Posted inଖେଳ

ରଣଜୀ ଟ୍ରଫି: ରୋମାଞ୍ଚକ ସ୍ଥିତିରେ ଓଡ଼ିଶା-ହରିୟାଣା ମ୍ୟାଚ୍‌

କଟକ ଅଫିସ,୧୩ା୧-  ରୋହତକର ଚୌଧୁରୀ ବଂଶୀଲାଲ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ହରିୟାଣା ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ ରୋମାଞ୍ଚକ ସ୍ଥିତିରେ ପହଞ୍ଚତ୍ଛି। ଦ୍ୱିତୀୟ ଦିବସରେ ଘରୋଇ ହରିୟାଣା ପ୍ରଭାବୀ ପ୍ରଦର୍ଶନ କରି ମ୍ୟାଚକୁ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଭ୍ରମଣକାରୀ ଓଡ଼ିଶାକୁ ପ୍ରଥମ ଇନିଂସରେ ୧୬୦ରନରେ ସୀମିତ ରଖିବା ପରେ ହରିୟାଣା ଦ୍ୱିତୀୟ ଇନିଂସ ଆରମ୍ଭ କରି ୫ ଉଇକେଟ ବିନିମୟରେ ୨୧୮ରନ କରିଛି। ଫଳରେ ପ୍ରଥମ ଇନିଂସରେ ମାତ୍ର ୯୦ରନରେ ଅଲଆଉଟ ହୋଇଥିବା ହରିୟାଣା ମୋଟ୍‌ ୧୪୮ରନର ଅଗ୍ରଣୀ ନେଇଛି। ହାତରେ ୫ ଉଇକେଟ ବାକି ରହିଛି। ତେବେ ଅବଶିଷ୍ଟ ୫ ଉଇକେଟ ଅଳ୍ପ ରନ ବ୍ୟବଧାନରେ ଦଖଲ କରି ଓଡ଼ିଶା ଟୁର୍ନାମେଣ୍ଟରେ ୪ର୍ଥ ବିଜୟ ଲକ୍ଷ୍ୟରେ ରହିଛି।
ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଓଡ଼ିଶା ୫ ଉଇକେଟ ହରାଇ ୧୪୧ରନ କରିଥିଲା। ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ହେବା ପରେ ଅଭିଜ୍ଞ ବିପ୍ଳବ ସାମନ୍ତରାୟ ୫ମ ଓ ୬ଷ୍ଠ ଉଇକେଟରେ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ସୃଷ୍ଟି କରି ଦଳକୁ ଅଗ୍ରଣୀ କରାଇଥିଲେ। ବିପ୍ଳବ ୪୫ରନରେ ଓ ଉଇକେଟ କିପର ସୁଜିତ ଲେଙ୍କା ୨୧ରନରେ ଅପରାଜିତ ଥିଲେ। ଦ୍ୱିତୀୟ ଦିବସର ପ୍ରଥମ ସେସନ୍‌ରେ ଅପ୍ରତ୍ୟାଶିତଭାବେ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦଳୀୟ ସ୍କୋରରେ ମାତ୍ର ୧୯ରନ ଯୋଡ଼ି ଦଳ ଅବଶିଷ୍ଟ ୫ ଉଇକେଟ ହରାଇଥିଲା। ସୁଜିତ ୨୬ରନରେ ଆଉଟ ହୋଇଥିଲେ। ବାମହାତୀ ଅର୍ଥୋଡକ୍ସ ଟିନୁ କୁଣ୍ଡୁ ହରିୟାଣାକୁ ଏହି ବ୍ରେକଥ୍ରୁ ଦେଇଥିଲେ। ପରେ ସୂର୍ଯ୍ୟକାନ୍ତ ପ୍ରଧାନ ୦, ରାଜେଶ ମହାନ୍ତି ୬ ଓ ବସନ୍ତ ମହାନ୍ତି ୦ରେ ଟିନୁଙ୍କ ଶିକାର ହୋଇଥିଲେ। ୧୧୬ବଲରୁ ୫୨ରନ କରିଥିବା ବିପ୍ଳବଙ୍କୁ ହରିୟାଣା ଅଧିନାୟକ ହର୍ଷଲ ପଟେଲ ଏଲବିଡବ୍ଲ୍ୟୁ କରି ଓଡ଼ିଶା ଇନିଂସର ସମାପ୍ତି ଘଟାଇଥିଲେ। ଟିନୁ ସର୍ବାଧିକ ୫ଟି ଉଇକେଟ ଅକ୍ତିଆର କରିଥିବା ବେଳେ ହର୍ଷଲ ୩ଟି, ଆଶିଷ ହୁଦା ଓ ଅଜିତ ଚହଲଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା। ପ୍ରଥମ ଇନିଂସରେ ଓଡ଼ିଶା ମୋଟ୍‌ ୭୦ରନର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ହରିୟାଣା ଦଳ ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ବିନା ଉଇକେଟରେ ୬୫ରନ ସଂଗ୍ରହ କରିଥିଲା। ଓପନର ଶୁଭମ ରୋହିଲା ଓ ଅଙ୍କିତ କୁମାର ୨୮ରନ ଲେଖାଏ କରିଥିଲେ। ଏହି ଦୁଇ ଖେଳାଳି ଓପନିଂ ଭାଗିଦାରୀରେ ୧୦୧ରନ ଯୋଡ଼ିବା ଫଳରେ ଓଡ଼ିଶା ଉପରେ ଚାପ ପଡ଼ିଥିଲା। ଅଙ୍କିତ କୁମାରଙ୍କୁ ୪୬ରନରେ ରାଜେଶ ଧୂପର ରନଆଉଟ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ପରେ ଶୁଭମ ୪୮ରନରେ ଓ ଉଇକେଟ କିପର ନିତିନ ସଇନି ୬ରନରେ ରାଜେଶ ମହାନ୍ତିଙ୍କ ଦ୍ୱାରା ଆଉଟ ହୋଇଥିଲେ। ମଧ୍ୟକ୍ରମର ଖେଳାଳି ଶିବମ ଚୌହ୍ବାନ ୧୩, ହିମାଂଶୁ ରାଣା ୪୦ରନରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଶିକାର ହୋଇଥିଲେ। ପ୍ରମୋଦ ଚଣ୍ଡିଲା ୨୪ ଓ ଅଧିନାୟକ ହର୍ଷଲ ୨୫ରନରେ ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri