ରଣପୁର ତହସିଲରେ ୬ବର୍ଷ ହେଲା ନିଲାମ ବନ୍ଦ: ଖଣିଚୋରଙ୍କ କବ୍‌ଜାରେ ମାଙ୍କଡ଼ା, ମୋରମ ଖଣି

ରଣପୁର,୨ା୯(ସ୍ବ.ପ୍ର.): ନୟାଗଡ ଜିଲାର ରଣପୁର ତହସିଲରେ ୬ବର୍ଷ ହେଲା ନିଲାମ ବନ୍ଦ ହୋଇଥିବାବେଳେ ଚଢ଼ାଉ ଓ ଧରପଗଡ ନ ଥିବାରୁ ଖଣି ଚୋରଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ମୃତ ଖଣିରୁ ପଥର ଓ ମୋରମ ଖନନ ଚାଲିଛି। ବାଲି ପୋତା ଯାଉ ନ ଥିବାରୁ ଅସୁରକ୍ଷିତ ଖଣି ୩ବର୍ଷ ମଧ୍ୟରେ ୧୫ ମୁଣ୍ଡ ନେଇ ସାରିଲାଣି । ପୁଣି ରଣପୁରବାସୀଙ୍କୁ ଭୂମିକମ୍ପର ଭୟ ଘାରୁଛି । ଅନ୍ୟପକ୍ଷେ ପୋଲିସ ଓ ତହସିଲ କର୍ତ୍ତୃପକ୍ଷଙ୍କ ବେଆଇନ ଖଣି ଓ ପଥର ଚାଲାଣ ଉପରେ ଲଗାମ ରହୁନି । ଏପରିସ୍ଥଳେ ବଜ୍ରକୋଟର ସାମାଜିକ କର୍ମୀ ଦିଲୀପ କୁମାର ସାମନ୍ତରାୟ ରାଜ୍ୟ ଓ କେନ୍ଦ୍ର ପ୍ରଦୂଷଣ ବୋର୍ଡ ସଚିବ, ବିଭାଗୀୟ ମନ୍ତ୍ରୀ, ଜିଲାପାଳ, ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଅଭିଯୋଗ ଅନୁସାରେ ୨୦୧୩ରୁ ରଣପୁର ତହସିଲରେ ଖଣି ନିଲାମ ବନ୍ଦ ରହିଛି। ଏଥିଯୋଗୁ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଇଲେ। ଅନ୍ୟପଟେ ଖଣି ଚୋର, କିଛି ସରକାରୀ ଅଧିକାରୀ, କର୍ମଚାରୀ, ରାଜନେତା ଉପକୃତ ହେଉଛନ୍ତି। ତହସିଲର ଏକତାଳ, କଟକ ସହର, କନ୍ଧ ନୟାଗଡ଼, ବେଣ୍ଟ, ଚମ୍ପାଗଡ଼, ରାଇପଡା, କେରେଣ୍ଡାଟାଙ୍ଗୀ, ଚାନ୍ଦପୁର, ଗୋପାଳପୁଳ, ଓସ୍ତପଡା, ଜଙ୍କିଆ, ମୟୂରଝାଲିଆ, ନରସିଂହପୁର, ଚମ୍ପାପେଡି ଅଞ୍ଚଳରେ ୧୩୦ରୁ ଊର୍ଦ୍ଧ୍ୱ ବେଆଇନ ଖଣି ଖନନ ଚାଲିଛି। ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଖଣି ପୋଖରୀ ତିଆରି ହୋଇସାରିଲାଣି। ଏଥିରେ ପଡି ୩ବର୍ଷ ମଧ୍ୟରେ ୧୫ଜଣ ବ୍ୟକ୍ତି ମୃତ୍ୟୁ ଘଟିଛି। ୨୦ରୁ ଊର୍ଦ୍ଧ୍ୱ ଗୃହପାଳିତ ପ୍ରାଣୀ ମଧ୍ୟ ପ୍ରାଣ ହରାଇ ସାରିଲେଣି। ବେଆଇନ ଖଣି ଖନନ ନେଇ ମୁହଁ ଖୋଲିଲେ ମାରପିଟ୍‌ ଓ ହତ୍ୟା ଧମକ ଦେଇ ମୁହଁ ବନ୍ଦ କରି ଦିଆଯାଉଛି। ଏପରି କି ଟଙ୍କା ଦିଆଯାଇ ମଧ୍ୟ ଚୁପ କରାଯାଉଥିବା ଅଭିଯୋଗ ରହିଛି। ଜଣେ ଖଣି ଚୋରଙ୍କ ସୂଚନା ଅନୁସାରେ ଦୋଷ ଛଡେଇବା ପାଇଁ ଲୋକଦେଖାଣିଆ ଚଢ଼ାଉ କରାଯାଏ। ହେଲେ ଚଢ଼ାଉ ପୂର୍ବରୁ ବେଆଇନ ଖଣି ଖନନ ବନ୍ଦ ରୁହେ। ମାସିକିଆ କୋଟା ଯୋଗୁ ଚଢ଼ାଉ ଭୟ ନ ଥାଏ। ଯେଉଁମାନେ ଧରା ପଡନ୍ତି ସେମାନେ କାରବାର ଚାଲୁ ରଖିବାକୁ ମାସିକିଆ କୋଟା ଦେବା ପାଇଁ ଫିକ୍ସିଂ କରିବାକୁ ବାଧ୍ୟ ହୋଇଥାନ୍ତି। ଖଣି ନିଲାମ ହେଲେ ଉପୁରି ମିଳିବା କଷ୍ଟ ହେବ । ଏଣୁ ବେଆଇନ ଖଣି ଖନନ ଚାଲୁ ରହିବାକୁ ଲାଭବାନ ଗୋଷ୍ଠୀ ଯେପରି ଲିଜ୍‌ ନ ହୁଏ ସେଥିପ୍ରତି ଚେଷ୍ଟା କରିଥାନ୍ତି। ଏସ୍‌ଟିଏଫର ନଜର ମାଙ୍କଡା ଓ ମୋରମ ଖଣି ଉପରେ ନ ଥିବାରୁ ଭୟର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। ରଣପୁର ତହସିଲଦାର ସୁଶାନ୍ତ କୁମାର ପତି କୁହନ୍ତି, ଖଣି ଚଢ଼ାଉ କରିବା ପାଇଁ ପୋଲିସ ଫୋର୍ସ ଆବଶ୍ୟକତା ରହିଛି । ହେଲେ ଏସ୍‌ପି ଫୋର୍ସ ଦେଉ ନ ଥିବାରୁ ଚଢ଼ାଉ କରିବା କଷ୍ଟକର ହେଉଛି । ରାସ୍ତାରେ ଯାଉଥିବା ମାଙ୍କଡା ପଥର ଯାନବାହନ ଧରପଗଡ କରାଯାଉଛି । ଫୋର୍ସ ମିଳିଲେ ଚଢ଼ାଉକୁ ତ୍ୱରାନ୍ବିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri