Posted inଫୁରସତ

ରାତାରାତି ଲୋନାର ହ୍ରଦ ପାଣିର ରଙ୍ଗ ପାଲଟିଲା ଗୋଲାପି

ଔରଙ୍ଗାବାଦ, ୧୧।୬: ମହାରାଷ୍ଟ୍ର ବୁଲଧାନା ଜିଲାରେ ଥିବା ଲୋନାର ହ୍ରଦର ପାଣିର ରଙ୍ଗ ରାତାରାତି ଗୋଲାପି ରଙ୍ଗ ପାଲଟି ଯାଇଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏହା କିପରି ହେଲା ସେ ନାନା କଳ୍ପାନ ଜଳ୍ପନା ପ୍ରକାଶ ପାଇଛି। ବିଶେଷଜ୍ଞଙ୍କ ଅନୁସାରେ ହ୍ରଦ ପାଣିରେ ଲବଣ ମାତ୍ରା ବଢ଼ିବା ସହିତ ଶୈବାଳ ଯୋଗୁ ଏଭଳି ହୋଇଛି। ଏଭଳି ବହୁଥର ହ୍ରଦ ପାଣିର ରଙ୍ଗ ପରିବର୍ତ୍ତନ ହୋଇଛି। ତେବେ ଚଳିତଥର ଏହା ଗାଢ଼ ଗୋଲାପି ରଙ୍ଗ ହୋଇଯାଇଛି। ମୁମ୍ବାଇଠାରୁ ୫୦୦ କିମି ଦୂରରେ ଥିବା ଏହି ହ୍ରଦର ପାଣିର ପିଏଚ୍‌ ସ୍ତର ୧୦.୫ ରହିଛି। ଏନେଇ ହ୍ରଦ ସଂରକ୍ଷଣ ଟିମ୍‌ ସଦସ୍ୟ ଗଜାନନ ଖରାତ୍‌ ସୂଚନା ଦେଇଛନ୍ତି। ହ୍ରଦ ପାଣିର ଲବଣସ୍ତର ରଙ୍ଗ ପରିବର୍ତ୍ତନ ପାଇଁ ଦାୟୀ ବୋଲି ସେ କହିଛନ୍ତି। ହ୍ରଦର ଜଳସ୍ତରର ଏକ ମିଟର ତଳେ ଅମ୍ଳଜାନ ନ ଥିବାରୁ ଶୈବାଳର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇ ଯାଇଥିବା ସେ କହିଛନ୍ତି। ଏଠାରେ ବର୍ଷା ପରିମାଣ କମ ରହିଥାଏ ତେଣୁ ହ୍ରଦ ପାଣି ପରିଷ୍କାର ହେବାର ସମ୍ଭାବନା ମଧ୍ୟ ନ ଥାଏ। ତେଣୁ ଦୀର୍ଘ ଦିନ ଧରି ଗୋଟିଏ ସ୍ଥାନରେ ପାଣି ଜମି ରହୁଥିବାରୁ ଏଭଳି ହେଉଥିବା ବାବା ସାହେବ ଆମ୍ବେଡ଼କର ମରାଠାଓ୍ବାଡ଼ା ବିଶ୍ୱବିଦ୍ୟାଳୟର ଜିଓଗ୍ରାଫି ବିଭାଗ ପ୍ରଫେସର ମଦନ ସୂର୍ଯ୍ୟବଂଶୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୫୦ ହଜାର ବର୍ଷ ତଳେ ବଡ଼ ଉଲ୍‌କା ଖଣ୍ଡ ଏଠାରେ ପଡ଼ିଥିଲା। ଫଳରେ ୧.୨ କିଲୋମିଟର ବ୍ୟାସ ବିଶିଷ୍ଟ ଏକ ଗର୍ତ୍ତ ଏଠାରେ ସୃଷ୍ଟି ହୋଇଥିଲା। କାଳକ୍ରମେ ଏହା ହ୍ରଦରେ ପରିଣତ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri