ରଥଯାତ୍ରାରେ ସଂସ୍କାର ଆଣିବା ନେଇ ପ୍ରଶାସନର ପଦକ୍ଷେପରଥରେ ଅଶ୍ଳୀଳ ଉଚ୍ଚାରଣ ବନ୍ଦ

ଜୟପୁର,୧ା୭ (ନି.ପ୍ର)- ଜୟପୁରରେ ଚଳିତବର୍ଷଠାରୁ ରଥ ଉପରେ ଢାହୁକଙ୍କ ଅଶ୍ନୀଳ ଉଚ୍ଚରାଣକୁ ବନ୍ଦ କରିଛି ପ୍ରଶାସନ ା ରଥଯାତ୍ରାରେ ଢାହୁକଙ୍କ ଅଶ୍ଲୀଳ ଇଙ୍ଗିତ ଓ ଉଚ୍ଚାରଣ ଉତ୍ସାହିତ ଯୁବପିଢିକୁ ବାଦ ଦେଲେ ବହୁ ଭକ୍ତଙ୍କ ଭାବନାକୁ ଆଘାତ ଦେଉଥିଲା ା ତେଣୁ ଚଳିତ ବର୍ଷ ରଥଯାତ୍ରାରେ ସଂସ୍କାର ଆଣିବା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛି ା ରଥ ଯାତ୍ରା ପ୍ରସ୍ତୁତି ବୈଠକରେ ମଧ୍ୟ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ଅଶ୍ଳୀଳ ଗୀତ ବନ୍ଦ କରିବାକୁ ସହମତି ପ୍ରକାଶ କରିଥିଲେ ା
ଯୁବତୀ, ମହିଳା, ବରିଷ୍ଠ ନାଗରିକ, ସରକାରୀ କର୍ମଚାରୀ, ପୋଲିସ ଉପସ୍ଥିତିରେ ଏହିପରି ନିନ୍ଦନୀୟ ପ୍ରଥା ଏଠାରେ ବର୍ଷ ବର୍ଷ ଧରି ଚାଲି ଆସିଛି ା ପରିବାର ସଦସ୍ୟଙ୍କ ସହିତ ରଥ ଯାତ୍ରା ଦେଖିବାକୁ ଲୋକେ ପସନ୍ଦ କରୁ ନ ଥିଲେ ା ଏହାକୁ ନେଇ ଜଗନ୍ନାଥ ସଂସ୍କୃତି ଗବେଷକ ଗୀତା ପ୍ରକାଶ ମିଶ୍ର, ଗଙ୍ଗାଧର ନନ୍ଦ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ା ପୂର୍ବରୁ ରଥର ଓଜନ ଅଧିକା ରହୁଥିଲା ା ବଡଦାଣ୍ଡର ଅବସ୍ଥା ଠିକ୍‌ ନ ଥିବାରୁ ରଥ ଗଢିବାରେ ସମସ୍ୟା ଉପୁଜୁଥିଲା ା ତେଣୁ ରଥକୁ ଆଗକୁ ଟଣାଯାଉଥିବା ବେଳେ ପଛରୁ ହାତୀ ଦ୍ୱାରା ଠେଲା ଯାଉଥିଲା ା କିନ୍ତୁ ବର୍ତ୍ତମାନ ରାସ୍ତା ଘାଟ ପକ୍କା ହୋଇ ସାରିଥିବା ବେଳେ ରଥର ଓଜନ ମଧ୍ୟ କମିଛି ା ସହଜରେ ରଥ ଗଢିବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରାଯାଇଛି ା ତଥାପି ଅଶ୍ଳୀଳ ଉଚ୍ଚାରଣ ପରମ୍ପରାକୁ ବଜାୟ ରଖିବା ଦୁର୍ଭାଗ୍ୟ ଜନକ ବୋଲି ବରିଷ୍ଠ ନାଗରିକମାନେ ଯୁକ୍ତି କରିଛନ୍ତି ା ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀଠାରୁ ଆରମ୍ଭ କରି କୋରାପୁଟ ଶାବର ଶୀକ୍ଷେତ୍ର ଯାଏଁ ଏହି ପରମ୍ପରା ଆଉ ଦେଖିବାକୁ ମିଳୁ ନାହିଁ ା ହେଲେ ଜୟପୁରରେ କାହିଁି ସେହି ପରମ୍ପରା ଚାଲୁଛି ଦେବୋତ୍ତର ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇ ଆସୁଥିଲା ା ଏ ନେଇ ଉପଜିଲାପାଳ ଲୋକନାଥ ଦଳ ବେହେରା ଙ୍କୁ ପଚାରିବାରୁ, ଚଳିିତ ରଥ ଯାତ୍ରା ପ୍ରସ୍ତୁତି ବୈଠକରେ ଅଶ୍ଳୀଳ ଗୀତ ବନ୍ଦ କରାଯିବା ନେଇ ନିଷ୍ପତ୍ତି ହୋଇଛିି ା ଯାତ୍ରାରେ ସଂସ୍କାର ଆଣିବା ପାଇଁ ପ୍ରଶାସନ ପଦକ୍ଷେପ ନେଇଛି ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ କେମିତି ନିୟନ୍ତ୍ରଣରେ ରହିବ ବ୍ଲଡ୍‌ପ୍ରେସର

ରକ୍ତଚାପ ବା ବ୍ଲଡପ୍ରେସର ଦୁଇ ଭାଗରେ ବିଭକ୍ତ, ଯଥା- ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡପ୍ରେସର, ଲୋ ବ୍ଲଡପ୍ରେସର ବା ନିମ୍ନ ରକ୍ତଚାପ। ବିଶେଷଭାବରେ ଲୋ ବ୍ଲଡପ୍ରେସର…

ଚର୍ଚ୍ଚିତ ଗୌଣ ଗ୍ରହ ଆପୋଫିସ୍‌

ଆମ ସୌରଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହଦ୍ୱୟ କକ୍ଷ ମଝିରେ ଅନେକଗୁଡିଏ କ୍ଷୁଦ୍ର ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି। ଏଗୁଡିକ ଗ୍ରହାଣୁ ବା ଗୌଣଗ୍ରହ କୁହାଯାଏ।…

ସତ୍ୟ ନିକେତନ ଘଟଣା: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୫ MCD ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁଶୁଡ଼ିବା ଘଟଣାରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେନ (MCD) ଦ୍ୱାରା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦକ୍ଷିଣ ଜୋନର ପାଞ୍ଚ ଜଣ…

ଦିଲ୍ଲୀ ଘଟଣା: ମୃତକଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ସହ ସରକାରୀ ଚାକିରି ଦାବି

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁଶୁଡ଼ି ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସମ୍ପର୍କରେ ଭାରତୀୟ ଜାତୀୟ କଂଗ୍ରେସର ଉତ୍ତର ପ୍ରଦେଶ ୟୁନିଟ ସଭାପତି ଅଜୟ ରାୟ…

ବଡ଼ ଖବର! ଗଣଶିକ୍ଷା ସଚିବଙ୍କ ସୂଚନା, ଦଶମ-ଦ୍ୱାଦଶ ପାଇଁ ହେବ ଗୋଟିଏ ବୋର୍ଡ

ଭୁବନେଶ୍ୱର, ୭।୯: ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ସଚିବ । ଏଣିକି ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଗୋଟିଏ…

ଶନିଙ୍କ ବକ୍ରୀ ଚଳନରେ ୩ ରାଶିଙ୍କ ପାଇଁ ବଢ଼ିପାରେ ସମସ୍ୟା, କର୍ମକ୍ଷେତ୍ରରେ ସମସ୍ୟା ସହ ଚାକିରି…

ବର୍ତ୍ତମାନ ଶନି ଗ୍ରହ ବକ୍ରୀ ଅବସ୍ଥାରେ ମୀନ ରାଶିରେ ରହିଛନ୍ତି। ଜ୍ୟୋତିଷ ମତ ଅନୁସାରେ, ଶନିଙ୍କ ଏହି ସ୍ଥିତି କିଛି ରାଶି ପାଇଁ ଚ୍ୟାଲେଞ୍ଜ ଆଣିପାରେ। ଶନିଙ୍କୁ…

୫ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ମା’ ଘରକୁ ଫେରିଲେ, ପରିବାରରେ ଖୁସିର ଲହରି

ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବରମୁଣ୍ଡୁଳି ଗାଁର ୭୦ ବର୍ଷୀୟା ବୃଦ୍ଧା ଇନ୍ଦୁ ବିଷୋୟୀ ୫ ବର୍ଷ ପୂର୍ବେ ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିଲେ।…

ଗଡକରୀଙ୍କ ବୟାନ ପରେ ରାଜନୀତିରେ ହଇଚଇ, ଭୋଟ୍ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୭।୯: କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଦାର ହୋଇଛି । ନାଗପୁରରେ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri