Posted inଖେଳ

ରାଜ୍ୟଗୋଷ୍ଠୀ ଟିଟି ସେମିଫାଇନାଲ:ଭାରତର ପ୍ରତିଦ୍ୱନ୍ଦ୍ୱୀ ସିଙ୍ଗାପୁର

କଟକ ଅଫିସ,୧୯|୭-ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲ ଲାଇନ୍‌ଅପ୍‌ ହୋଇଯାଇଛି। ମହିଳା ବିଭାଗ ସେମିରେ ସିଙ୍ଗାପୁରକୁ ଭେଟିବ ଭାରତ। ଅନ୍ୟ ସେମିଫାଇନାଲରେ ଇଂଲଣ୍ଡ ଓ ନାଇଜେରିଆ ମଧ୍ୟରେ ମୁକାବିଲା ହେବ। ସେହିପରି ପୁରୁଷ ବିଭାଗ ସେମିଫାଇନାଲରେ ମଧ୍ୟ ଭାରତର ପ୍ରତିଦ୍ୱନ୍ଦ୍ୱୀ ସିଙ୍ଗାପୁର। ଅନ୍ୟ ସେମିରେ ଇଂଲଣ୍ଡ ଓ ମାଲେସିଆ ପରସ୍ପରକୁ ଭେଟିବେ।
ଗୁରୁବାର ଅନୁଷ୍ଠିତ ସୁପର ଏଇଟ୍‌ ମୁକାବିଲାରେ ଭାରତର ଦୁଇଟି ଯାକ ବିଭାଗର ଦଳ ଚମତ୍କାର ପ୍ରଦର୍ଶନ କରିବା ସହ ସହଜ ବିଜୟ ହାସଲ କରିଥିଲେ । ସୁପର ଏଇଟ୍‌ରେ ଭାରତ ପୁରୁଷ ଦଳ ଏଫ ଗ୍ରୁପରେ ସ୍ଥାନ ପାଇଥିଲା । ପ୍ରଥମ ରାଉଣ୍ଡରେ ଦଳ ଶ୍ରୀଲଙ୍କାକୁ ୩-୦ ସେଟରେ ପରାସ୍ତ କରିଥିଲା । ଏ ଅମଲ ରାଜ, ଜି ସାଥିୟାନ ଓ ମାନବ ଠକ୍କର ଭାରତ ପକ୍ଷରୁ ଏହି ରାଉଣ୍ଡରେ ପ୍ରତିନିଧିତ୍ୱ କରୁଥିଲେ । ଏ. ଅମଲ ରାଜ, ଅଚନ୍ତ ଶରଥ କମଲ ଓ ହରମିତ ଦେଶାଇଙ୍କ ନେତୃତ୍ୱରେ ଭାରତ ଦ୍ୱିତୀୟ ରାଉଣ୍ଡରେ ମାଲେସିଆକୁ ମଧ୍ୟ ୩-୦ ସେଟରେ ହରାଇଥିଲା । ସୁପର ଏଇଟରେ ଭାରତୀୟ ମହିଳା ଦଳ ମଧ୍ୟ ଗ୍ରୁପ-ଏଫରେ ସ୍ଥାନ ପାଇଥିଲା । ମାଧୁରିକା ପାଟେକର, ଅର୍ଚ୍ଚନା କାମଥ ଓ ଆହିକା ମୁଖାର୍ଜୀ ପ୍ରଥମ ରାଉଣ୍ଡରେ ୱେଲସକୁ ୩-୦ ସେଟରେ ପରାସ୍ତ କରିଥିଲେ । ଏହି ରାଉଣ୍ଡରେ ମାଧୁରିକା ପାଟେକରଙ୍କର ୱେଲସର ଖେଳାଳି ଚାରଲୋଟ କ୍ୟାରେଙ୍କ ସହ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ହୋଇଥିଲା । ଦ୍ୱିତୀୟ ରାଉଣ୍ଡରେ ଭାରତ ୩-୦ ସେଟରେ ମାଲେସିଆକୁ ପରାସ୍ତ କରିଛି। ଅର୍ଚ୍ଚନା କାମଥ, ମାଧୁରିକା ପାଟେକର ଓ ମନିକା ବାତ୍ରା ଦ୍ୱିତୀୟ ରାଉଣ୍ଡରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri