ରସୁଲପୁର ପଞ୍ଚାୟତ ସମିତିର ୬ଷ୍ଠ ସାଧାରଣ ବୈଠକ: ଯୋଗଦେଲେନି ବିଧାୟକ, ଏମ୍‌ପି

ରସୁଲପୁର,୨୩ା୧(ଡି.ଏନ୍‌.ଏ.): ବିଧାୟକ ଓ ମନ୍ତ୍ରୀମାନେ ଗାଁକୁ ଯିବେ। ଲୋକଙ୍କ ସମସ୍ୟା ବୁଝିବେ। ଗାଁରେ ରାତି କାଟିବେ। ସରକାରୀ ଯୋଜନା ଠିକ୍‌ ଭାବେ କାର୍ଯ୍ୟ ହେଉଛି କି ନାହିଁ ସେଥିପ୍ରତି ଧ୍ୟାନ ଦେବେ। ସରକାରଙ୍କ ନୂଆ ଯୋଜନା ୫-ଟି ଓ ମୋ ସରକାର ଜନାଭିମୁଖି ହୋଇପାରୁଛି କି ନାହିଁ ତାର ସ୍ଥିତି ପରଖିବେ। ଏହିଭଳି ଦାଇତ୍ୱବୋଧର ପାଠ ପଢାଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ। ହେଲେ ଏହି ନିର୍ଦ୍ଦେଶ କେମିତି ପାଳନ ହେଉଛି ତାର ଏକ ଉଦାହରଣ ଦେଖିବାକୁ ମିଳିଛି ବୁଧବାର ଅନୁଷ୍ଠିତ ଯାଜପୁର ଜିଲା ରସୁଲପୁର ବ୍ଲକର ୬ଷ୍ଠତମ ପଂଚାୟତ ସମିତି ସାଧାରଣ ବୈଠକରେ। ବୈଠକରେ ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାଏ, କୋରେଇ ବିଧାୟକ ଅଶୋକ କୁମାର ବଳ ଯୋଗ ଦେଇ ନ ଥିବାବେଳେ ବରୀ ବିଧାୟିକା ସୁନନ୍ଦା ଦାସ ବୈଠକର ଅଧାରୁ ଉଠି ଚାଲିଯାଇଥିଲେ। ଗାଁ ଗଣ୍ଡାରୁ ଲୋକଙ୍କ ସମସ୍ୟା ଉପସ୍ଥାପନ କରିବା ପାଇଁ ପ୍ରତିନିଧିଙ୍କ ପାଇଁ ସମିତି ବୈଠକ ଏକ ବଳିଷ୍ଠ ମାଧ୍ୟମ। ଏହି ବୈଠକ ଜରିଆରେ ଆସୁଥିବା ପ୍ରସ୍ତାବଗୁଡିକୁ ଜିଲପରିଷଦ ବୈଠକ ଓ ପରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବା ହେଉଛି ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ଏକ ଅଂଶ ବିଶେଷ। ଏହି କାରଣରୁ ପ୍ରତ୍ୟେକ ବିଧାନସଭା ଓ ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ପଞ୍ଚାୟତ ସମିତି, ଜିଲାପରିଷଦ ବୈଠକ ଗୁଡିକ ଆହୁତ ହୁଏ। ବିଧାୟକ ଓ ଏମ୍‌ପିଙ୍କ କାର୍ଯ୍ୟ ବ୍ୟସ୍ତତାକୁ ଧ୍ୟାନ ଦିଆଯାଇ ସମିତି ବୈଠକ ଦିନ ଧାର୍ଯ୍ୟ କରାଯାଇ ଥାଏ। ଯାହା ଏଠାରେ ବି କରାଯାଇ ଥିଲା ା ୫ମ ସାଧାରଣ ପରିଷଦ ବୈଠକ ଜୁଲାଇ,୨୦୧୯ରେ ଅନୁଷ୍ଠିତ ହୋଇଥିଲା ା ୬ଷ୍ଠ ବୈଠକ ଦୁଇ ମାସ ଅନ୍ତରରେ ଡକାଯିବା ବଦଳରେ ୬ମାସ ପରେ ଡକାଯାଇଥିଲା। ତା ପରେ ବି ଏହି ବୈଠକରେ ବିଧାୟକ ଓ ଏମ୍‌ପିମାନେ ଯୋଗଦେଇ ପାରିଲେ ନାହିଁ କି ଜନପ୍ରତିନିଧିଙ୍କ ସମସ୍ୟାକୁ ସମାଧାନ ବାଟ ଫିଟାଇବାର ଭାଗିଦାରୀ ସାଜି ପାରିଲେ ନାହିଁ। ବୈଠକର ଯଥେଷ୍ଟ ପୂର୍ବରୁ ସୂଚଜନା ଦିଅଯାଇଥିଲେ ସୁଦ୍ଧା ଯୋଗ ନ ଦେବାକୁ ରାଜନୈତିକ ମହଲ୍‌ରେ ବିଭିନ୍ନ ଆଲୋଚନା ହେଉଛି।
ଲାଇନ ଡିପାର୍ଟମେଣ୍ଟ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ
ବିଧିମୁତାବକ ସମିତି ବୈଠକରେ ବ୍ଲକର ଓ ପଞ୍ଚାୟତ ଅଧୀନସ୍ଥ ସମସ୍ତ କର୍ମଚାରୀ ଓ ଜନପ୍ରତିନିଧି ଯୋଗଦେବା ବ୍ୟତିତ ଲାଇନ ଡିପାର୍ଟମେଣ୍ଟ ଯଥା-ଗ୍ରାମ୍ୟ ଉନ୍ନୟନ, ଜଳସେଚନ, ପୂର୍ତ୍ତ, ଉଠା ଜଳସେଚନ, ମେଗା ଜଳସେଚନ, ଡ୍ରନେଜ୍‌, କ୍ଷୁଦ୍ର ଜଳସେଚନ, ଜଳ ବିଭାଜିକା ଇତ୍ୟାଦି ବିଭାଗର ଅଧିକାରୀ ବୈଠକରେ ଯୋଗଦେବା ଜରୁରୀ। ତେବେ ବିଭାଗୀୟ ଅଧିକାରୀମାନେ କ୍ରମାଗତ ଭାବରେ ବୈଠକରେ ଯୋଗଦେଉ ନ ଥିବା ପରଲ୍ଲକ୍ଷିତ ହେଉଛି। ୫ମ ସାଧାରଣ ବୈଠକରେ ଏହା ଜାଣି ଖୋଦ୍‌ ଏମ୍‌ପି ସେଠୀ ୫ମ ସାଧାରଣ ବୈଠକରେ ତୀବ୍ର ଅସନ୍ତୋଷବ୍ୟକ୍ତ କରିଥିଲେ। ଏହାସତ୍ୱେ ବି ସ୍ଥିତିରେ କୌଣସି ପରିବର୍ତ୍ତନ ଘଟି ନ ଥିଲା। ଚଳିତ ବୈଠକରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି। ଏନେଇ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି।
ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନ ସାଜିଲା ମୁଖ୍ୟ ଆଲୋଚନା ପ୍ରସଙ୍ଗ
ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନ ଓ ୨୦୧୯-୨୦/୨୧ ଆର୍ଥତ୍କ ବର୍ଷ ପାଇଁ ଅଗ୍ରାଧିକାରୀ ତାଲିକା ଚୟନକୁ ନେଇ ଟଣାଓଟରା ଲାଗି ରହିଛି। ଯୋଗ୍ୟ ତାଲିକାରେ ଯୋଡ଼ି ହେବାପାଇଁ ବ୍ଲକର ୨୮ଟି ପଞ୍ଚାୟତରୁ ୭୦୦୦ରୁ ଉର୍ଦ୍ଧ୍ୱ ହିତାଧିକାରୀ କ’ ଫର୍ମରେ ଆବେଦନ କରିଛନ୍ତି। ସେହି ତାଲିକା ଚୂଡାନ୍ତ ହେବା ନେଇ ଜନପ୍ରତିନିଧି ଓ ବ୍ଲକ ପ୍ରଶାସନ ମଧ୍ୟରେ ଟଣାଓଟରା ପରିସ୍ଥିତି ଉପୁଜିଛି। ସରପଞ୍ଚମାନେ ହିତାଧିକାରୀଙ୍କୁ ସନ୍ତୁଷ୍ଟ କରିବାକୁ ଲକ୍ଷ୍ୟ ରଖୁଥିବାବେଳେ ପ୍ରଶାସନିକ ଅଧିକାରୀ ତଦନ୍ତରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ଲକ୍ଷ୍ୟ ରଖୁଛନ୍ତି। ଏହିଭଳି ଭାବରେ ଉକ୍ତ ପ୍ରସଙ୍ଗ ଆଜିର ବୈଠକର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ସାଜିଥିଲା।
ଖରାଦିନରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ପଦକ୍ଷେପ ନେବାକୁ ପରାମର୍ଶ
ଖରାଦିନ ଆସୁଛି। ପାନୀୟ ଜଳ ବିଭାଗ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ପଞ୍ଚାୟତର ୪ର୍ଥ ରାଜ୍ୟ ଓ ୧୪ତମ କେନ୍ଦ୍ରୀୟ ଅନୁଦାନରୁ ପାନୀୟ ଜଳ ସମସ୍ୟା ଦୂର କରାଯାଇ ପାରିବ। ସେଥିପ୍ରତି ଧ୍ୟାନ ଦେବା ସହ ଏବେଠାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସୂଚନା ପ୍ରଦାନ କରାଯିବା ଅସମ୍ପୂର୍ଣ୍ଣ ପାନୀୟଜଳ ପ୍ରକଳ୍ପଗୁଡିକର ପୂର୍ଣ୍ଣାଙ୍ଗୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଏଦିଗରେ ବିଭାଗୀୟ ଅଧିକାରୀମାନେ ତପତ୍ରତା ଅବଲମ୍ବନ କରାଯିବାକୁ କୁହାଯାଇଛି।
ରସୁଲପୁର ପଂଚାୟତ ସମିତି ଅଧ୍ୟକ୍ଷା ସାରତୀ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଜିଲାପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, ରସୁଲପୁର ବିଡିଓ ଉମାକାନ୍ତ ପରିଡା, ଏବିଡିଓ ଉପେନ୍ଦ୍ର କୁମାର ଜେନା, ଉପାଧ୍ୟକ୍ଷ ଯତିନ୍ଦ୍ର ମୋହନ ସାହୁ, ଏମ୍‌ପିଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ସାମଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ନମିତା ହାଁସଦା, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି, ଜିଲାପରିଷଦ ସଭ୍ୟାସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଲକ ଜନସ୍ବାସ୍ଥ୍ୟ ଅଧିକାରୀ, ମହିଳା ଶିଶୁ ମଙ୍ଗଳ ଅଧିକାରିଣୀ, ସହକାରୀ ଶିକ୍ଷାଧିକାରୀ, ସହକାରୀ କୃଷି ଅଧିକାରୀ, କିନଷ୍ଠ ଯନ୍ତ୍ରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବ୍ଲକ ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ମହିଳା ଓ ଶିଶୁ ବିକାଶ ଆଦି ବିଭାଗ ଉପରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ…

Featured Video Play Icon

ଅର୍ଣ୍ଣବ ପ୍ରକୋପ: ଭୟଙ୍କର ଦେଖାଗଲା ସମୁଦ୍ର! ବିଶେଷଜ୍ଞ କହିଲେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ଭୀଷଣ ରୂପ ଧରି ସ୍ଥଳଭାଗକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଅର୍ଣ୍ଣବ। ଘଣ୍ଟା ପ୍ରତି ୨୦ କିମି ବେଗରେ ଆଗକୁ ବଢୁଥିବା ବାତ୍ୟା ଅର୍ଣ୍ଣବ…

ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’: କାଲି ବଲାଙ୍ଗୀର, କନ୍ଧମାଳ-କେନ୍ଦ୍ରାପଡ଼ାରେ ସବୁ ସ୍କୁଲ୍ ଛୁଟି; ଶିକ୍ଷକଙ୍କ ପାଇଁ…

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବୁଧବାର (କାଲି) ବଲାଙ୍ଗୀର,…

ବଦଳିଗଲା ବାତ୍ୟାର ଲ୍ୟାଣ୍ଡଫଲ୍‌ ସ୍ଥାନ! ରାତି ହେଉ ହେଉ ଏସବୁ ଜିଲାକୁ ହାଇ ଆଲର୍ଟ…

ଭୁବନେଶ୍ୱର,୨୭।୧୦: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ଅର୍ଣ୍ଣବ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି…

୩୩ ବର୍ଷରେ ମନୋହରପୁର ଗଜଲକ୍ଷ୍ମୀ ପୂଜା: କଳସ ଶୋଭାଯାତ୍ରାରେ ପ୍ରକମ୍ପିତ ଅଞ୍ଚଳ, ୩୧ରେ ଭସାଣି

ବଲାଙ୍ଗୀର, ୨୭।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ମନୋହରପୁରଠାରେ ଅନୁଷ୍ଠିତ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୩୩ ବର୍ଷରେ ପଦାର୍ପଣ କରିଛି। ଏହି ପବିତ୍ର…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ତୁମୁଡ଼ିବନ୍ଧରେ ବର୍ଷା ଆରମ୍ଭ, ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ; ସଜାଗ …

ତୁମୁଡ଼ିବନ୍ଧ, ୨୭।୧୦ (ଦୀପକ କୁମାର ପରାସେଠ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ ଅଞ୍ଚଳରେ ଅନୁଭୂତ ହେବା ଆରମ୍ଭ ହୋଇଛି। ଅଞ୍ଚଳରେ ପ୍ରବଳ ଗୁଳୁଗୁଳି…

ଅଳଙ୍କାର ସଫା କରିବା ବାହାନାରେ ଲୁଟ୍: ମହିଳାଙ୍କୁ ଚକମା ଦେଇ ସୁନା ଚେନ୍-ମୁଦି ନେଇ ଚମ୍ପଟ ମାରିଲେ…

ଗଞ୍ଜାମ, ୨୭।୧୦(ବିଦ୍ୟାଧର ସାହୁ): ଘରେ କୌଣସି ପୁରୁଷ ଲୋକ ନ ଥିବାର ସୁଯୋଗ ନେଇ ସୁନା-ରୁପା ଅଳଙ୍କାର ସଫା କରିବା ବାହାନାରେ ଜଣେ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କାର…

ଲିଷ୍ଟିଂ ପୂର୍ବରୁ ଶେୟାର ବଜାରରେ କମ୍ପନ: ଦେଶର ୨ୟ ମୂଲ୍ୟବାନ କମ୍ପାନୀ ହେବା ଦିଗରେ ଜିଓ ପ୍ଲାଟଫର୍ମସ! ଟାଟା-ଅଦାନୀଙ୍କୁ…

ନୂଆଦିଲ୍ଲୀ,୨୭।୧୦: ଭାରତୀୟ ପୁଞ୍ଜି ବଜାର (Stock Market) ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ ‘ଜିଓ ପ୍ଲାଟଫର୍ମସ ଲିମିଟେଡ’ (JPL)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?