‘ରାଇବଣିଆ ଦୁର୍ଗର ପୁନରୁଦ୍ଧାର ଲାଗି ଉଦ୍ୟମ କରାଯିବ’

ଜଳେଶ୍ୱର, ୧୪।୭(ଡି.ଏନ.ଏ.)-ପର୍ଯ୍ୟଟନ, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶନିବାର ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ସୁବର୍ଣ୍ଣରେଖା ଅବବାହିକାରେ ଅବସ୍ଥିତ ଐତିହାସିକ ରାଇବଣିଆ ଦୁର୍ଗ ପରିଦର୍ଶନ କରିଛନ୍ତି। ଉକ୍ତ ଦୁର୍ଗର ଇତିହାସକୁ କେବେ ବି ଲିଭିବାକୁ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଦୁର୍ଗର ରକ୍ଷଣାବେକ୍ଷଣ, ପୁନରୁଦ୍ଧାର କରିବା ସହିତ ଚତୁଃପାର୍ଶ୍ୱରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଅନୁଦାନ ରାଶି ଯୋଗାଇଦେବା ସହିତ ଦୁର୍ଗର ପୂର୍ବ ଓ ଦକ୍ଷିଣ ଦ୍ୱାରରେ ସୁସଜ୍ଜିତ ତୋରଣ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଏହି ଅବହେଳିତ ଦୁର୍ଗକୁ ବିଶ୍ୱ ମାନଚିତ୍ରରେ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେବା ପାଇଁ ରାଜ୍ୟସରକାର ଉଦ୍ୟମ କରନ୍ତୁ ବୋଲି ରାଇବଣିଆ ଦୁର୍ଗ ସୁରକ୍ଷା ଓ ଆଞ୍ଚଳିକ ଉନ୍ନୟନ ସଙ୍ଗଠନ ତରଫରୁ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିଲା। ମନ୍ତ୍ରୀ ଦୁର୍ଗର ଭଗ୍ନାବଶେଷ ଓ ପୂର୍ବଦ୍ୱାରକୁ ଅନୁଧ୍ୟାନ କରିବା ସହିତ ପରିସରସ୍ଥ ମା’ ଗଡ଼ଚଣ୍ଡୀଙ୍କୁ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ। ଏହି ସମୟରେ ସ୍ଥାନୀୟ ବିଧାୟକ ଅଶ୍ୱିନୀ କୁମାର ପାତ୍ର, ଜିଲାପାଳଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ସଙ୍ଗଠନର ସଭାପତି ପ୍ରଫୁଲ୍ଲ କୁମାର ସୁର, କାର୍ଯ୍ୟକାରୀ ସଭାପତି ଆଇନଜୀବୀ ନୃସିଂହ ଦାସମହାପାତ୍ର, ସମ୍ପାଦକ ଡ. ଶ୍ରୀକାନ୍ତଚରଣ ପାତ୍ର, ସହସମ୍ପାଦକ ନାରାୟଣ ପ୍ରସାଦ ଦାସଙ୍କ ସମେତ ସାହିତି୍ୟକ ବିପିନ ବିହାରୀ ବିଶ୍ୱାଳ, କବି ବ୍ରଜେନ୍ଦ୍ର ନାଥ ଗିରି, ବ୍ଲକ ଅଧ୍ୟକ୍ଷା ସବିତାରାଣୀ ଦଳାଇ, ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ଜିଲାପରିଷଦ ସଭ୍ୟା ରଙ୍ଗଲତା ଆଚ୍ଚାର୍ଯ୍ୟ, ମାନିନୀ ପ୍ରମାଣିକ, ପୂର୍ବତନ ସରପଞ୍ଚ ଅଜୟ ମହାନ୍ତି, ଓଲମାରା ସରପଞ୍ଚ ଯତୀନ୍ଦ୍ର ମହାନ୍ତି, ଶିଖରପୁର ସରପଞ୍ଚ ହରେକୃଷ୍ଣ ଗିରି ପ୍ରମୁଖ ଦୁର୍ଗର ବିକାଶ ଉପରେ ଆଲୋଚନା କରିଥିଲେ। ପ୍ରଶାସନ ତରଫରୁ ରାଜ୍ୟ ସଂସ୍କୃତି ବିଭାଗର ପ୍ରତ୍ନତତ୍ତ୍ୱବିତ୍‌ ଡ. ସୁନୀଲ ପଟ୍ଟନାୟକ, ପ୍ରତ୍ନତାତ୍ତ୍ୱିକ ସରୋଜ କୁମାର ନନ୍ଦ, ଜିଲା ସଂସ୍କୃତି ଅଧିକାରୀ ମନସ୍ବିନୀ ରାଉତ, ପର୍ଯ୍ୟଟନ କାର୍ଯ୍ୟାଳୟର ପରିସଂଖ୍ୟାନ ସହାୟକ ମୋନାଲିସା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଅବହେଳିତ ଦୁର୍ଗର ବିକାଶ ପାଇଁ ପୂର୍ବରୁ ବିଭିନ୍ନ ସମୟରେ ଆସିଥିବା ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଅନୁଦାନ ଅର୍ଥର ସୁବିନିଯୋଗ କରା ଯାଇ ନ ଥିବା ଅଭିଯୋଗ କରାଯାଇଥିଲା। ଏ ବିଷୟରେ ମନ୍ତ୍ରୀ ଅନୁଧ୍ୟାନ କରିବେ ବୋଲି କହିଥିଲେ। ପରେ ରାଇବଣିଆସ୍ଥିତ ଏକ ବିଦ୍ୟାଳୟରେ ମନ୍ତ୍ରୀଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଦୁର୍ଗ ଇତିହାସର ଗବେଷକ ତଥା ଲେଖକ ଡ. ଶ୍ରୀକାନ୍ତ ଚରଣ ପାତ୍ରଙ୍କ ଦ୍ୱାରା ଲିଖିତ ‘ରାଇବଣିଆର ଦିଗ ଦିଗନ୍ତ’ ପୁସ୍ତକର ୨ୟ ସଂସ୍କରଣକୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ। ସଭା ପରେ ମନ୍ତ୍ରୀ ମାକିଡ଼ିଆ ସ୍ଥିତ ଟସର ଶିଳ୍ପକୁ ବୁଲି ଦେଖିବା ସହିତ ମୁଣୁତୁଣିଆ ଗ୍ରାମ ସ୍ଥିତ ଭକ୍ତକବି ଦୀନକୃଷ୍ଣଙ୍କ ଜନ୍ମସ୍ଥଳୀ କବିଡ଼ିହ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

ଶୋଇଥିଲେ ଦମ୍ପତ୍ତି, ପେଟ୍ରୋଲ ଢିଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଆଉ ତା’ପରେ…

ବାଲେଶ୍ୱର,୨୦।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା l ଏହି ଗ୍ରାମର ବିଜୟ ବେହେରାଙ୍କ ପରିବାର…

ସ୍ତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କଲେ ସ୍ବାମୀ: ଆଉ ତା’ପରେ ଘଟିଲା…

ବାଲେଶ୍ୱର,୨୦ା୫(ବାଞ୍ଛାନିଧି ଦେ):ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ୍‌ ଅଭିଯୋଗରେ ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନୁଯାୟୀ, ବିବାହ…

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

କଲରାପତରିଆ ବାଘର ମୃତଦେହ ଠାବ: ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସି…

ନୀଳଗିରି,୧୨।୫(ପ୍ରଶାନ୍ତ କୁମାର ବିଶ୍ବାଳ)ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତଦେହ ଠାବ। ସୋମବାର ବିଳମ୍ବିତ ରାତିରେ ବାଘଟି କୁଳଡିହା କିମ୍ବା…

ହରିପୁରରେ ମହିଳାଙ୍କୁ କୋଦାଳରେ ହାଣି ହତ୍ୟା: ମୃତଶରୀରକୁ ସାଇକେଲରେ ରଖି ଥାନାକୁ ଆଣିଲେ ପରିବାର

ଖଇରା,୧୨।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ବର ଜିଲା ଖଇରା ଥାନା ଅଧିନ ହରିପୁର ଗ୍ରାମରେ ଛାତ ସେଣ୍ଟରିଂକୁ କେନ୍ଦ୍ର କରି ସୁରେନ୍ଦ୍ର ସେଠୀଙ୍କ ଭଉଣୀ କମଳା(୩୯)ଙ୍କୁ କୋଦାଳରେ ହାଣି ହତ୍ୟା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri