ଅନୁଗୋଳ ଅଫିସ, ୧୧।୧୦- ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଭୋଟର ତାଲିକାକୁ ଶତ ପ୍ରତିଶତ ତ୍ରୁଟିଶୂନ୍ୟ କରିବା ପାଇଁ ଚଳିତ ମାସ ୧୫ ତାରିଖରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଭୋଟର ସତ୍ୟ ପ୍ରମାଣ କାର୍ଯ୍ୟକ୍ରମ ଗତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନୁଗୋଳ ଜିଲାରେ ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଗୁରୁବାର ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଜିଲା କାର୍ଯ୍ୟାଳୟ କୋର୍ଟରୁମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଧ୍ୟକ୍ଷତା କରି ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଦଳୀୟ କର୍ମକର୍ତ୍ତା ଓ ଏଜେଣ୍ଟମାନଙ୍କୁ ପରାମର୍ଶ ଦେଇଥିଲେ। ଭବିଷ୍ୟତରେ ହେବାକୁ ଥିବା ନାଗରିକ ରାଷ୍ଟ୍ରୀୟ ରେଜିଷ୍ଟାର (ଏନ୍ଆର୍ସି) କାର୍ଯ୍ୟରେ ଏହି ଭୋଟର ଫଟୋ ପରିଚୟ ପତ୍ର ବିଶେଷ ସହାୟକ ହେବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ତେଣୁ ଏହି ସଂଶୋଧନ କାର୍ଯ୍ୟକୁ ଶତ ପ୍ରତିଶତ କରିବା ସହ କେହି ଜଣେ ଯେପରି ଏଥିରୁ ବାଦ୍ ନ ପଡ଼ନ୍ତି ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଜିଲାପାଳ କହିଥିଲେ ଯେ, ଭୋଟର ତାଲିକା ସଂଶୋଧନ ସଂକ୍ରାନ୍ତୀୟ ତଥ୍ୟ ଜାଣିବା ପାଇଁ ୧୯୫୦ ଦେୟମୁକ୍ତ ଟେଲିଫୋନର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଜିଲାରେ କାର୍ଯ୍ୟ କରୁଥିବା ୫୦ରୁ ଉର୍ଦ୍ଧ୍ୱ ଜନସେବା କେନ୍ଦ୍ର ଗୁଡ଼ିକରେ ମତଦାତାମାନେ ସେମାନଙ୍କର ଭୋଟର ସମ୍ପର୍କିତ ତଥ୍ୟ ଯାଞ୍ଚ କରିପାରିବେ। ଭୋଟର ତାଲିକା ଆପତ୍ତି ଅଭିଯୋଗ ଗ୍ରହଣ କରିବାର ସମୟ ଅବଧି ଚଳିତ ମାସ ୧୫ରୁ ନଭେମ୍ବର ୩୦ ଯାଏ ରଖାଯାଇଛି। ସେହିପରି ସ୍ବତନ୍ତ୍ର ଅଭିଯାନ ନଭେମ୍ବର ୨, ୩, ୯ ଓ ୧୦, ଆପତ୍ତି ଅଭିଯୋଗ ଗୁଡ଼ିକର ସମାଧାନ ଡିସେମ୍ବର ୧୫, ତଥ୍ୟାବଳୀ ଫଟୋ ଗୁଡ଼ିକର ଠିକ୍ ସ୍ଥାନିତ ଓ ଅନୁପୂରକ ତାଲିକା ପ୍ରସ୍ତୁତି ୩୧ ଡିସେମ୍ବର ମଧ୍ୟରେ କରାଯିବ। ଆସନ୍ତା ବର୍ଷ ଜାନୁୟାରୀ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ପ୍ରକାଶନ କରାଯିବ। ଜିଲାର ୧୧୬୩ଟି ବୁଥ୍ରେ ଜଣେ ଲେଖାଏ ଅଙ୍ଗନୱାଡ଼ି କର୍ମୀ କିମ୍ବା ଶିକ୍ଷକ ବୁଥ୍ ସ୍ତରୀୟ ଭୋଟର ତାଲିକାର ସଂଶୋଧନ ପାଇଁ କାର୍ଯ୍ୟ କରିବେ। ସେମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ବୁଥ୍ସ୍ତରୀୟ ଏଜେଣ୍ଟମାନେ ଏଥିରେ ସହଯୋଗ କରିବେ। ଏହି ବୈଠକରେ ଡେପୁଟୀ କଲେକ୍ଟର ଲମ୍ବୋଦର ମାରାଣ୍ଡି, ବିଜେଡିର ପ୍ରିୟଦର୍ଶୀ ପଟ୍ଟନାୟକ, ବିଏସ୍ପିର କୁମୁଦ ଚନ୍ଦ୍ର ନାଏକ ଓ ପ୍ରହଲ୍ଲାଦ ନାୟକ, ସିପିଆଇ(ଏମ୍)ର ଉମେଶ ଚନ୍ଦ୍ର ପଣ୍ଡା, ଭାରତୀୟ ଜାତୀୟ କଂଗ୍ରେସର ଆଲୋକ କୁମାର ଦାସ ଓ ବିଜେପିର ଗଙ୍ଗାଧର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।
ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ପ୍ରଶାସନର ବୈଠକ: ଆସନ୍ତା ୧୫ରୁ ଭୋଟର ତାଲିକା ସଂଶୋଧନ
Posted inଅନୁଗୋଳ, ଆମ ଜିଲା ଖବର View All
ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍ ଋଦ୍ଦ ଦାବି
ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…
ଯାତ୍ରୀବାହୀ ବସ୍କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…
ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…
କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ
ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…
୪୦ ଫୁଟ୍ ତଳକୁ ଖସିଲା OSRTC ବସ୍: ୨୪ଯାତ୍ରୀ ଆହତ, ଜଣେ ମୃତ
ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…
କେମୋଥେରାପିରେ ସୀମିତ କ୍ୟାନ୍ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା
ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…
ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…
ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…
ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ
ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…
ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…
ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…
Archives

