Posted inଖେଳ

ରଣଜୀ ଟ୍ରଫି: କର୍ଫ୍ୟୁ ଲାଗି ୪ର୍ଥ ଦିନ ଖେଳ ବାଧାପ୍ରାପ୍ତ

ନୂଆଦିଲ୍ଲୀ, ୧୨।୧୨ (ପି.ଟି.)- ନାଗରିକତ୍ୱ ସଂଶୋଧନ ବିଲ୍‌ (ସିଏବି) ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିବା ପରେ ଉତ୍ତର-ପୂର୍ବ ସମେତ ଭାରତର ବିଭିନ୍ନ ରାଜ୍ୟରେ ଏହାକୁ ଜୋର୍‌ଦାର ବିରୋଧ କରାଯାଇଛି। ଏହି କାରଣରୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଚାଲିଥିବା ରଣ୍‌ଜୀ ଟ୍ରଫି ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଛି। ଏହିକ୍ରମରେ ଗୁଆହାଟୀ ଓ ଅଗରତାଲାରେ ଖେଳାଯାଇଥିବା ୨ଟି ମ୍ୟାଚ୍‌ର ୪ର୍ଥ ଦିବସ ଖେଳକୁ ଗୁରୁବାର ବାତିଲ କରି ଦିଆଯାଇଛି। ଗୁଆହାଟୀର ବର୍ଷାପଡ଼ା କ୍ରିକେଟ୍‌ ଷ୍ଟାଡିୟମରେ ଘରୋଇ ଆସାମ ଓ ସର୍ଭିସେସ ମଧ୍ୟରେ ମ୍ୟାଚ୍‌ ଚାଲିଥିଲା। ସେହିଭଳି ଅଗରତାଲାରେ ଘରୋଇ ତ୍ରିପୁରା ଓ ଝାଡ଼ଖଣ୍ଡ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଗୁରୁବାର ମ୍ୟାଚ୍‌ର ଅନ୍ତିମ ଦିବସ ହୋଇଥିଲେ ମଧ୍ୟ କର୍ଫ୍ୟୁ ଲାଗି ୪ର୍ଥ ଦିବସ ଖେଳକୁ ବନ୍ଦ କରାଯାଇଛି। ‘ଖେଳକୁ ବନ୍ଦ ରଖିବାକୁ ଆମେ ରାଜ୍ୟ ଆସୋସିଏଶନକୁ ପରାମର୍ଶ ଦେଇଛୁ। ଖେଳାଳି ଓ ମ୍ୟାଚ୍‌ ଅଫିସିଆଲଙ୍କୁ ହୋଟେଲରେ ରହିବାକୁ କୁହାଯାଇଛି। ଏହି ପରିସ୍ଥିତିରେ ଖେଳାଳି ଓ ମ୍ୟାଚ୍‌ ଅଫିସିଆଲଙ୍କ ସୁରକ୍ଷା ଜରୁରୀ’ ବୋଲି ବିସିସିଆଇ ଜିଏମ୍‌ (କ୍ରିକେଟ୍‌ ଅପରେଶନ)ସବା କରିମ୍‌ କହିଛନ୍ତି। ମ୍ୟାଚ୍‌ର ଅନ୍ତିମ ଦିନ ଖେଳ ବାତିଲ କରାଯାଇଥିବାରୁ ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗବଣ୍ଟା ହେବ କି ନାହିଁ ତାହା ପରେ ଆମେ ନିଷ୍ପତ୍ତି ନେବୁ। ଉଭୟ ଭେନ୍ୟୁରୁ ଆମେ ନିୟମିତ ଅନ୍ତରରେ ରିପୋର୍ଟ ସଂଗ୍ରହ କରୁଛୁ। ସେହିଭଳି ଆୟୋଜକ ଆସୋସିଏଶନ ସହିତ ଯୋଗାଯୋଗରେ ରହିଛୁ। ସ୍ଥିତି ଉପରେ ନଜର ମଧ୍ୟ ରଖାଯାଇଛି। କର୍ଫ୍ୟୁ ଉଠିଲା ପରେ ଉଭୟ ଦଳର ଖେଳାଳିଙ୍କୁ ହୋଟେଲ ନ ଛାଡ଼ିବା ପାଇଁ କୁହାଯାଇଛି। ଆୟୋଜକ ଆସୋସିଏଶନରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କରିମ ଏହି ଅବସରରେ କହିଛନ୍ତି। ଗୁଆହାଟୀରେ ସର୍ଭିସେସ ପକ୍ଷରୁ ଧାର୍ଯ୍ୟ ୨୪୨ ରନର ଲକ୍ଷ୍ୟକୁ ପିଛା କରି ଆସାମ ୫ ଉଇକେଟ୍‌ ହରାଇ ୭୪ ରନ୍‌ ସଂଗ୍ରହ କରିଛି। ସେହିଭଳି ଅଗରତାଲାରେ ଝାଡ଼ଖଣ୍ଡ ୨ୟ ଇନିଂସରେ ୫ ଉଇକେଟ୍‌ ହରାଇ ୩୫୮ ରନ ସଂଗ୍ରହ କରିବା ସହ ୨୦୫ ରନ୍‌ ଅଗ୍ରଣୀ ଲାଭ କରିଛି। ପ୍ରଥମ ଇନିଂସରେ ଝାଡ଼ଖଣ୍ଡ ୧୩୬ ଓ ତ୍ରିପୁରା ୨୮୯ ରନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri