ରଣପୁର ଏନ୍‌ଏସିରେ ପରିମଳ, ଷ୍ଟ୍ରିଟ ଲାଇଟ୍‌ରେ ଦୁର୍ନୀତି:ଭିଜିଲାନ୍ସ ଜବତ କଲା କାଗଜପତ୍ର

ରଣପୁର,୨୦ା୯(ସ୍ବ.ପ୍ର.): ରଣପୁର ଏନ୍‌ଏସିରେ ପରିମଳ ଓ ଷ୍ଟ୍ରିଟ ଲାଇଟ୍‌ରେ ଦୁର୍ନୀତି ହୋଇଥିବା ନେଇ ନୟାଗଡ଼ ଭିଜିଲାନ୍ସ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି । ଭିଜିଲାନ୍ସ ଡିଏସ୍‌ପି ଶିଶିର ଭୋଇଙ୍କ ନେତୃତ୍ୱରେ ୬ ଜଣିଆ ଦଳ ଗୁରୁବାର ଏନ୍‌ଏସି କାର୍ଯ୍ୟାଳୟରେ ଚଢ଼ାଉ କରି ଏ ସମ୍ବନ୍ଧୀୟ କାଗଜପତ୍ର ଜବତ କରିଛନ୍ତି।
ରଣପୁର ସହରାଞ୍ଚଳକୁ ସରସସୁନ୍ଦର କରିବା ପାଇଁ ପ୍ରତି ମାସରେ ପରିମଳ ବାବଦକୁ ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ୪୨ ଜଣ ସଫେଇ କର୍ମଚାରୀ ୧୫ ୱାର୍ଡକୁ ସଫା କରୁଛନ୍ତି। ପରିମଳ ବ୍ୟବସ୍ଥା ଘରୋଇକରଣ ହୋଇଥିଲେ ମଧ୍ୟ ଭଲ ସେବା ମିଳୁ ନାହିଁ। ବିଭିନ୍ନ ୱାର୍ଡରେ କୁଢ଼ କୁଢ଼ ଆବର୍ଜନା ଜମି ରହୁଛି। ବିପର୍ଯ୍ୟସ୍ତ ପରିମଳକୁ ନେଇ ବିଭିନ୍ନ ସମୟରେ ସହରବାସୀ ପ୍ରତିବାଦ କରୁଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା ହେଉ ନ ଥିଲା । କାଗଜପତ୍ରରେ ୪୨ ସଫେଇ କର୍ମଚାରୀ ଥିବାବେଳେ ବାସ୍ତବରେ ୧୨ରୁ ୧୫ଜଣଙ୍କୁ ପ୍ରତ୍ୟହ ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ନିମ୍ନମାନର ବିଦ୍ୟୁତ୍‌ ବଲ୍‌ବ ସମେତ ଉପକରଣ ବ୍ୟବହାର କରି ୨ଟି ପର୍ଯ୍ୟାୟରେ ପ୍ରାୟ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଷ୍ଟ୍ରିଟ ଲାଇଟ୍‌ରେ ଖର୍ଚ୍ଚ କରାଯାଇଛି। ହେଲେ ବଳବ୍‌ ଜଳୁ ନ ଥିବାରୁ ଅଧିକାଂଶ ୱାର୍ଡ ଅନ୍ଧାରରେ ରହୁଛି। ଡିଏସ୍‌ପି ଭୋଇ କୁହନ୍ତି, ରଣପୁର ଏନ୍‌ଏସିରେ ପରିମଳ ଓ ଷ୍ଟ୍ରିଟ ଲାଇଟ୍‌ରେ ଦୁର୍ନୀତି ହୋଇଥିବା ଅଭିଯୋଗ ଥିଲା। ଏହା ପରେ ଧରପଗଡ ଆରମ୍ଭ କରାଯାଇ ତଦନ୍ତ ତ୍ୱରାନ୍ବିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାଦାନକୁ ବ୍ରତ କରିଥିବା ନିଆରା ମଣିଷ ମହେଶ୍ୱର

ଖଡ଼ିଆଳ,୭ା୯(ସୁଜିତ କୁମାର ପ୍ରଧାନ): ଶିକ୍ଷାଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଜଣେ ନିଆରା ମଣିଷ ହେଉଛନ୍ତି ମହେଶ୍ୱର ରାଉତରାଏ। ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମର ମହେଶ୍ୱର…

ଅମୂଲ୍ୟଙ୍କ ଦୁଃଖ ଶୁଣିଲେ ଜିଲାପାଳ: ବଢ଼ାଇଲେ ସହାୟତାର ହାତ

ଭଞ୍ଜନଗର,୭।୯(ବାବୁଲା ପ୍ରଧାନ): ଅସହାୟଙ୍କ ପାଖରେ ପହଞ୍ଚିଲା ପ୍ରଶାସନ। ମାନବିକତାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି। ଭଞ୍ଜନଗର ଉପଖଣ୍ଡ ସାନକୋଦଣ୍ଡା…

ଖମ୍ବରେ ଝୁଲୁଛି ମୃତଦେହ: ଅଞ୍ଚଳରେ ବଢୁଛି ଚର୍ଚ୍ଚା

ବରୀ, ୭।୯ (ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ, ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ଗୋଳକୁଣ୍ଡ ପଞ୍ଚାୟତର ମେଣ୍ଢ ନିକଟରେ ଅର୍ଦ୍ଧନିର୍ମିତ ବ୍ରାହ୍ମଣୀ ସେତୁର ଏକ ଖମ୍ବରେ ଝୁଲନ୍ତା…

ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri