ରଥଖଳାରେ ସମୟ ଜଣାପଡ଼େନି : ସେବକ ବାଳକୃଷ୍ଣ ମହାରଣା

ତାଳଧ୍ୱଜ ରଥର ମହାରଣା ସେବକ ବାଳକୃଷ୍ଣ ମହାରଣା। ବଡ ବାପା ନରସିଂହ ଓ ବାପା ଲକ୍ଷ୍ମଣ ମହାରଣାଙ୍କ ହାତ ଧରି ଯୁବାବସ୍ଥାରେ ରଥଖଳାକୁ ଚାଲି ଆସିଥିଲେ। ପିଲା ବେଳେ ବାପାଙ୍କ ନିର୍ଦ୍ଦେଶ କ୍ରମେ କାଠ ହାଣିବା କାମ ଆରମ୍ଭ କରି ପରେ ଧୀରେ ଧୀରେ ରଥର ଅନ୍ୟାନ୍ୟ କାମ ଶିକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟ ବ୍ୟବଧାନରେ କିପରି କାମ ସରିବ, ନିଖୁଣ ଭାବେ କରାଯିବ, ସେ ନେଇ ବାପା ସବୁବେଳେ ତାଗିଦ୍‌ କରୁଥିବା ସେ କୁହନ୍ତି। ଯୁବାବସ୍ଥାରେ ତାଙ୍କ ଗାଳି, ତାଗିଦ୍‌, ପ୍ରେରଣା ଆଜି ମୋତେ ରଥ ନିର୍ମାଣରେ ବେଶ୍‌ ସହାୟକ ହୋଇଛି ବୋଲି ବାଳକୃଷ୍ଣ କୁହନ୍ତି। କେଉଁ ସମୟରେ କ’ଣ କରାଯିବ, ବିଧିବିଧାନ କ’ଣ ରହିଛି, ସେ ସବୁ ବାପା ଓ ବଡବାପାଙ୍କ ଠାରୁ ଶିକ୍ଷିଛି। ୨୦୧୫ରେ ଶାଢି ବନ୍ଧାଇଥିଲେ ବାଳକୃଷ୍ଣ। ରଥ ନିର୍ମାଣ ବେଳେ ବହୁ ବାଧାବିଘ୍ନ ଆସେ। ଅସାବଧାନତାରୁ ବେଳେବେଳେ ଅଘଟଣ ଘଟେ। କାହାର ହାତ କଟିଲାଣି ତ କାହାର ଗୋଡ କଟିଲାଣି। ବାରିସି ଆଘାତରେ ମହାରଣାମାନେ ଆହତ ହୁଏନ୍ତି। ଏହା ସତ୍ତ୍ବେ କାମରେ ଆନନ୍ଦ ଲାଗେ। ଦେଖୁ ଦେଖୁ ଦିନ ଗଡି ରାତି ଆସିଯାଏ, ପୁଣି ସକାଳ ହେଲେ ରଥଖଳାରେ ହାଜର। ଏଠାରେ ଥିବା ପର୍ଯ୍ୟନ୍ତ ଭୋକଶୋଷ ନ ଥାଏ।
ଅକ୍ଷୟତୃତୀୟା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ରଥଖଳାରେ କାମ ଜାରି ରହିଥାଏ। କିପରି ଏହି ସମୟ କଟିଯାଏ ତାହା ଜଣାପଡେନି। ଏ ସବୁ ମହାପ୍ରଭୁଙ୍କ ଇଚ୍ଛା। ତାଙ୍କ ବିନା କିଛି ସମ୍ଭବ ନୁହଁ। ଚଳିତବର୍ଷ ରଥକାମ ବିଳମ୍ବରେ ଚାଲିଛି, ନିର୍ଦ୍ଧାରିତ ସମୟ ପୂର୍ବରୁ ରଥକାମ ସରିବ ନାହିଁ ବୋଲି ରୀତିମତ ଭାବେ ଚର୍ଚ୍ଚା ହେଉଛି। ତେବେ ରଥକାମ ଦ୍ରୁତ ଗତିରେ ଚାଲିଛି। ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଲାଣି। ଏକ ଅନୁଭୂତି ସମ୍ପର୍କରେ ସେ କୁହନ୍ତି, କିଛି ବର୍ଷ ତଳେ ରଥଖଳା ଚାଲିଥାଏ। ବର୍ଷା ସମୟ। ଝଡତୋଫାନ ଲାଗି ରହିଥାଏ। ଅନଦ୍ରମାନଙ୍କ ଭୟ ରହିଥିଲା। ରଥକାମ କିପରି ହେବ। ତେବେ ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥକାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଯାଇଥିଲା। ମହାପ୍ରଭୁଙ୍କ ଇଚ୍ଛା ବିନା କୌଣସି କାମ ହୁଏନି। ସେ ଲୀଳାମୟ ଠାକୁର। ଶ୍ରୀମନ୍ଦିରରେ ବସି ଲୀଳା କରୁଛନ୍ତି। ଭାବର ଠାକୁର, ତାଙ୍କୁ ଭକ୍ତି ମନରେ ଥରେ ଡାକିଦେଲେ, ସବୁକାମ ସହଜରେ ହୋଇଯାଏ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri