲୋଚନାରେ ତର୍କ ଓ ବିବାଦୀୟ କଥା, ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢିଯିବ। ପରିବହନରେ ସମସ୍ୟା, କର୍ମପରିସରରେ ଶତ୍ରୁତା ହେତୁ ଚିନ୍ତା କରିପାରନ୍ତି।
ମିଥୁନ
ମିଥୁନ
ଅନ୍ୟକୁ ଖୁଆଇ ପିଆଇ ଘରେ, ବାହାରେ ସବୁଠି ଆଦର, ସ୍ନେହ ଆପଣଙ୍କ ଲୋକପ୍ରିୟତାକୁ ବଢ଼ାଇ ଦେବ। ମୃଗଶିରାର ଫେରିଯାଇଥିବା ବନ୍ଧୁ ଲେଉଟି ଆସିବାରୁ ଆପଣ ଖୁସି ହେବେ ନାହିଁ। ବାକିଥିବା ଲୋକଟିକୁ ବକେୟା ମାଗିବାରୁ ପରିସ୍ଥିତି ଉତ୍ତେଜନାମୂଳକ ହେବ। ଅଜଣା ଲୋକ ସହ ବାକ୍‍ବିତଣ୍ଡା ସୃଷ୍ଟି ହେବ।
କର୍କଟ
କର୍କଟ
ଉପକୃତ ହୋଇଥିବା ବ୍ୟକ୍ତିଙ୍କ ବେଖାତିର ମନୋଭାବ ହେତୁ ଟିକିଏ କଥାରେ ରାଗିପାରନ୍ତି। କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ପଡିବ। ଅଶ୍ଳେଷାର ପ୍ରତିଦ୍ୱନ୍ଦ୍ୱୀ, ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେଇ ପାରନ୍ତି। ପୁରୁଣା ସମସ୍ୟା ତୁଟି ଯାଇଥତ୍ଲେ ମଧ୍ୟ ନୂତନ ସମସ୍ୟା ଦେଖାଦେବ।
ସି˚ହ
ସି˚ହ
ସଚେତନତାର ଅଭାବ ସାଙ୍ଗକୁ ସ୍ବାସ୍ଥ୍ୟ ପ୍ରତି ଜଗି ରଖି ନ ଚଳିଲେ ଅସୁବିଧାର ସମ୍ମୁଖୀନ ହେବେ। ପୂର୍ବାଫାଲଗୁନୀ ନକ୍ଷତ୍ର ବନ୍ଧୁଙ୍କଠାରୁ ନାସ୍ତି ବାକ୍ୟ ଶୁଣି ବିଷାଦଗ୍ରସ୍ଥ ହେବେ। ହଜିଯାଇଥତ୍ବା ଜିନିଷ ଫେରି ପାଇବେ, ଅବଶ୍ୟ କିଛି ସମୟ ହଇରାଣ ହେବାକୁ ପଡିବ। ପରିବହନ, ସଂଗଠନ ଓ ରାଜନୀତି ପାଇଁ ଦିନଟି ମନ୍ଦ ନୁହେଁ।
କନ୍ୟା
କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ଉତ୍ତରାଫାଲଗୁନୀ ନକ୍ଷତ୍ର ସ୍ପର୍ଶକାତର କଥାରେ ଚିହ୍ନାପଡିଲେ ସମସ୍ୟା ସୃଷ୍ଟି ହେବ। ଜରୁରୀ କାମରେ ବାହାରକୁ ଯିବାକୁ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟ ହେବେ। ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମରେ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡିପାରେ।
ତୁଳା
ତୁଳା
ସ୍ବାତୀନକ୍ଷତ୍ର କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ଦିଗ୍‍ଦର୍ଶନ ଦେଇ ପ୍ରଶଂସିତ ହେବେ। ଆବଶ୍ୟକତା ପୂରଣ ଲାଗି ଅର୍ଥ ଯୋଗାଡ଼ରେ ହଇରାଣ ହୋଇପାରନ୍ତି। ନୂତନ ଗାଡି, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର, ପୋଷାକପତ୍ର କିଣିବା ପାଇଁ ମନ ବଳାଇ ପାରନ୍ତି। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ବନ୍ଧୁଟି ଦୂରେଇ ଯିବାରୁ ମନରେ ସରସତା ରହିବ ନାହିଁ।
ବିଛା
ବିଛା
ଅନୁରାଧା ନକ୍ଷତ୍ରର ଅପୂରଣୀୟ ଅଭିଳାଷ ମାନସିକ ସ୍ତରକୁ ହଲ୍‍ଚଲ୍‍ କରିପାରେ। ଆଜି ନୂଆ କାମ ଆରମ୍ଭ ସାଙ୍ଗକୁ ଆନୁଷଙ୍ଗିକ ସହଯୋଗ ମଧ୍ୟ ପାଇଯିବେ। କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ବାଣିଜ୍ୟ, ସାମ୍ବାଦିକତା, ସାହିତ୍ୟଚର୍ଚ୍ଚା, ଆନୁଷ୍ଠାନିକ ଆଲୋଚନାକୁ ପୂରା କରିବେ।
ଧନୁ
ଧନୁ
ପୂର୍ବାଷାଢ଼ା ନକ୍ଷତ୍ର ସକାଶେ ଆଜି ସଂଘର୍ଷମୟ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ପାରିବାରିକ କ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। କର୍ମକ୍ଷେତ୍ରର ଟେନ୍‍ସନ୍‍ ଦୂର ହେବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଆଶା ପୂରଣ ମାନସରେ ଅନ୍ୟର ପ୍ରହେଳିକାପୂର୍ଣ୍ଣ କଥାରେ ପଡି ପଛରେ ଦୌଡିପାରନ୍ତି।
ମକର
ମକର
ନୂତନ ବନ୍ଧୁତା ସ୍ଥାପନ ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇରହିବ। ଅପରାହ୍ନେ ବନ୍ଧୁଙ୍କ ଆଗମନ ଯୋଗୁ ମଉଜ ମଜଲିସ୍‍ରେ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ଅନ୍ୟମନସ୍କହେତୁକ କୌଣସି ଭୁଲ୍‍ କାମ କରି ଅନୁତପ୍ତ ହେବେ। ଧନିଷ୍ଠା ନକ୍ଷତ୍ର କଳା, ସାହିତ୍ୟ, କ୍ରୀଡ଼ାଦି ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
କୁମ୍ଭ
କୁମ୍ଭ
ନିଜର ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ପାରିବାରିକ କ୍ଷେତ୍ରରେ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ପୂର୍ବଭାଦ୍ରପଦ ନକ୍ଷତ୍ର ପ୍ରଶାସନ, ଗବେଷଣା ଆଦିରେ ଆଶାନୁଯାୟୀ ଫଳ ପାଇବେ। ଈର୍ଷାପରାୟଣ ବ୍ୟକ୍ତି ପ୍ରତିଷ୍ଠାକୁ ସହି ନ ପାରି କଟୁ ମନ୍ତବ୍ୟ ଦେଇପାରନ୍ତି।
ମୀନମୀନ

ଆଜି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ହୋଇପାରେ। ପୁନଶ୍ଚ କାର୍ଯ୍ୟବ୍ୟସ୍ତତା ଯୋଗୁ ଘରକଥା ବୁଝିବାକୁ ସମୟ ପାଇବେ ନାହିଁ। ଉତ୍ତରଭାଦ୍ରପଦ ନକ୍ଷତ୍ର ସକାଶେ ବାଣିଜ୍ୟ, ବ୍ୟବସାୟ, କଚେରି ମାମଲା ଓ ପରିବହନ କ୍ଷେତ୍ରରେ ଝଗଡ଼ା ଲାଗିପାରେ। ଆବଶ୍ୟକତା ପୂରଣ ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଫେବୃଆରୀ ୬ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ଉଦାସ ରହିପାରନ୍ତି ଏବଂ କାମ ସକାଶେ ନିରୁତ୍ସାହିତ ରହିବେ। ସନ୍ତାନଙ୍କ ବୈବାହିକ ସମ୍ବନ୍ଧ ସମ୍ପର୍କିତ ଆଲୋଚନା କରିପାରନ୍ତି। କିନ୍ତୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୫ ତାରିଖ – Daily Horoscope

ମେଷ  ଆଜି ଉତ୍ତରାଫାଲଗୁନୀ ନକ୍ଷତ୍ରରେ ଚନ୍ଦ୍ର କର୍ମଜଞ୍ଜାଳଜନିତ ବ୍ୟସ୍ତତା ବୃଦ୍ଧି କରାଇପାରନ୍ତି। ସ୍ବାସ୍ଥ୍ୟୋନ୍ନତି ଓ କାର୍ଯ୍ୟସିଦ୍ଧିରୁ ଯେତିକି ଖୁସି ହେବେ ଭ୍ରାତୃବିବାଦ ଓ ବନ୍ଧୁସମ୍ପର୍କହାନିରୁ ସେତିକି ଦୁଃଖୀ…

ରାଶିଫଳ: ବୁଧବାର, ଫେବୃଆରୀ ୪ ତାରିଖ – Daily Horoscope

ମେଷ ଚତୁଃଗ୍ରହ କର୍ମସ୍ଥାନରେ କାର୍ଯ୍ୟସିଦ୍ଧି, ଅର୍ଥ ଓ ସମ୍ମାନ ଲାଭ କରାଇବେ। କିନ୍ତୁ ନିକିତି ତଉଲ ପରି ପାରିବାରିକ ଜୀବନର ପଲା ନିମ୍ନାଭିମୁଖୀ ହେତୁ ମନାନ୍ତର ଓ…

ରାଶିଫଳ: ମଙ୍ଗଳବାର , ଫେବୃଆରୀ ୩ ତାରିଖ – Daily Horoscope

ମେଷ କେତୁଯୁକ୍ତ ଚନ୍ଦ୍ର କୋଣଭାବସ୍ଥ ଯୋଗୁ କର୍ମକ୍ଷେତ୍ରରେ ଟେନ୍‍ସନ ଲାଗି ରହିବ। ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା…

ରାଶିଫଳ: ସୋମବାର , ଫେବୃଆରୀ ୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଦ୍ୱିଜା ନକ୍ଷତ୍ର ସମସ୍ତ ସମସ୍ୟାକୁ ପ୍ରତିହତ କରିବାରେ ସମର୍ଥ ହେବେ। ନିଜ ଲୋକ ବିରୁଦ୍ଧାଚରଣ କରିପାରନ୍ତି। ଯାନବାହନ, ହୋଟେଲଶିଳ୍ପ, ଛୋଟ ଦୋକାନ, ଆନୁଷ୍ଠାନିକ…

ରାଶିଫଳ: ରବିବାର, ଫେବୃଆରୀ ୧ ତାରିଖ – Daily Horoscope

ମେଷ ଆଜି ପୁଷ୍ୟା ନକ୍ଷତ୍ରରେ ଚନ୍ଦ୍ର ପରିବାର ଓ କର୍ମକ୍ଷେତ୍ରର ସ୍ଥିତିକୁ କେନ୍ଦ୍ର କରି ଭାବପ୍ରବଣ କରାଇବ। ସାମାଜିକ ସ୍ତରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ…

ରାଶିଫଳ: ଶନିବାର, ଜାନୁଆରୀ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହଚକ୍ରର ଅନୁକୂଳତା କର୍ମକ୍ଷେତ୍ର, ପାରିବାରିକ ଏବଂ ସାମାଜିକ ଦିଗକୁ ଋଦ୍ଧିମନ୍ତ କରିବ। ଶିଳ୍ପ, ନିର୍ମାଣ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ। ଆନୁଷ୍ଠାନିକ କାମରେ…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri