ରଣପୁର ବ୍ଲକରେ ଇନ୍ଦିରାଆବାସ ଜାଲିଆତିଘର ନ କରି ବିଲ୍‌ ପାସ୍‌

ରଣପୁର,୨ା୭ (ସ୍ବ.ପ୍ର.)- ନୟାଗଡ଼ ଜିଲା ରଣପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଇନ୍ଦିରାଆବାସ (ବର୍ତ୍ତମାନ ବନ୍ଦ ହୋଇଯାଇଛି) ଯୋଜନାରେ ବ୍ୟାପକ ଜାଲିଆତି ହୋଇଥିବା ଚିତ୍ର ନଜରକୁ ଆସିଛି। କେତେକ ହିତାଧିକାରୀ ଘର ନ କରି ପଞ୍ଚାୟତ ଓ ବ୍ଲକ ଅଧିକାରୀଙ୍କୁ ହାତ କରି ବିଲ୍‌ ନେଇଯାଇଛନ୍ତି। ଏହାର ଭିଜିଲାନ୍ସ କିମ୍ବା ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।
ବଜ୍ରକୋଟ ପଞ୍ଚାୟତରେ ୨୦୧୩-୧୪ରେ କେତେକ ହିତାଧିକାରୀଙ୍କୁ ଇନ୍ଦିରାଆବାସ ଯୋଜନାରେ ସାମିଲ କରାଯାଇ ପ୍ରତ୍ୟେକଙ୍କୁ ପକ୍କା ଘର କରିବା ପାଇଁ ୭୫ହଜାର ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ବ୍ଲକ ତରଫରୁ ଏହି ପଞ୍ଚାୟତ ଅନ୍ତର୍ଗତ ଭେରୁପଡା ଗ୍ରାମର କୈଳାସ ସାହୁଙ୍କ ସ୍ତ୍ରୀ ଆଶାଲତା ସାହୁ (କାର୍ଯ୍ୟାଦେଶ ନଂ.୪୫୯/୨୦୧୩-୧୪), ଶଙ୍କର ସାହୁଙ୍କ ସ୍ତ୍ରୀ ଝରୀ ସାହୁ (କାର୍ଯ୍ୟାଦେଶ ନଂ.୮୩୭/୨୦୧୪-୧୫)ଙ୍କୁ ଦିଆଯାଇ ଉଭୟଙ୍କୁ ୧୫ହଜାର ଟଙ୍କା ଲେଖାଏ ଚେକ୍‌ ପ୍ରଦାନ କରାଯାଇଥିଲା। ୬ମାସ ଭିତରେ ଗୃହକାର୍ଯ୍ୟ ସମାପ୍ତ ନ କଲେ କାର୍ଯ୍ୟାଦେଶ ରଦ୍ଦ କରାଯିବ ବୋଲି କୁହାଯାଇଥିଲା। ହେଲେ ହିତାଧିକାରୀ ଗୃହ ନ କରି ୬ବର୍ଷ ପରେ ଅର୍ଥାତ୍‌ ୧ା୬ା୨୦୧୯ରେ ପଞ୍ଚାୟତ ଓ ବ୍ଲକର କ୍ଷେତ୍ରିୟ ଅଧିକାରୀଙ୍କୁ ଧରି ବକେୟା ଥିବା ୬୦ହଜାର ଲେଖାଏ ୧ଲକ୍ଷ ୨୦ହଜାର ଟଙ୍କା ଉଠାଇ ନେଇଛନ୍ତି। ବ୍ଲକର ବିଭିନ୍ନ ପଞ୍ଚାୟତରେ ଏଭଳି ଜାଲିଆତି ହୋଇଛି। ହିତାଧିକାରୀ ଗୃହ ନ କରି ବିଭାଗୀୟ ଅଧିକାରୀଙ୍କୁ ମୋଟା ଅଙ୍କର ପିସି ଦେଇ ବିଲ୍‌ ପାସ୍‌ କରାଇ ନେଇଛନ୍ତି। ଭେରୁପଡା ଗ୍ରାମର ଚଇନି ସାହୁ କୁହନ୍ତି, ବ୍ଲକ ଓ ପଞ୍ଚାୟତକୁ ବାରମ୍ବାର ଦୌଡୁଥିଲେ ମଧ୍ୟ ପିସିଦେଇ ନ ପାରିବାରୁ ଇନ୍ଦିରାଆବାସ କିମ୍ବା ଆବାସ ଖଣ୍ଡେ ମିଳିଲା ନାହିଁ। ଜରି ପାଲ ଘୋଡା ମାଟିଘରେ ୭ଜଣ କୁଟୁମ୍ବ ରହୁଛୁ। ୪ମାସ ତଳେ ଘର ଭିତରେ ସାପ କାମୁଡାରେ ମୋ ବାପାଙ୍କ ମୃତ୍ୟୁ ଘଟିଥିଲା। ଭଲଘର ଥିବା ଲୋକେ ପିସି ଦେଇ ଆବାସ ହାତେଇ ନେଉଛନ୍ତି। ବଜ୍ରକୋଟ ସରପଞ୍ଚ ବନିତା ବଳିଆରସିଂ କହନ୍ତି, ଏଭଳି ୮ରୁ ଅଧିକ ହିତାଧିକାରୀ ଘରକାର୍ଯ୍ୟ ନ କରି ଲାଞ୍ଚଦେଇ ବିଲ୍‌ ଟଙ୍କା ନେଇଛନ୍ତି। ଏହାର ତଦନ୍ତ ହେବା ଦରକାର। ବ୍ଲକ କନିଷ୍ଠଯନ୍ତ୍ରୀ ମନୋଜ କୁମାର ବେହେରା କହନ୍ତି, ସେମାନେ ଘର କରିଥିବାରୁ ତାଙ୍କୁ ବିଲ୍‌ ପ୍ରଦାନ କରାଯାଇଛି ା ବିଡିଓ ରଶ୍ମିରେଖା ଦାସଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ ା ନୟାଗଡ଼ ଜିଲାପାଳ ଡ. ଏନ୍‌ ତିରୁମାଲା ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ, ଯଦି ହିତାଧିକାରୀ ଗୃହ ନ କରି ବ୍ଲକରୁ ବିଲ୍‌ ପାଇଥିବେ ଏବଂ ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ସରକାର ବାସହୀନ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଇନ୍ଦିରାଆବାସ ଯୋଜନ ପ୍ରଣୟନ କରିଥିଲେ ା କିଛିବର୍ଷ ହେବ ଏହି ଯୋଜନାକୁ ବନ୍ଦ କରି ଆବାସ ଯୋଜନା ପ୍ରଣୟନ କରି ଅର୍ଥ ରାଶିକୁ ବଢାଇ ଦେଇଛନ୍ତି। ହେଲେ ଏବେ ବି ବ୍ଲକର ବହୁ ଗରିବ ପରିବାର ଅଛନ୍ତି ଯେଉଁମାନଙ୍କ ପାଇଁ ପକ୍କାଘର ସ୍ବପ୍ନ ପାଲଟିଛି ା


Enter your email to get our daily news in your inbox.

All Right Reserved By Dharitri.Com

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

ସରକାରୀ କଟକଣା ମାନୁନାହାନ୍ତି ଅଧିକାରୀ

ଓଡ଼ଗାଁ,୨୧ା୪ (ଆଦର୍ଶ କୁମାର ପଟ୍ଟନାୟକ)ସକାଳ ୮ଟାରୁ ପ୍ରଚଣ୍ତ ଖରାରେ ସିଝୁଛି ସାରା ଓଡ଼ିଶା। ଏଥିରୁ ନୟାଗଡ଼ ଜିଲା ଓଡ଼ଗାଁ ବାଦ ଯାଇନି। ଏପଟେ ରାଜ୍ୟ ସରକାର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri