ରାଉରକେଲା ଏସ୍‌ପିଙ୍କ ନାମରେ ଫେସବୁକ୍‌ରେ ଫେକ୍‌ ଆଇଡି ଖୋଲି ବନ୍ଧା ହେଲେ ନାବାଳକ

ରାଉରକେଲା ଅଫିସ,୧୬।୬: ରାଉରକେଲା ଏସ୍‌ପି କେ.ଶିବା ସୁବ୍ରମଣୀଙ୍କ ନାମରେ ଫେସ୍‌ବୁକରେ ଫେକ୍‌ ଆଇଡି ଖୋଲି ଲୋକଙ୍କୁ ବ୍ଲାକମେଲିଂ କରିବା ଜଣେ ନାବାଳକଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ନାବାଳକଙ୍କୁ ମଙ୍ଗଳବାର ଉଦିତନଗର ପୁଲିସ ଗିରଫ କରିଛି। ଗିରଫ ନାବାଳକଙ୍କ ଘର ବଲାଙ୍ଗୀର ଜିଲାରେ ବୋଲି ପୋଲିସ କହିଛି। ନାବାଳକଜଣଙ୍କ ୪ରୁ ୫ ଦିନ ତଳେ ଏସ୍‌ପି ସୁବ୍ରମଣୀଙ୍କ ନାଁରେ ଫେସ୍‌ବୁକ୍‌ରେ ନକଲି ଆଇଡି ଖୋଲିଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଉକ୍ତ ନାବାଳକଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ପୋଲିସ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ସୂଚନାଯୋଗ୍ୟ, ଗତ ଦେଢ ବର୍ଷ ପୂର୍ବେ ସମ୍ବଲପୁରର ପୂର୍ବତନ ଜିଲାପାଳ ଶୁଭମ ସକ୍ସେନା, ସମ୍ବଲପୁର ପୂର୍ବତନ ଏସ୍‌ପି ସଞ୍ଜୀବ ଆରୋରା ଓ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ଫେକ୍‌ ଆଇଡି ଖୋଲି ସମ୍ପୃକ୍ତ ନାବାଳକ ସମ୍ବଲପୁର ସହରର ଲୋକଙ୍କୁ ଠକୁଥିଲେ। ତାଙ୍କ ଘର ବଲାଙ୍ଗୀରରେ ହୋଇଥିଲେ ବି ସେ କିଛି ଦିନ ସମ୍ବଲପୁରରେ ରହିଥିଲେ। ଏହି ସମୟରେ ସେ ଜିଲାପାଳ, ଏସ୍‌ପି ଓ ବିଧାୟକଙ୍କ ନାଁରେ ଫେକ୍‌ ଆଇଡି ଖୋଲିଥିଲେ। ଏହାଛଡ଼ା ପୂର୍ବରୁ ମଧ୍ୟ ନାବାଳକଜଣଙ୍କ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁରେ ଫେକ ଆଇଡି ଖୋଲି ଜଣେ ଶିଳ୍ପପତିଙ୍କ ଆକାଉଣ୍ଟରୁ ପନ୍ଦର କୋଟିରୁ ଅଧିକ ଟଙ୍କା ଠକି ନେଇଥିଲେ। ଏହି ଟଙ୍କାରେ ସେ ଏକ ଅଡି କାର କିଣିଥିଲେ। ପୋଲିସ ନାବାଳକକୁ ଗିରଫ କରି ବାଳ ସୁଧାର ଗୃହକୁ ପଠାଇଥିଲେ। ସେଠାରୁ ବାହାରିବା ପରେ ସେ ପୁଣି ସେଭଳି କାମ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

ଅଧିକାରୀଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ ସ୍ଥାନୀୟ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ…

ଥୁଆମୂଳ ରାମପୁର, ୧୮ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଓ…

ଏବେ ଶେଷ ହୋଇଯିବ ଯୁଦ୍ଧ! ଇରାନ ଆମେରିକାକୁ ପଠାଇଲା ଏଭଳି ଏକ ଜିନିଷ, ଦେଖିଲେ କ’ଣ ରାଜି ହୋଇଯିବେ ଟ୍ରମ୍ପ?

ନୂଆଦିଲ୍ଲୀ,୧୮।୫: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନ ଆମେରିକା ସହିତ ଏକ ସଂଶୋଧିତ ଶାନ୍ତି ପ୍ରସ୍ତାବ ଶେୟାର କରିଛି। ସୋମବାର ଏକ ପାକିସ୍ତାନୀ…

ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କଲେ ଜିଲାପାଳ, ଏସପି: କହିଲେ ଜିଲାରେ ଆହୁରି ଏତେ ଲିଟର ତେଲ ଗଚ୍ଛିତ

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ ଆସିଛି। ଯାହାକୁ ନେଇ ସୋମବାର ଜିଲାପାଳ ପାୱାର ସଚିନ ପ୍ରକାଶ,ଏସପି ନାଗରାଜ ଦେବରକୋଣ୍ଡା…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…

ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…

ମୃତ୍ୟୁର ୯ ଦିନ ପରେ ମାଟି ତଳୁ ଖୋଳି ବାହାର କରାଗଲା ଅଢ଼େଇ ବର୍ଷର ଶିଶୁର ଶବ, କାରଣ ଜାଣିଲେ ହୋଇଯିବେ ତାଜୁବ

ଧର୍ମଶାଳା,୧୮।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନୋସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ ହେବାର…

କୋର୍ଟଙ୍କ ଦ୍ୱାରସ୍ତ ହେଲେ ଭିନେଶ

ନୂଆଦିଲ୍ଲୀ,୧୮ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସହିତ ଚାଲିଥିବା ବିବାଦ ମଧ୍ୟରେ ଜାତୀୟ ରେସଲିଂ ଚୟନ ପ୍ରକ୍ରିୟାରୁ ବାଦ୍‌ ଦିଆଯିବାକୁ ନେଇ ଭାରତୀୟ ରେସଲର ଭିନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri